C

c

ଗତ ୩୦ ବର୍ଷ ମଧ୍ୟରେ ଜଳବାୟୁ ବିପର୍ଯ୍ୟୟ ଦ୍ୱାରା ସର୍ବାଧିକ ପ୍ରଭାବିତ ଦେଶମାନଙ୍କ ମଧ୍ୟରେ ଭାରତ ନବମ ସ୍ଥାନରେ ରହିଛି। ମଲେଣି ୮୦ହଜାରରୁ ଅଧିକ ଲୋକ। ୧୭୦ ବିଲିୟନ ଡଲାରର ହେଲାଣି କ୍ଷତି।

author-image

Climate-Death

Climate-Death Photograph: (OTV)

ଜଳବାୟୁ ବିପର୍ଯ୍ୟୟରେ ଆକ୍ତା ମାକ୍ତା ହେଲାଣି ଭାରତ। ଗତ ୩୦ ବର୍ଷ ମଧ୍ୟରେ ଜଳବାୟୁ ବିପର୍ଯ୍ୟୟ ଦ୍ୱାରା ସର୍ବାଧିକ ପ୍ରଭାବିତ ଦେଶମାନଙ୍କ ମଧ୍ୟରେ ଭାରତ ନବମ ସ୍ଥାନରେ ରହିଛି। ବ୍ରାଜିଲର ବେଲେମରେ COP30 ରେ ପ୍ରକାଶିତ ଜଳବାୟୁ ବିପଦ ସୂଚକାଙ୍କ ୨୦୨୬ ରିପୋର୍ଟ ଅନୁଯାୟୀ, ଭାରତ ଲଗାତାର ବନ୍ୟା, ଘୂର୍ଣ୍ଣିଝଡ଼, ଗରମ ଲହରୀ ଏବଂ ମରୁଡ଼ି ଭଳି ବିପର୍ଯ୍ୟୟ ଦ୍ୱାରା ପ୍ରଭାବିତ ହୋଇ ଆସୁଛି।

ଏହା କେବଳ ମଣିଷ ଜୀବନ ଉପରେ ନୁହେଁ ବରଂ ଅର୍ଥନୀତି ଉପରେ ମଧ୍ୟ ଗଭୀର ପ୍ରଭାବ ପକାଇଛି। ୧୯୯୫ ରୁ ୨୦୨୪ ମଧ୍ୟରେ, ଭାରତରେ ୪୩୦ ରୁ ଅଧିକ ଭୟଙ୍କର ବିପର୍ଯ୍ୟୟ ରେକର୍ଡ କରାଯାଇଛି। ଏହି ଘଟଣାଗୁଡ଼ିକ ଏକ ବିଲିୟନରୁ ଅଧିକ ଲୋକଙ୍କୁ ପ୍ରଭାବିତ କରିଥିଲା ଏବଂ ୮୦,୦୦୦ ରୁ ଅଧିକ ଲୋକଙ୍କ ଜୀବନ ନେଇଥିଲା। ଏହା ଫଳରେ ପ୍ରାୟ ୧୭୦ ବିଲିୟନ ଡଲାରର ଆର୍ଥିକ କ୍ଷତି ହୋଇଥିଲା।

ଭିଡିଓ ଦେଖିବା ପାଇଁ କ୍ଲିକ୍ କରନ୍ତୁ:

ରିପୋର୍ଟ ଅନୁଯାୟୀ, ଭାରତର ପରିସ୍ଥିତି ଜଳବାୟୁ ବିପର୍ଯ୍ୟୟର ବଢ଼ୁଥିବା ବିପଦକୁ ଦର୍ଶାଉଛି। ବାରମ୍ବାର ହେଉଥିବା ପାଗ ପରିବର୍ତ୍ତନ ଲୋକଙ୍କ ଜୀବିକାକୁ ଦୁର୍ବଳ କରୁଛି। ଗତ ବର୍ଷ, ବନ୍ୟା ଏବଂ ଝଡ଼ ଭାରତରେ ସର୍ବାଧିକ କ୍ଷତି କରିଥିଲା। ୧୯୯୮ ଗୁଜରାଟ ଘୂର୍ଣ୍ଣିଝଡ଼, ୧୯୯୯ ଓଡ଼ିଶା ମହାବାତ୍ୟା, ୨୦୧୩ ଉତ୍ତରାଖଣ୍ଡ ବନ୍ୟା ଏବଂ ଗରମପ୍ରବାହ ଭଳି ଅନେକ ଘଟଣା ଭାରତକୁ ବିଶ୍ୱ ଜଳବାୟୁ ବିପଦ ସୂଚକାଙ୍କରେ ଶୀର୍ଷ ଦେଶମାନଙ୍କ ମଧ୍ୟରେ ସ୍ଥାନିତ କରିଛି।

ଜର୍ମାନୱାଚ୍‌ର ବରିଷ୍ଠ ପରାମର୍ଶଦାତାଙ୍କ ମତରେ, “ଭାରତ, ଫିଲିପାଇନ୍ସ ଏବଂ ହାଇତି ଭଳି ଦେଶଗୁଡ଼ିକ ବନ୍ୟା, ଗରମପ୍ରବାହ କିମ୍ବା ଝଡ଼ ଦ୍ୱାରା ଏତେ ଥର ପ୍ରଭାବିତ ହୁଅନ୍ତି ଯେ ସେମାନେ ଗୋଟିଏ ବିପର୍ଯ୍ୟୟରୁ ପୁନରୁଦ୍ଧାର କରିବା ପୂର୍ବରୁ ଆଉ ଏକ ବିପର୍ଯ୍ୟୟ ଆସିଯାଇଥାଏ।” ପ୍ରଶମନ ଏବଂ ଅନୁକୂଳନ ପାଇଁ ଦୀର୍ଘକାଳୀନ ସମର୍ଥନ ବିନା, ଏହି ଦେଶଗୁଡ଼ିକ ସମ୍ମୁଖୀନ ହେଉଥିବା ଚ୍ୟାଲେଞ୍ଜଗୁଡ଼ିକୁ ଆଗକୁ ଦୂର କରିବା ଅସମ୍ଭବ ହେବ ।

Scroll to Top