C

c

୨୮ରୁ ଓଡ଼ିଶାରେ ଦେଖିବାକୁ ମିଳିବ ମୋନ୍ଥାର ପ୍ରଭାବ। ୨୮ ଓ ୨୯ ଦୁଇ ଦିନ ରାଜ୍ୟରେ ଅତି ଭୀଷଣ ବର୍ଷା ହେବ। ୫ ଜିଲ୍ଲାକୁ ବି ରେଡ୍ ୱାର୍ଣ୍ଣିଂ ଜାରି। ଦକ୍ଷିଣ ଓଡ଼ିଶାରେ ୬୦ରୁ ୭୦ କିମି ବେଗରେ ପବନ ବହିବ।

author-image

rain

rain Photograph: (OTV)

ବାତ୍ୟା ମୋନ୍ଥା ଆଖିରୁ ଓଡ଼ିଶା ବର୍ତ୍ତି ଯାଇଥିଲେ ବି ରାଜ୍ୟରେ ବର୍ଷା ଓ ପବନର ପ୍ରଭାବ ଦେଖିବାକୁ ମିଳିବ। ୨୮ ତାରିଖରୁ ଓଡ଼ିଶାରେ ଦେଖିବାକୁ ମିଳିପାରେ ମୋନ୍ଥାର ପ୍ରଭାବ। ୨୮ ଓ ୨୯ ତାରିଖ ଦୁଇ ଦିନ ରାଜ୍ୟରେ ଅତି ଭୀଷଣ ବର୍ଷା ହେବ। ୨୮ ତାରିଖରେ ଅତି ଭୀଷଣ ବର୍ଷା ନେଇ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି ଓ ଗଞ୍ଜାମ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି ହୋଇଛି। 
ସେହିପରି ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା ଓ ପୁରୀକୁ ଜାରି ହୋଇଛି ଅରେଞ୍ଜ ଆଲର୍ଟ। ୨୯ ତାରିଖରେ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ରାୟଗଡ଼ାକୁ ରେଡ୍ ଏବଂ ଗଜପତି, ଗଞ୍ଜାମ, କନ୍ଧମାଳ, ବୌଦ୍ଧ, ନୂଆପଡ଼ା ଓ ବଲାଙ୍ଗିର ଜିଲ୍ଲାକୁ ଭୀଷଣ ବର୍ଷା ନେଇ ସତର୍କ ସୂଚନା ଦେଇଛି ପାଣିପାଗ ବିଭାଗ। 
ଦକ୍ଷିଣ ଓଡ଼ିଶାରେ ୬୦ରୁ ୭୦ କିମି ବେଗରେ ପବନ ବହିବ। ଉପକୂଳବର୍ତ୍ତୀ ପୁରୀ, ଖୋର୍ଦ୍ଧା, କନ୍ଧମାଳରେ ପବନର ବେଗ ରହିପାରେ ୫୦ରୁ ୭୦ କିଲୋମିଟର। ବର୍ଷା ପବନରେ ଦକ୍ଷିଣ ଓଡ଼ିଶା ଜିଲ୍ଲାରେ ଭାଙ୍ଗିପାରେ କଚ୍ଚା ଘର, ଛପର ଉଡ଼ିଯିବା ସହ ଉପୁଡ଼ିପାରେ ଗଛ। ବିଦ୍ୟୁତ ଓ ଯୋଗାଯୋଗରେ କ୍ଷେତ୍ରରେ କ୍ଷତି ଆଶଙ୍କା କରାଯାଉଛି। 
ଧାନ ଓ ପରିବରିବା ନଷ୍ଟ ହେବା ଆଶଙ୍କା ରହିଛି। ବାତ୍ୟା ମୋନ୍ଥା ପ୍ରଭାବରେ ସମୁଦ୍ର ଭୀଷଣ ଅଶାନ୍ତ ରହିବ। ଏଥିପାଇଁ ୨୬ ତାରିଖରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଯିବାକୁ ବାରଣ କରାଯାଇଥିବା ବେଳେ ଯେଉଁମାନେ ସମୁଦ୍ରରେ ଅଛନ୍ତି ୨୬ ସୁଦ୍ଧା ଫେରି ଆସିବାକୁ କୁହାଯାଇଛି।

ଅଧିକ ଦେଖନ୍ତୁ:

•    ‘ମୋନ୍ଥା’ ଆଣିବ ପ୍ରବଳ ବର୍ଷା !
•    ବାତ୍ୟା ମୋନ୍ଥା ଆଖିରୁ ବର୍ତ୍ତିଯିବ ଓଡ଼ିଶା 
•    ଦକ୍ଷିଣ ଓଡ଼ିଶାରେ ପ୍ରବଳ ଛେଚିବା ସମ୍ଭାବନା
•    ୨୮ରୁ ଓଡ଼ିଶାରେ ଦେଖିବାକୁ ମିଳିବ ମୋନ୍ଥାର ପ୍ରଭାବ
•    ୨୮ ଓ ୨୯ ଦୁଇ ଦିନ ରାଜ୍ୟରେ ଅତି ଭୀଷଣ ବର୍ଷା ହେବ
•    ୨୮ରେ ମାଲକାନଗିରି, କୋରାପୁଟ, ରାୟଗଡ଼ାକୁ ଭୀଷଣ ବର୍ଷା
•    ଗଜପତି ଓ ଗଞ୍ଜାମ ଜିଲ୍ଲାକୁ ବି ରେଡ୍ ୱାର୍ଣ୍ଣିଂ ଜାରି
•    ଦକ୍ଷିଣ ଓଡ଼ିଶାରେ ୬୦ରୁ ୭୦ କିମି ବେଗରେ ପବନ ବହିବ
•    ଧାନ, ପାନ ଓ ପରିବରିବା ଚାଷ ନଷ୍ଟ ହେବା ଆଶଙ୍କା

Scroll to Top