୪ ଦିନରେ ୪.୬ ଡିଗ୍ରୀ ଖସିଲା ରାଜଧାନୀର ତାପମାତ୍ରା। ଭୋର ସାଢେ ସୁଦ୍ଧା ଭୁବନେଶ୍ବରର ତାପମାତ୍ରା ୧୬.୨ ଡିଗ୍ରୀ। ଗତ ୭ ତାରିଖରେ ରାଜଧାନୀରେ ୨୦.୮ ଡିଗ୍ରୀ ତାପମାତ୍ରା ରହିଥିଲା।
![]()
/odishatv-khabar/media/media_files/2025/11/10/winter-2025-11-10-10-19-22.jpg)
Winter Photograph: (OTV)
ଖସୁଛି ପାରଦ, ଥରୁଛି ଓଡ଼ିଶା । ଭୁବନେଶ୍ବରରେ ବଢୁଛି ଶୀତ । ୪ ଦିନରେ ୪.୬ ଡିଗ୍ରୀ ଖସିଲା ରାଜଧାନୀର ତାପମାତ୍ରା । ଭୋର ସାଢେ ସୁଦ୍ଧା ରେକର୍ଡ ତାପମାତ୍ରା ଅନୁସାରେ ଭୁବନେଶ୍ବରରେ ୧୬.୨ ଡିଗ୍ରୀ ପାରଦ ରେକର୍ଡ ହୋଇଛି । ଗତ ୭ ତାରିଖରେ ରାଜଧାନୀରେ ୨୦.୮ ଡିଗ୍ରୀ ତାପମାତ୍ରା ରହିଥିଲା ।
କୋରାପୁଟ, ସୁନ୍ଦରଗଡ, କନ୍ଧମାଳ ଭଳି ଆଭ୍ୟନ୍ତରଣୀ ଜିଲ୍ଲାରେ ହାଲୁକା ଶୀତ ଅନୁଭୂତ ହେବାରେ ଲାଗିଲାଣି। ବର୍ତ୍ତମାନ ରାଜ୍ୟକୁ ଉତ୍ତର-ପଶ୍ଚିମ ଦିଗରୁ ଶୁଷ୍କ-ଥଣ୍ଡା ବାୟୁ ପ୍ରବେଶ କରୁଛି। ପ୍ରଭାବରେ କିଛି ଜିଲ୍ଲାରେ ଦିନ ଓ ରାତି ତାପମାତ୍ରା ୨ରୁ ୩ଡିଗ୍ରୀ ଯାଏଁ କମିଛି ।
ଦାରିଙ୍ଗବାଡ଼ି, ଫୁଲବାଣୀ,ଝାରସୁଗୁଡ଼ା ଆଦି ସ୍ଥାନରେ ତାପମାତ୍ରା ୧୫ ଡିଗ୍ରୀ ତଳକୁ ଖସିଛି । ଆସନ୍ତା ୨ରୁ ୩ ଦିନରେ ପାରଦ ୩ରୁ ୪ଡିଗ୍ରୀ ଖସିପାରେ ବୋଲି ଆକଳନ କରିଛି ପାଣିପାଗ କେନ୍ଦ୍ର । ତେବେ ଏବର୍ଷ ପଶ୍ଚିମା ବାୟୁର ପ୍ରବାହ ଯୋଗୁଁ ଲଗାତାର ଶୀତ ଲହରି ରହିବ ନାହିଁ। ବିଗତ ବର୍ଷ ଅପେକ୍ଷା ଥଣ୍ଡା ଟିକେ ଅଧିକ ରହିଲେ ବି ଶୀତର ଅବଧି କମିବ।
• ଖସୁଛି ପାରଦ, ଥରୁଛି ଓଡ଼ିଶା
• ଭୁବନେଶ୍ବରରେ ବଢୁଛି ଶୀତ
• ୪ ଦିନରେ ୪.୬ ଡିଗ୍ରୀ ଖସିଲା ରାଜଧାନୀର ତାପମାତ୍ରା
• ଭୋର ସାଢେ ସୁଦ୍ଧା ଭୁବନେଶ୍ବରର ତାପମାତ୍ରା ୧୬.୨ ଡିଗ୍ରୀ
• ଗତ ୭ ତାରିଖରେ ରାଜଧାନୀରେ ୨୦.୮ ଡିଗ୍ରୀ ତାପମାତ୍ରା ରହିଥିଲା
• ଦକ୍ଷିଣ ଓ ଉତ୍ତର ଓଡ଼ିଶାରେ କିଛି ସ୍ଥାନରେ ଶୀତ
• ଦାରିଙ୍ଗବାଡ଼ି, ଫୁଲବାଣୀ ଓ ଝାରସୁଗୁଡ଼ାର ତାପମାତ୍ରା ୧୫ ଡିଗ୍ରୀ ତଳେ
• ୨ରୁ ୩ ଦିନରେ ପାରଦ ୩ରୁ ୪ଡିଗ୍ରୀ ଖସିପାରେ




