BSF Jawans: ଅପରେସନ ସିନ୍ଦୂରରେ ପାକିସ୍ତାନକୁ ଧୂଳି ଚଟାଇଥିଲେ; ଏବେ ରାଷ୍ଟ୍ରପତିଙ୍କ ଦ୍ବାରା ସମ୍ମାନିତ ହେବେ

bsf-jawans:-ଅପରେସନ-ସିନ୍ଦୂରରେ-ପାକିସ୍ତାନକୁ-ଧୂଳି-ଚଟାଇଥିଲେ;-ଏବେ-ରାଷ୍ଟ୍ରପତିଙ୍କ-ଦ୍ବାରା-ସମ୍ମାନିତ-ହେବେ

ସ୍ୱାଧୀନତା ଦିବସ ଅବସରରେ ବିଏସଏଫର ୧୬ ଜଣ ସାହସୀ ଯବାନଙ୍କୁ ସାହସିକତା ପଦକ ମିଳିବ। ମେ ୭ରୁ ୧୦ ତାରିଖ ମଧ୍ୟରେ ପାକିସ୍ତାନ ଏବଂ ପାକିସ୍ତାନ ଅଧିକୃତ କାଶ୍ମୀରରେ ଆତଙ୍କୀ ଆଡ୍ଡାକୁ ଟାର୍ଗେଟ କରି ଭାରତ କରିଥିଲା ଅପରେସନ ସିନ୍ଦୂର।

Chinmayee Sahoo

  • Published: Thursday, 14 August 2025
  • Last updated: 14 August 2025, 02:38 PM IST

BSFCredit: OTV

BSF

ଅପରେସନ ସିନ୍ଦୂର ବେଳେ ପାକିସ୍ତାନକୁ ଧୂଳି ଚଟାଇଥିବା ଭାରତର ୧୬ ଜଣ ସୀମା ସୁରକ୍ଷା ବାହିନୀ (ବିଏସଏଫ) ଯବାନଙ୍କୁ ସାହସିକତା ପଦକ ପ୍ରଦାନ କରାଯାଇଛି। ଏହି ପାରାମିଲିଟାରୀ ବାହିନୀକୁ ଦେଶର ପଶ୍ଚିମ ସୀମାରେ ଭାରତ-ପାକିସ୍ତାନ ସୀମା ସୁରକ୍ଷାରେ ନିୟୋଜିତ ଅଛନ୍ତି। ପଦକ ବିଜେତାଙ୍କ ମଧ୍ୟରେ ଜଣେ ଡେପୁଟି କମାଣ୍ଡାଣ୍ଟ ରାଙ୍କର ଅଧିକାରୀ, ଦୁଇ ଜଣ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ଏବଂ ଜଣେ ଇନ୍ସପେକ୍ଟର ଅଛନ୍ତି।

“ଚଳିତ ସ୍ୱାଧୀନତା ଦିବସରେ ଏହି ୧୬ ଜଣ ବିଏସଏଫ ଯବାନଙ୍କ ଅପରେସନ ସିନ୍ଦୁର ସମୟରେ ଦୃଢ଼ ଭାବରେ ସାହସ ପ୍ରଦର୍ଶନ କରିବା ସହ ପାକିସ୍ତାନ ସେନାକୁ ମାତ୍ ଦେଇଥିବା ଏହି ଯବାନଙ୍କୁ ସାହସିକତା ଏବଂ ଅତୁଳନୀୟ ବୀରତ୍ୱ ପାଇଁ ସାହସିକତା ପଦକ ମିଳିଛି। ଏହି ପଦକଗୁଡ଼ିକ ଭାରତର ପ୍ରଥମ ପ୍ରତିରକ୍ଷା ରେଖା: ସୀମା ସୁରକ୍ଷା ବାହିନୀ ପ୍ରତି ଦେଶର ଆସ୍ଥା ଏବଂ ଭରସାର ପ୍ରମାଣ” ବୋଲି ବିଏସଏଫ ଏକ ସୋସିଆଲ ମିଡିଆ ପୋଷ୍ଟରେ କହିଛି।

ଏପ୍ରିଲ ୨୨ ପହଲଗାମ ଆତଙ୍କବାଦୀ ଆକ୍ରମଣରେ ୨୬ ଜଣଙ୍କର ମୃତ୍ୟୁ ହେବା ପରେ ଭାରତ କରିଥିଲା ଅପରେସନ ସିନ୍ଦୁର। ପହଲଗାମ୍ ଆକ୍ରମଣରେ ଅନେକ ପର୍ଯ୍ୟଟକଙ୍କୁ ଟାର୍ଗେଟ୍ କରାଯାଇଥିଲା। ଏହାର ପ୍ରତିଶୋଧ ସ୍ବରୂପ ମେ ୭ରୁ ୧୦ ତାରିଖ ମଧ୍ୟରେ ପାକିସ୍ତାନ ଏବଂ ପାକିସ୍ତାନ ଅଧିକୃତ କାଶ୍ମୀରରେ ଆତଙ୍କବାଦୀ ଓ ସାମରିକ ସ୍ଥଳ ଗୁଡ଼ିକୁ ଟାର୍ଗେଟ କରିଥିଲା। ଭାରତୀୟ ସେନା ଯବାନଙ୍କ ଆକ୍ରମଣରେ ପାକିସ୍ତାନ ସମର୍ଥିତ ୧୦୦ରୁ ଉର୍ଦ୍ଧ୍ବ ଆତଙ୍କବାଦୀ ନିପାତ ହେବା ସହ ଅନେକ ଆତଙ୍କବାଦୀ ଆଡ୍ଡା ଧ୍ବଂସ ହୋଇଥିଲା। ଏହି ଅପରେସନରେ ଭାରତୀୟ ଯବାନଙ୍କ ବୀରତ୍ବ ଦେଖିଥିଲା ସାରା ବିଶ୍ବ।

Also Read

ଅଧିକ ପଢନ୍ତୁ: ଦେଶର ୧୦୯୦ ଜଣଙ୍କୁ ମିଳିବ ପୋଲିସ ସେବା ପଦକ, ଓଡ଼ିଶାର ୨ ଜଣଙ୍କୁ ମିଳିବ ରାଷ୍ଟ୍ରପତି ପଦକ

ଓଟିଭି ହ୍ଵାଟ୍ସଅପ

Scroll to Top