BJD has suspended 10 Biju youth and student leaders: ଦଳ ବିରୋଧୀ କାର୍ଯ୍ୟ ପାଇଁ ୧୦ ଜଣ ବିଜୁ ଯୁବ ଏବଂ ଛାତ୍ର ନେତାଙ୍କୁ ନିଲମ୍ବିତ କଲା ବିଜେଡି

bjd-has-suspended-10-biju-youth-and-student-leaders:-ଦଳ-ବିରୋଧୀ-କାର୍ଯ୍ୟ-ପାଇଁ-୧୦-ଜଣ-ବିଜୁ-ଯୁବ-ଏବଂ-ଛାତ୍ର-ନେତାଙ୍କୁ-ନିଲମ୍ବିତ-କଲା-ବିଜେଡି

ଭୁବନେଶ୍ୱର: ଦଳ ବିରୋଧୀ କର୍ଯ୍ୟ ପାଇଁ ୧୦ ଜଣ ବିଜୁ ଯୁବ ଏବଂ ଛାତ୍ର ନେତାଙ୍କୁ ଧଳରୁ ନିଲମ୍ବିତ କଲା ବିଜେଡି। ଶୁକ୍ରବାର ଏନେଇ ଦଳ ପକ୍ଷରୁ ବିବୃତ୍ତି ଜାରି କରାଯାଇ ସୂଚନା ଦିଆଯାଇଛି। ନିଲମ୍ବିତଙ୍କ ମଧ୍ୟରୁ ୭ ଜଣ ଛାତ୍ର ନେତା ହୋଇଥିବା ବେଳେ ୩ ଯୁବ ନେତା ଅଛନ୍ତି।

ବିଜେଡିରୁ ନିଲମ୍ବିତ ହୋଇଥିବା ୩ ଯୁବ ନେତା ହେଲେ- ସାଧାରଣ ସମ୍ପାଦକ ଅଶୋକ ମିଶ୍ର,ଶୋଭନ ମହାନ୍ତି ଏବଂ ଅନୁପମ ଶତପଥି। ସେହିଭଳି ନିଲମ୍ବିତ ହୋଇଥିବା ବିଜୁ ଛାତ୍ର ଜନତା ଦଳର ୭ ଜଣଙ୍କ ମଧ୍ୟରେ ଅଛନ୍ତି -ବିସିଜେଡିର ମହାସଚିବ ସୁଜିତ ପାଲଟା ସିଂହ, ଓ ସାଧାରଣ ସମ୍ପାଦକ ଦେବୋପ୍ରସାଦ ରାଉତରାୟ ଓ ୫ ବିସିଜେଡି ଉପସଭାପତି- ରଞ୍ଜିତ ଦାସ, ଅବିନାଶ ମହାନ୍ତି, ଦେବୀପ୍ରସାଦ ଲେଙ୍କା, ଅଶିତ ରଞ୍ଜନ ଦାସ ଓ ସିଦ୍ଧାର୍ଥ ସ୍ୱାଇଁ।

ସେପଟେ କ୍ରସ ଭୋଟିଂ କରିଥିବା ବିଧାୟକଙ୍କ ବିରୁଦ୍ଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନେବାକୁ ଦଳ ବିଚାର ବିମର୍ଷ କରୁଛି। ଏନେଇ ଶୁକ୍ରବାର ଶଙ୍ଖ ଭବନରେ ବିଜେଡି ଶୃଙ୍ଖଳା କମିଟିର ବୈଠକ ହୋଇଥିଲା। ଦେବୀ ମିଶ୍ର, ରାଜଶ୍ରୀ ମଲ୍ଲିକ, ଶର୍ମିଷ୍ଠା ସେଠୀ, ସାରଦା ଜେନା, ଚନ୍ଦ୍ରଶେଖର ସାହୁ, ଲୋପାମୁଦ୍ରା ବକ୍ସିପାତ୍ରଙ୍କ ନେତୃତ୍ବରେ ବସିଥିବା ଏହି ଶୃଙ୍ଖଳା କମିଟି ବୈଠକରେ ବିଧାୟକଙ୍କ ବିରୁଦ୍ଧରେ କଣ କାର୍ଯ୍ୟାନୁଷ୍ଠାନ ନିଆଯାଇ ପାରିବ ସେ ନେଇ ଆଲୋଚନା ହୋଇଛି।

ତେବେ ବୈଠକ ପରେ ବିଜେଡି ବରିଷ୍ଠ ଉପସଭାପତି ଦେବୀ ମିଶ୍ର କହିଛନ୍ତି, ‘‘ ଯେଉଁମାନଙ୍କୁ ନୋଟିସ ହୋଇଥିଲା ସମସ୍ତେ କାରଣ ଦର୍ଶାଅ ନୋଟିସର ଜବାବ ଦେଇଛନ୍ତି। ସେମାନଙ୍କ ଉତ୍ତରରୁ ଯାହା ଲାଗୁଛି, ଗୋଟିଏ ସ୍ଥାନରୁ ସମସ୍ତଙ୍କ ଲେଖା ଆସିଛି। ରାଜ୍ୟସଭା ଭୋଟ ପରେ, ଯେଉଁ ପ୍ରତିକ୍ରିୟା ସେମାନେ ଗଣମାଧ୍ୟମକୁ ଦେଇଥିଲେ ସେ ସମସ୍ତ କ୍ଲିପ୍‌କୁ ମଧ୍ୟ ତଦାରଖ କରାଗଲା। ସେମାନଙ୍କର ଆଚରଣ ଦଳ ବିରୋଧୀ। ଏନେଇ ଦଳୀୟ ରିପୋର୍ଟ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ଦିଆଯିବ। ସେ ଏଦିଗରେ କାର୍ଯ୍ୟାନୁଷ୍ଠାନ ନେବେ।’’

Also read- Dasarathi Gamang on suspension: ଦାଶରଥି ଗମାଙ୍ଗ କହିଲେ, ପିସିସି ଯାହାଙ୍କୁ କହିଲେ ମୁଁ ଭୋଟ ଦେଲି; କାଡାମଙ୍କ କଡ଼ା ଜବାବ

Scroll to Top