Brother Sister Bonding: ମୃତ ଭଉଣୀର ହାତ ବାନ୍ଧିଲା ରାକ୍ଷୀ, ମିଠା ଖୁଆଇବା ସହ ତିଲକ ବି ଲଗାଇଦେଲା…ବିଶ୍ବାସ ନହେଲେ ବି ସତ

brother-sister-bonding:-ମୃତ-ଭଉଣୀର-ହାତ-ବାନ୍ଧିଲା-ରାକ୍ଷୀ,-ମିଠା-ଖୁଆଇବା-ସହ-ତିଲକ-ବି-ଲଗାଇଦେଲା…ବିଶ୍ବାସ-ନହେଲେ-ବି-ସତ

୧୧ ମାସ ପରେ ଭାଇ ମୁହଁରେ ଫୁଟିଛି ଖୁସିର ହସ। ମୃତ ଭଉଣୀର ହାତ ନୂଆ ରୂପରେ ଆସି, ତା ହାତରେ ବାନ୍ଧିଛି ରାକ୍ଷୀ। ତାକୁ ଲଗାଇ ଦେଇଛି ତିଳକ ଆଉ ଖୁଆଇ ଦେଇଛି ମିଠା। ରକ୍ଷା ବନ୍ଧନ ଭଳି ପବିତ୍ର ଦିନରେ ଗୋଟିଏ ଭଉଣୀ ଛେଉଣ୍ଡ ଭାଇ ପାଇଁ ଏହାଠାରୁ ଅଧିକ ଖୁସି ଆଉ କ’ଣ ହୋଇପାରେ ।

ଏବେ ସୋସିଆଲ ମିଡ଼ିଆରେ ଗୋଟିଏ ଭାଇ ଭଉଣୀଙ୍କ କାହାଣୀ ଖୁବ ଭାଇରାଲ ହେଉଛି । ରକ୍ଷା ବନ୍ଧନ ଗଲାଣି ତଥାପି ଲୋକଙ୍କ ମୁହଁରେ ସେମାନଙ୍କ କଥା । ଯିଏ ଶୁଣୁଛି ତାର ଆଖିରେ ଲୁହ ଆସିଯାଉଛି ।

୧୧ ମାସ ପରେ ଭାଇ ମୁହଁରେ ଫୁଟିଛି ଖୁସିର ହସ। ମୃତ ଭଉଣୀର ହାତ ନୂଆ ରୂପରେ ଆସି ଭାଇ ହାତରେ ବାନ୍ଧିଛି ରାକ୍ଷୀ। ତାକୁ ଲଗାଇ ଦେଇଛି ତିଳକ ଆଉ ଖୁଆଇ ଦେଇଛି ମିଠା। ରକ୍ଷା ବନ୍ଧନ ଭଳି ପବିତ୍ର ଦିନରେ ଗୋଟିଏ ଭଉଣୀ ଛେଉଣ୍ଡ ଭାଇ ପାଇଁ ଏହାଠାରୁ ଅଧିକ ଖୁସି ଆଉ କ’ଣ ହୋଇପାରେ।

rakhirakhi

Also Read

୧୧ ମାସ ପୂର୍ବରୁ ତାକୁ ସବୁଦିନ ପାଇଁ ଛାଡ଼ିଯାଇଥିଲା ତା ଗେହ୍ଲି ଭଉଣୀ। ହେଲେ ତା ହାତ ଆଉଜଣେ ଝିଅ ଶରୀରରେ କରାଯାଇଥିଲା ପ୍ରତିରୋପଣ। ସେହି ସୁନାନାଖି ଭଉଣୀର ହାତ ତାପାଖକୁ ଫେରି ଆସିଛି ଆଉ ବାନ୍ଧିଦେଇଛି ସ୍ନେହ ଓ ପ୍ରେମର ପବିତ୍ର ରାକ୍ଷୀ।ଆଜି ସେହି ପରିବାରକୁ ସତେ ଯେମିତି ମିଳିଯାଇଛି କୋଟିନିଧି। ଗୁଜରାଟର ଭାଲସାଡରୁ ଆସିଛି ଏହି ଅନନ୍ୟ କାହାଣୀ। ଯାହା ମାନବିକତା ଏବଂ ପ୍ରେମର ସମ୍ପର୍କକୁ ଏକ ନୂତନ ପରିଭାଷା ଦେଇଛି।

ସେପ୍ଟେମ୍ବର 2024ରେ ଭାଲସାଡରେ ରହୁଥିବା ୯ ବର୍ଷୀୟା ରିୟା ମିସ୍ତ୍ରୀ ବ୍ରେନ୍ ଡେଡ୍ ହେବା ଯୋଗୁଁ ମୃତ୍ୟୁବରଣ କରିଥିଲେ। ସେହି ଦୁଃଖ ମୁହୂର୍ତ୍ତରେ, ତାଙ୍କ ପରିବାର ଏକ ସାହସିକ ଏବଂ ମହାନ ନିଷ୍ପତ୍ତି ନେଇଥିଲେ। ସେମାନେ ଡୋନେଟ୍ ଲାଇଫ୍ ଏନଜିଓ ସହାୟତାରେ ରିୟାର ଅଙ୍ଗ ଦାନ କରିବାକୁ ନିଷ୍ପତ୍ତି ନେଇଥିଲେ।

rakhirakhi

ରିୟାର ଡାହାଣ ହାତ ମୁମ୍ବାଇର ବାସିନ୍ଦା ୧୬ ବର୍ଷୀୟା ଅନମତା ଅହମ୍ମଦଙ୍କ ଶରୀରରେ ପ୍ରତିରୋପଣ କରାଯାଇଥିଲା। ବିଦ୍ୟୁତ ଆଘାତ ଯୋଗୁଁ ଅନମତାଙ୍କ ଗୋଟିଏ ହାତ କାଟିବାକୁ ପଡିଥିଲା ଏବଂ ରିୟାର ହାତ ତାଙ୍କ ପାଇଁ ଏକ ନୂତନ ଜୀବନ ଆଣିଦେଲା। ଆଉ ପବିତ୍ର ରକ୍ଷା ବନ୍ଧନରେ ଅନାମତା ମୁମ୍ବାଇରୁ ଭାଲସାଦ ଆସି ରିୟାର ଭାଇଙ୍କ ହାତରେ ବାନ୍ଧିଥିଲେ ରାକ୍ଷୀ।

ଏକ ବର୍ଷ ପୂର୍ବରୁ ଭାଇ ଶିବମର ହାତରେ ଶେଷ ରାକ୍ଷୀ ବାନ୍ଧିଥିଲା ରିୟା। ସେ ଚାଲିଯିବା ପରେ ଦୁଃଖରେ ଭାଙ୍ଗି ପଡ଼ିଥିଲା ଶିବମ। ଏବର୍ଷ ସେ ରିୟାର ରାକ୍ଷୀକୁ ଝୁରିହେଉଥିଲା। ହେଲେ ହଠାତ ରିୟାର ହାତ ନୂତନ ପରିଚୟ ନେଇ ତା ପାଖରେ ପହଞ୍ଚିଥିଲା। ଆଉ ଶିବମର ହାତରେ ଅନମତା ରାକ୍ଷୀ ବାନ୍ଧି ଛିଣ୍ଡି ଯାଇଥିବା ସମ୍ପର୍କର ସୂତାକୁ ଆଉଥରେ ଯୋଡ଼ିଦେଇଥିଲେ।

rakhirakhi

ଏହା ରିୟାର ପରିବାର ପାଇଁ ଅତ୍ୟନ୍ତ ଭାବପ୍ରବଣ ମୁହୂର୍ତ୍ତ ଥିଲା। କାରଣ ଏହା କେବଳ ଏକ ରାଖୀ ନୁଥିଲା ବରଂ ରିୟାର ପ୍ରେମ ଏବଂ ବଳିଦାନର ପ୍ରତୀକ ଥିଲା। ତାଙ୍କୁ ମନେ ହେଉଥିଲା ଯେପରି ରିୟା ସେମାନଙ୍କ ମଧ୍ୟରେ ଉପସ୍ଥିତ ଅଛି। ଏହି ଦୃଶ୍ୟ ଏତେ ଭାବପ୍ରବଣ ଥିଲା ଯେ ସେଠାରେ ଉପସ୍ଥିତ ସମସ୍ତଙ୍କ ଆଖି ଲୁହରେ ଭିଜିଯାଇଥିଲା। ତାଙ୍କ ପରିବାର ଓଠରେ ହସ ଫେରାଇ ଆଣିଥିବାରୁ ରିୟାଙ୍କ ପରିବାର ଅନାମତା ଓ ଡୋନେଟ୍ ଲାଇଫ୍ ଏନଜିଓଙ୍କ ଧନ୍ୟବାଦ ଜଣାଇଥିଲେ ।

ରିୟାର ହାତ ଅନମତାକୁ ଏକ ନୂତନ ଜୀବନ ଦେଇଥିଲା, ଏବଂ ଅନାମତା ସେହି ହାତରେ ରାଖୀ ବାନ୍ଧି ରିୟାର ଭାଇକୁ ଏକ ଅଭୁଲା ଉପହାର ଦେଇଥିଲେ। ପ୍ରକୃତ ସମ୍ପର୍କ ଯେ କେବଳ ରକ୍ତ ନୁହେଁ, ବରଂ ହୃଦୟର ମଧ୍ୟ। ଏହି କାହାଣୀ ଏହାକୁ ପ୍ରମାଣ କରିଦେଲା।

ଓଟିଭି ହ୍ଵାଟ୍ସଅପ

Scroll to Top