C

c

ବଙ୍ଗୋପସାଗରରେ ବଳ ଗୋଟାଉଛି ସାମୁଦ୍ରିକ ଝଡ଼ ‘ମୋନ୍ଥା’। ସ୍ଥଳଭାଗକୁ ଆସିବା ପୂର୍ବରୁ ଭୀଷଣ ରୂପ ଧାରଣ କରିବ ‘ମୋନ୍ଥା’। ଗୋପାଳପୁରଠୁ 970 ଦକ୍ଷିଣ-ଦକ୍ଷିଣପୂର୍ବ ଦିଗରେ କେନ୍ଦ୍ରୀଭୂତ।

author-image

Cyclone Montha

Cyclone Montha Photograph: (OTV)

ବଙ୍ଗୋପସାଗରରେ ବଳ ଗୋଟାଉଛି ସାମୁଦ୍ରିକ ଝଡ଼ ମୋନ୍ଥା। ସ୍ଥଳଭାଗକୁ ଆସିବା ପୂର୍ବରୁ ଭୀଷଣ ରୂପ ଧାରଣ କରିବ ମୋନ୍ଥା। ବର୍ତ୍ତମାନ ଏହା ଆନ୍ଧ୍ରପ୍ରଦେଶର କାକିନାଡ଼ାଠାରୁ 890 କିଲୋମିଟର ଦକ୍ଷିଣ ପୂର୍ବ ତଥା ଗୋପାଳପୁରଠାରୁ 970 ଦକ୍ଷିଣ-ଦକ୍ଷିଣପୂର୍ବ ଦିଗରେ କେନ୍ଦ୍ରୀଭୂତ ରହିଛି। ଗତ 6 ଘଣ୍ଟା ଧରି ଏହା ଘଣ୍ଟା ପ୍ରତି 8 କିଲୋମିଟର ବେଗରେ ଗତି କରୁଛି। 
ଆଜି ଏହା ପଶ୍ଚିମ ଓ ଉତ୍ତର ପଶ୍ଚିମ ଦିଗକୁ ଗତି କରି ଗଭୀର ଅବପାତର ରୂପ ନେବା ସମ୍ଭାବନା ରହିଛି। ଆସନ୍ତାକାଲି ଏହା ବାତ୍ୟାର ରୂପ ନେବ। ୨୮ ତାରିଖ ସକାଳ ବେଳକୁ ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମରେ ପରିଣତ ହେବ ସାମୁଦ୍ରିକ ଝଡ଼ ମୋନ୍ଥା। 28 ତାରିଖ ସନ୍ଧ୍ୟାରୁ ରାତି ଭିତରେ ଏହା ଆନ୍ଧ୍ର ଉପକୂଳର କାକାନାଡ଼ାର ମଚ୍ଛଲିପଟ୍ଟନମ୍-କଳିଙ୍ଗପଟନମ୍ ଭିତରେ ଛୁଇଁପାରେ ସ୍ଥଳ ଭାଗ। 
ଲ୍ୟାଣ୍ଡଫଲ୍ ବେଳେ ସର୍ବାଧିକ 90ରୁ 100 କିଲୋମିଟର ବେଗରେ ପବନ ବହିବ। ପବନ ଦଲକା ବେଳେ ଘଣ୍ଟା ପ୍ରତି 110 କିଲୋମିଟର ବେଗରେ ପବନ ମଧ୍ୟ ବହିବାର ସମ୍ଭାବନା ରହିଛି।
•    ବଙ୍ଗୋପସାଗରରେ ବଳ ଗୋଟାଉଛି ସାମୁଦ୍ରିକ ଝଡ଼ ‘ମୋନ୍ଥା’
•    ସ୍ଥଳଭାଗକୁ ଆସିବା ପୂର୍ବରୁ ଭୀଷଣ ରୂପ ଧାରଣ କରିବ ‘ମୋନ୍ଥା’
•    ଗୋପାଳପୁରଠୁ 970 ଦକ୍ଷିଣ-ଦକ୍ଷିଣପୂର୍ବ ଦିଗରେ କେନ୍ଦ୍ରୀଭୂତ
•    6 ଘଣ୍ଟା ଧରି ଘଣ୍ଟା ପ୍ରତି 8 କିଲୋମିଟର ବେଗରେ କରୁଛି ଗତି 
•    ଆଜି ଗଭୀର ଅବପାତ, କାଲି ନେବ ବାତ୍ୟାର ରୂପ 
•    ୨୮ ସକାଳ ସୁଦ୍ଧା ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମରେ ପରିଣତ ହେବ
•    28 ତାରିଖ ସନ୍ଧ୍ୟାରୁ ରାତି ଭିତରେ ସ୍ଥଳଭାଗ ଛୁଇଁବ ‘ମୋନ୍ଥା’
•    ମଚ୍ଛଲିପଟ୍ଟନମ୍-କଳିଙ୍ଗପଟନମ୍ ଭିତରେ କରିପାରେ ଲ୍ୟାଣ୍ଡଫଲ
•    ଲ୍ୟାଣ୍ଡଫଲ୍ ବେଳେ 90ରୁ 100 କିଲୋମିଟର ବେଗରେ ବହିବ ପବନ

Scroll to Top