C

c

ରାଜଧାନୀ ଭୁବନେଶ୍ୱରରେ ହାଡ଼ ଭଙ୍ଗା ଶୀତ। ଭୁବନେଶ୍ବରରେ ସର୍ବନିମ୍ନ ରାତ୍ରି ତାପମାତ୍ରା ୧୨.୯ ଡିଗ୍ରୀ ରେକର୍ଡ। ୨୫ ବର୍ଷରେ ରାଜଧାନୀରେ ନଭେମ୍ବରର ସବୁଠାରୁ ଥଣ୍ଡା ରାତି। ଗତକାଲି ୧୩ ଡିଗ୍ରୀ ସହ ଥିଲା ଦ୍ୱିତୀୟ ସର୍ବାଧିକ ଥଣ୍ଡା ରାତି।

author-image

ARCHANA-_LIVE

ଜାଡ଼ରେ ଥରୁଛି ସାରା ଓଡ଼ିଶା। ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ହେଉଛି ହାଡ଼ ଭଙ୍ଗା ଶୀତ । ଭୁବନେଶ୍ବରରେ ସର୍ବନିମ୍ନ ରାତ୍ରି ତାପମାତ୍ରା ୧୨.୯ ଡିଗ୍ରୀ ରେକର୍ଡ ହୋଇଛି । ୨୫ ବର୍ଷରେ ରାଜଧାନୀରେ ନଭେମ୍ବରର ସବୁଠାରୁ ଥଣ୍ଡା ରାତି ପରିଗଣିତ ହୋଇଛି ଗତକାଲିର ରାତି।  ଗତକାଲି ୧୩ ଡିଗ୍ରୀ ସହ ଥିଲା ଦ୍ୱିତୀୟ ସର୍ବାଧିକ ଥଣ୍ଡା ରାତି ।

ସେପଟେ ପାଣିପାଗ ବିଭାଗର ସୂଚନା ଅନୁସାରେ ଆଗାମୀ ୨-୩ ଦିନ ଜାରି ରହିବ ଶୀତ ଲହରି। ୧୦ ଡିଗ୍ରୀ ତଳକୁ ଖସିଛି ୪ଟି ସହରରେ ସର୍ବନିମ୍ନ ତାପମାତ୍ରା। ଥରୁଛି କନ୍ଧମାଳ ଜିଲ୍ଲା। ଗତ ୨୪ ଘଣ୍ଟାରେ ସବୁଠୁ ଥଣ୍ଡା ସହର ପାଲଟିଥିଲା କନ୍ଧମାଳ ଜିଲ୍ଲାର ଜି. ଉଦୟଗିରି। ସେଠାରେ ସର୍ବନିମ୍ନ ତାପମାତ୍ରା ୫.୮ ଡିଗ୍ରୀ ସେଲସିୟସ୍ ରେକର୍ଡ ହୋଇଥିଲା।

ସେହିପରି କୋରାପୁଟ ସେମିଳିଗୁଡ଼ାରେ ୭.୪, ଦାରିଙ୍ଗିବାଡ଼ିରେ ୮ ଓ ଫୁଲବାଣୀରେ ପାରଦ ରହିଥିଲା ୯ ଡିଗ୍ରୀ ସେଲସିୟସ। ମୋଟ୍ ୧୩ ସହରରେ ସର୍ବନିମ୍ନ ତାପମାତ୍ରା ୧୨ ଡିଗ୍ରୀ ତଳେ ରହିଥିଲା। ଟ୍ବିନ୍ ସିଟି ଭୁବନେଶ୍ବର ଓ କଟକରେ ୧୩ ଡିଗ୍ରୀ ଛୁଇଁଛି ପାରଦ। ପାଣିପାଗ ବିଭାଗ ପୂର୍ବାନୁମାନ କରିଛି, ଆସନ୍ତା ୨-୩ ଦିନ ପାଣିପାଗରେ ପରିବର୍ତ୍ତନ ସମ୍ଭାବନା ନାହିଁ। ତାପରେ ତାପମାତ୍ରା ୨-୩ ଡିଗ୍ରୀ ସେଲସିୟସ୍ ବଢ଼ିପାରେ।  

Scroll to Top