ଭୁବନେଶ୍ବରରୁ ମାଲକାନଗିରି ଯାଉଥିବା ଯାତ୍ରୀବାହୀ ବସ୍ ରେ ନିଆଁ ଲାଗିଥିଲା । ଫଳରେ ବସଟି ସଂପୂର୍ଣ୍ଣ ଭାବେ ଜଳି ଯାଇଛି । ନୀଳକଣ୍ଠେଶ୍ବର ଅରେଞ୍ଜ ବସଟି ୩୭ ଜଣ ଯାତ୍ରୀଙ୍କୁ ନେଇ ବରମୁଣ୍ଡା ବସଷ୍ଟାଣ୍ଡ ବାହାରିଥିଲା ମାଲକାନଗିରି ।
Published By: Prativa – Prameya-News7 Bureau | March 21, 2026 07:55 AM
NEWS7
ଜୟପୁର: ନୀଳକଣ୍ଠେଶ୍ୱର ଯାତ୍ରୀବାହୀ ବସ୍ରେ ଅଗ୍ନିକାଣ୍ଡ । ଆନ୍ଧ୍ରପ୍ରଦେଶର ରାମଭଦ୍ରପୁରମ ନିକଟରେ ପ୍ରାୟ ରାତି ୩ଟା ସମୟରେ ହଠାତ୍ ବସ୍ଟିରେ ନିଆଁ ଲାଗିଯାଇଥିଲା । ଯାହାର ଫଳରେ ବସ୍ଟି ସମ୍ପୂର୍ଣ୍ଣ ଭାବେ ଜଳିଯାଇଥିଲା । ଭୁବନେଶ୍ୱରର ବରମୁଣ୍ଡା ବସ୍ ଷ୍ଟାଣ୍ଡରୁ ନୀଳକଣ୍ଠେଶ୍ୱର ଯାତ୍ରୀବାହୀ ବସ୍ ମାଲକାନଗିରି ଅଭିମୁଖେ ଯାଉଥିବା ବେଳେ ହଠାତ ବସରେ ନିଆଁ ଲାଗିଯାଇଥିଲା ।
-
ବସ୍ରେ ଅଗ୍ନିକାଣ୍ଡ, ଯାତ୍ରୀ ସୁରକ୍ଷିତ
-
ମାଲକାନଗିରି: ସୀମାନ୍ତ ଆନ୍ଧ୍ରରେ ଘରୋଇ ବସ୍ରେ ଅଗ୍ନିକାଣ୍ଡ
-
ରାମଭଦ୍ରପୁରମ୍ ନିକଟରେ ସର୍ଟ ସର୍କିଟ୍ରୁ ଲାଗିଲା ନିଆଁ
-
ବିଧାୟକ ମଙ୍ଗୁ ଖିଲଙ୍କ ସମେତ ସମସ୍ତ ଯାତ୍ରୀ ସୁରକ୍ଷିତ ଉଦ୍ଧାର
-
ଘରୋଇ ବସ୍ଟି ଭୁବନେଶ୍ୱରରୁ ମାଲକାନଗିରି ଯାଉଥିଲା
ଭାଗ୍ୟକ୍ରମେ, ସମସ୍ତ ଯାତ୍ରୀଙ୍କୁ ସମୟରେ ବସ୍ରୁ ବାହାର କରାଯାଇ ସୁରକ୍ଷିତ ସ୍ଥାନକୁ ନିଆଯାଇଥିଲା । ପରେ ଅନ୍ୟ ଏକ “Asian Smile” ବସ୍ ମାଧ୍ୟମରେ ସମସ୍ତ ଯାତ୍ରୀଙ୍କୁ ସେଠାରୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରାଯାଇଥିଲା। ଏହି ଘଟଣାରେ କୌଣସି ପ୍ରାଣହାନି ହୋଇନଥିବାଟି ଏକ ବଡ଼ ସଉଭାଗ୍ୟର କଥା । ଭୁବନେଶ୍ୱରର ବରମୁଣ୍ଡା ବସ୍ ଷ୍ଟାଣ୍ଡରୁ ନୀଳକଣ୍ଠେଶ୍ୱର ଯାତ୍ରୀବାହୀ ବସ୍ରେ ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ ମଧ୍ୟ ସେହି ବସରେ ଯାତ୍ରା କରୁଥିଲେ ।




