C

c

ଚନ୍ଦକା ଜଙ୍ଗଲରୁ ନରକଙ୍କାଳ ଠାବ ଘଟଣାରେ ବଡ଼ ଖୁଲାସା। କ୍ରାଇମ ସିନ୍ ରିକ୍ରିଏସନ୍ ସହ ୨ ଅଭିଯୁକ୍ତ ଗିରଫ। ଗୁଣି ଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା କରିଥିବା ଆଶଙ୍କା।

author-image

CHANDAKA

CHANDAKA Photograph: (OTV)

ଭୁବନେଶ୍ବର ଚନ୍ଦକା ଜଙ୍ଗଲରୁ ବୃଦ୍ଧଙ୍କ ନର କଙ୍କାଳ ଉଦ୍ଧାର ମାମଲାରେ ଦୁଇ ଜଣଙ୍କୁ ବାନ୍ଧିଲା ପୋଲିସ। ଗୁଣି ଗାରେଡ଼ି ସନ୍ଦେହରେ ସଂପୃକ୍ତ ବୃଦ୍ଧଙ୍କୁ ହତ୍ୟା ହୋଇଥିବା ଆଶଙ୍କା କରାଯାଇଛି। ଗିରଫ ୨ ଅଭିଯୁକ୍ତ ହେଲେ କହ୍ନେଇ ହେମ୍ବ୍ରମ ଓ ରାମ ସାମଡ଼ା। କହ୍ନେଇ ଚନ୍ଦକା ଜଙ୍ଗଲରେ ଫରେଷ୍ଟ ୱାଚ ମ୍ୟାନ ଏବଂ ରାମ ଦିନ ମଜୁରିଆ। ମୃତ ବୃଦ୍ଧଙ୍କ ନାଁ ବଳରାମ ଦେଓଗାମ୍, ବୟସ ୭୦ ହେବ। ବଳରାମ ଗୁଣି ଗାରେଡ଼ି କରି ଉଭୟଙ୍କ ବାପାଙ୍କୁ ମାରିଦେଇଥିବା ଆଶଙ୍କା କରି ଏମାନେ ହତ୍ୟା କରିଛନ୍ତି। ବଳରାମଙ୍କୁ ତଣ୍ଟି ଚିପି ମାସେ ତଳେ ହତ୍ୟା କରାଯାଇଥିବା ପୋଲିସ କହିଛି। ହତ୍ୟା ପରେ ମୃତଦେହକୁ ପୋତି ଦେଇଥିଲେ। ଖବର ପାଇବା ପରେ ଚନ୍ଦକା ପୋଲିସ ସାଇଣ୍ଟିଫିକ ଟିମ ସହାୟତାରେ ତଦନ୍ତ କରି ୨ ଅଭିଯୁକ୍ତଙ୍କୁ ବାନ୍ଧି କୋର୍ଟଚାଲାଣ କରିଛି। 


•    ଚନ୍ଦକା ଜଙ୍ଗଲରୁ ନରକଙ୍କାଳ ଠାବ ଘଟଣାରେ ବଡ଼ ଖୁଲାସା 
•    ମୃତକ ଜଣକ ୭୦ ବର୍ଷୀୟ ବୃଦ୍ଧ ବଳରାମ ଦେଓଗାମ 
•    କ୍ରାଇମ ସିନ୍ ରିକ୍ରିଏସନ୍ ସହ ୨ ଅଭିଯୁକ୍ତ ଗିରଫ
•    ଗୁଣି ଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା କରିଥିବା ଆଶଙ୍କା
•    ବାପାଙ୍କ ମୃତ୍ୟୁ ପଛରେ ଗୁଣି ଆଶଙ୍କା କରି ବୃଦ୍ଧଙ୍କୁ ହତ୍ୟା
•    ଗିରଫ ୨ ଅଭିଯୁକ୍ତ ବୃଦ୍ଧଙ୍କୁ ଗୁଣି ସନ୍ଦେହରେ ହତ୍ୟା କରିଥିବା ଆଶଙ୍କା

Scroll to Top