ଝାଡ଼ଖଣ୍ଡ ପଶ୍ଚିମ ସିଂହଭୂମି ସରଣ୍ଡା ଜଙ୍ଗଲରେ ନକ୍ସଲଙ୍କ IED ବିସ୍ଫୋରଣ ଯୋଗୁ ସହିଦ ହୋଇଛି CRPF 209 କୋବ୍ରାର ସାହସୀ ସ୍ନିଫର୍ କୁକୁର K9 ଷ୍ଟନର। CRPF 209 କୋବ୍ରା ବାଟାଲିୟନର ଯବାନ ଆହତ।
![]()
/odishatv-khabar/media/media_files/2025/11/09/police-dog-2025-11-09-08-43-41.jpg)
POLICE-DOG Photograph: (OTV)
ନକ୍ସଲଙ୍କ ଆକ୍ରମଣରେ ଜଣେ ଯବାନ ଆହତ ହୋଇଥିବା ବେଳେ ପୋଲିସ କୁକୁର ସହିଦ ହୋଇଛି । ଝାଡ଼ଖଣ୍ଡ ପଶ୍ଚିମ ସିଂହଭୂମି ଛୋଟନାଗର ଥାନା ସରଣ୍ଡା ଜଙ୍ଗଲ ନିକଟରେ ଏହି ଆକ୍ରମଣ ହେଇଛି । ନକ୍ସଲମାନଙ୍କ ଦ୍ୱାରା ବିଛାଯାଇଥିବା ଆଇଇଡି ବିସ୍ଫୋରଣ ଯୋଗୁ ଏହି ଅଘଟଣ ଘଟିଛି ।
ସହିଦ ହୋଇଛି CRPF 209 କୋବ୍ରା ର ସାହସୀ ସ୍ନିଫର୍ କୁକୁର K9 ଷ୍ଟନର । ଆହତ ଯବାନ CRPF 209 କୋବ୍ରା ବାଟାଲିୟନର ସୁମିତ. ଏମ୍ । ସେ ଡଗ୍ ହାଣ୍ଡଲର ଭାବେ କାର୍ଯ୍ୟରତ ଥିଲେ । ତେବେ ଏହି ସ୍ନିଫର ଡଗ୍ K9 ଷ୍ଟନର ନିଜର ପ୍ରାଣବଳି ଦେଇ ଶତାଧିକ ଯବାନଙ୍କ ଜୀବନ ବଞ୍ଚାଇଛି।
ନକ୍ସଲମାନଙ୍କ ବିରୁଦ୍ଧରେ ସର୍ଚ୍ଚ ଅପରେସନ୍ ଚାଲିଥିବା ବେଳେ IED ବିସ୍ଫୋରଣ ହୋଇଥିଲା । ଘଟଣାସ୍ଥଳରେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି।
• ନକ୍ସଲ ଆକ୍ରମଣରେ ଜଣେ ଯବାନ ଆହତ, ପୋଲିସ କୁକୁର ସହିଦ
• ଝାଡ଼ଖଣ୍ଡ ପଶ୍ଚିମ ସିଂହଭୂମି ସରଣ୍ଡା ଜଙ୍ଗଲର ଘଟଣା
• ନକ୍ସଲଙ୍କ IED ବିସ୍ଫୋରଣ ଯୋଗୁ ଅଘଟଣ
• ସହିଦ ହୋଇଛି CRPF 209 କୋବ୍ରାର ସାହସୀ ସ୍ନିଫର୍ କୁକୁର K9 ଷ୍ଟନର
• ଆହତ ଯବାନ CRPF 209 କୋବ୍ରା ବାଟାଲିୟନର ସୁମିତ. ଏମ୍
• ଘଟଣାସ୍ଥଳରେ ସର୍ଚ୍ଚ ଅପରେସନକୁ ଜୋରଦାର




