C

c

ବାତ୍ୟା ମୋନ୍ଥାକୁ ନଜରରେ ରଖି ୨ ଦିନ ପାଇଁ ବନ୍ଦ ରହିବ ୮ ଜିଲ୍ଲାର ଅଙ୍ଗନବାଡ଼ି କେନ୍ଦ୍ର। ସେହିପରି ଗଞ୍ଜାମରେ ସ୍କୁଲ ଛୁଟି ପାଇଁ ନିଷ୍ପତ୍ତି ନେଇଛନ୍ତି ଜିଲ୍ଲାପାଳ।

author-image

Cyclone

Cyclone Photograph: (OTV)

ଆସୁଥିବା ବାତ୍ୟା ମୋନ୍ଥାକୁ ଦେଖି ୨ ଦିନ ପାଇଁ ବନ୍ଦ ରହିବ ରାଜ୍ୟର ଅଙ୍ଗନବାଡ଼ି କେନ୍ଦ୍ର ଗୁଡ଼ିକ। ଏନେଇ ୮ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ରାଜ୍ୟ ସରକାର। ଅର୍ଥାତ ଆସନ୍ତା ୨୮ ଏବଂ ୨୯ ତାରିଖରେ ବନ୍ଦ ରହିବ ବାତ୍ୟା ଦ୍ବାରା ପ୍ରଭାବିତ ହେବାକୁ ଥିବା ୮ଟି ଜିଲ୍ଲାର ଅଙ୍ଗନବାଡ଼ି କେନ୍ଦ୍ର। ସେସବୁ ଜିଲ୍ଲା ହେଉଛି, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି
କନ୍ଧମାଳ, କଳାହାଣ୍ଡି ଏବଂ ନବରଙ୍ଗପୁର। କାରଣ ସମ୍ଭାବ୍ୟ ବାତ୍ୟାର ପ୍ରଭାବରେ ଏହି ଜିଲ୍ଲାରେ ପ୍ରବଳ ବର୍ଷା ସହ ପବନ ହେବାର ଆଶଙ୍କା ରହିଛି। ତେଣୁ ରେଡୱାର୍ଣ୍ଣିଂ ମଧ୍ୟ ଜାରି କରିଛି ପାଣିପାଗ ବିଭାଗ।…ସେହିପରି ଗଞ୍ଜାମରେ ୨୭ ଏବଂ ୨୮ରେ ସ୍କୁଲ ଛୁଟି ପାଇଁ ନିଷ୍ପତ୍ତି ନେଇଛନ୍ତି ଜିଲ୍ଲାପାଳ। ଏହାବ୍ୟତୀତ ଆସନ୍ତା ୩ ଦିନ ଯାଏଁ ଗୋପାଳପୁର, ସୋନପୁର ବେଳାଭୂମିକୁ ବି ବନ୍ଦ ଘୋଷଣା କରାଯାଇଛି।


•    ବାତ୍ୟା ‘ମୋନ୍ଥା’ ପାଇଁ ୨ ଦିନ ବନ୍ଦ ରହିବ ଅଙ୍ଗନବାଡ଼ି କେନ୍ଦ୍ର
•    ୮ ଜିଲ୍ଲାରେ ୨ ଦିନ ପାଇଁ ବନ୍ଦ ରହିବ ଅଙ୍ଗନବାଡ଼ି କେନ୍ଦ୍ର
•    ୨୮ ଓ ୨୯ ତାରିଖରେ ବନ୍ଦ ରହିବ ଅଙ୍ଗନବାଡ଼ି କେନ୍ଦ୍ର
•    ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି
•    କନ୍ଧମାଳ, କଳାହାଣ୍ଡି, ନବରଙ୍ଗପୁରରେ ବନ୍ଦ ରହିବ ଅଙ୍ଗନବାଡ଼ି କେନ୍ଦ୍
•    ଗଞ୍ଜାମରେ ୨୭ ଓ ୨୮ରେ ସ୍କୁଲ ଛୁଟି ପାଇଁ ବି ଜିଲ୍ଲାପାଳଙ୍କ ନିଷ୍ପତ୍ତି 
•    ଆସନ୍ତା ୩ ଦିନ ଯାଏଁ ଗୋପାଳପୁର, ସୋନପୁର ବେଳାଭୂମି ବି ବନ୍ଦ ଘୋଷଣା

Scroll to Top