CAPF personnel are deployed in BengalCAPF personnel are deployed in BengalCAPF personnel are deployed in Bengal: ପଶ୍ଚିମବଙ୍ଗରେ ସେନା ଛାଉଣୀ, ଟିଏମ୍‌ସି କହିଲାସାମରିକ ଶୈଳୀରେ ରାଜ୍ୟ ଦଖଲ ଯୋଜନା କରୁଛି କେନ୍ଦ୍ର

capf-personnel-are-deployed-in-bengalcapf-personnel-are-deployed-in-bengalcapf-personnel-are-deployed-in-bengal:-ପଶ୍ଚିମବଙ୍ଗରେ-ସେନା-ଛାଉଣୀ,-ଟିଏମ୍‌ସି-କହିଲାସାମରିକ-ଶୈଳୀରେ-ରାଜ୍ୟ-ଦଖଲ-ଯୋଜନା-କରୁଛି-କେନ୍ଦ୍ର

CAPF personnel are deployed in Bengalପଶ୍ଚିମବଙ୍ଗ ନିର୍ବାଚନକୁ ଶାନ୍ତି ଶୃଙ୍ଖଳାରେ ଶେଷ କରିବା ପାଇଁ ସବୁ ପ୍ରକାର ଉଦ୍ୟମ ଜାରି ରହିଛି। ଇଲେକ୍ସନ କମିଶନଙ୍କ କଡ଼ା କଟକଣା ସାଙ୍ଗକୁ ଲାକ୍ଷାଧିକ ସେଣ୍ଟ୍ରାଲ ଫୋର୍ସ ଏକତ୍ରିତ ହୋଇଛନ୍ତି। କାରଣ ପଶ୍ଚିମବଙ୍ଗ ନିର୍ବାଚନ ସବୁବେଳେ ହିଂସାତ୍ମକ ରହି ଆସିଛି। ଆଉ ସବୁଠାରୁ ବଡ଼ କଥା ଏଥର ନିର୍ବାଚନ ଟିକେ ଅଧିକ ଉତ୍ତେଜନାପୂର୍ଣ୍ଣ ମନେ ହେଉଛି। ତେଣୁ ହିଂସା ଉଗ୍ର ରୂପ ନେବାର ଆଶଙ୍କା ରହିଛି।

ଏହିସବୁ ଦୃଷ୍ଟିରୁ ରାଜ୍ୟରେ ସିଆରପିଏଫ, ବିଏସଏଫ, ସିଆଇଏସଏଫ, ଆଇଟିବିପି ଏବଂ ଏସଏସବି ଯବାନ ମୁତୟନ କରାଯାଇଛି। ଲକ୍ଷାଧିକ ଯବାନ ମୁତୟନ ହୋଇଥିବାରୁ ଟିଏମସି ଏହାକୁ ସମାଲୋଚନା କରିଛି। ରାଜ୍ୟକୁ ମିଲିଟାରି ଷ୍ଟାଇଲରେ ଟେକ୍ ଓଭର କରାଯାଇଛି ବୋଲି ଟିଏମସି କହିଛି। ଗତ ସପ୍ତାହରେ, କୋଲକାତା କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ (CAPF) ର ସମସ୍ତ ୟୁନିଟ୍ ମାନଙ୍କର ଏକ ବଡ଼ ବୈଠକ ହୋଇଥିଲା। ଏଥିରେ ଶତାଧିକ ଯବାନଙ୍କ ସମେତ ଗୋଟିଏ ଛାତ ତଳେ CRPF, BSF, CISF, ITBP ଏବଂ SSB ର ମୁଖ୍ୟମାନେ ସାମିଲ୍ ହୋଇଥିଲେ।

Also Read- West Bengal Election 2026: ରାତିରେ ବାଇକ ବ୍ୟାନ୍, ଦିନରେ କାହାକୁ ବସାଇବା ମନା, ଜାରି ହେଲା କଡ଼ କଟକଣା

ଯବାନଙ୍କ ଏହି ବଡ଼ ବୈଠକକୁ ନେଇ ବର୍ତ୍ତମାନ କେନ୍ଦ୍ର ସରକାର ଟିଏମସି ସରକାର ମଧ୍ୟରେ ବିବାଦକୁ ଆହୁରି ତୀବ୍ର ହୋଇଛି। ଏହା ଏକ ନିୟମିତ ବୈଠକ ପରିବର୍ତ୍ତେ “ସାମରିକ ଶୈଳୀରେ ରାଜ୍ୟ ଦଖଲ କରିବାର ଯୋଜନା ସହିତ ସମାନ ବୋଲି ଶାସକ ତୃଣମୂଳ କଂଗ୍ରେସ ଅଭିଯୋଗ କରିଛି। ବାସ୍ତବରେ, କେନ୍ଦ୍ର ଗୃହ ମନ୍ତ୍ରଣାଳୟକୁ ରିପୋର୍ଟ କରୁଥିବା CAPFର ସମସ୍ତ ୟୁନିଟର ମୁଖ୍ୟମାନଙ୍କର ଏପରି ମିଳିତ ବୈଠକ ପୂର୍ବରୁ କୌଣସି ବିଧାନସଭା ନିର୍ବାଚନ ସମୟରେ କେବେ ହୋଇ ନଥିଲା ଏହା ପ୍ରଥମ ବୋଲି ପିଟିଆଇ ରିପୋର୍ଟ କରିଛି। ଏମିତିକି ଜଣେ ବରିଷ୍ଠ ସିଏପିଏଫ ଅଧିକାରୀ ଏହା ସ୍ୱୀକାର ମଧ୍ୟ କରିଛନ୍ତି।

Scroll to Top