Bihar Assembly Election: ଖାନ ସାର ଦେଲେ ଭୋଟ, ଯାହା କହିଲେ ସମସ୍ତେ ଶୁଣିବା ଦରକାର

bihar-assembly-election:-ଖାନ-ସାର-ଦେଲେ-ଭୋଟ,-ଯାହା-କହିଲେ-ସମସ୍ତେ-ଶୁଣିବା-ଦରକାର

ପାଟନା ୬।୧୧: ବିହାର ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ଶେଷ ହୋଇଛି। ଏଥିରେ ୨୧ ଜିଲ୍ଲା ଓ ୧୨୧ ଆସନ ଲାଗି ଭୋଟ ଗ୍ରହଣ କରାଯାଇଛି। ରାଜଧାନୀ ପାଟନାର କୁମହରାର ନିର୍ବାଚନମଣ୍ଡଳି ବୁଥ ନମ୍ବର ୨୪୧ରେ ଜଣେ ଖାସ ଭୋଟର ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଛନ୍ତି। ସେ ଆଉ କେହି ନୁହନ୍ତି ଶିକ୍ଷକ ତଥା ୟୁ ଟ୍ୟୁବର ଖାନ ସାର। ସେ ନିଜେ ଭୋଟ ଦେଇଛନ୍ତି ଓ ସମସ୍ତଙ୍କୁ ଭୋଟ ଦେବାକୁ ମଧ୍ୟ ପ୍ରବର୍ତ୍ତାଇଛନ୍ତି।

ଭୋଟ ଦେବାକୁ ମତଦାନ କେନ୍ଦ୍ର ପହଞ୍ଚିଥିବା ଖାନ ସାର ଭୋଟ ଦେଇ ସାରିବା ପରେ ଯୁବବର୍ଗ ଓ ଜନତାଙ୍କୁ ଖାସ ଅପିଲ କରିଛନ୍ତି। ସେ କହିଛନ୍ତି ‘ଭୋଟ ବହୁତ ଶକ୍ତିଶାଳୀ,ଆମେ ଏହାକୁ ପୁରା ବୁଝି ବିଚାରି ଉପଯୋଗ କରିବା ଦରକାର। ଭୋଟ ଦେବା କାଳରେ ପ୍ରାର୍ଥୀଙ୍କ ଛବି, ଶିକ୍ଷା, ବିକାଶ, ସ୍ୱାସ୍ଥ୍ୟ, ରୋଜଗାର ଓ ସୁରକ୍ଷା ଭଳି ପ୍ରସଙ୍ଗକୁ ଧ୍ୟାନରେ ରଖିବା ଦରକାର। ଭୋଟ କେବଳ ଏକ ଅଧିକାର ନୁହେଁ ‘ଦାୟିତ୍ୱ’ ମଧ୍ୟ’ ବୋଲି ସେ କହିଛନ୍ତି। ଖାନ ସାର ଯୁବକମାନଙ୍କୁ କହିଛନ୍ତି ଯେ ଭାରତ ଗଣତନ୍ତ୍ରର ଜନନୀ ଓ ଏହା ହିଁ ସେହି ସମୟ ଯେତେବେଳେ ଧନୀ ଗରିବ ସମସ୍ତ ସମାନ ଭାବେ ଧାଡି ବାନ୍ଧନ୍ତି। ସେ କହିଛନ୍ତି ଯଦି ଆମେ ଭୋଟ ନ ଦେବା ଗଣତନ୍ତ୍ରର ଅର୍ଥ କଣ ହେବ? ଓ ଏହା ମଧ୍ୟ ମନେ ରଖନ୍ତୁ ଯଦି ଆପଣ ଆଜି ଭୋଟ ନ ଦେବେ କାଲି କୌଣସି ଅପାଠୁଆ ବ୍ୟକ୍ତି ଆପଣଙ୍କ ଉପରେ ଶାସନ କରିବ।

​​​​​​​

VIDEO | Bihar Elections 2025: Educator Khan Sir casts his vote during the first phase of polling. Urging the youth to come forward and vote, he says, “India is the mother of democracy, and voting is everyone’s right. This is the only time when the rich and the poor stand equal.… pic.twitter.com/ME3zhdBirH

— Press Trust of India (@PTI_News) November 6, 2025

ସେ କହିଛନ୍ତି ଯେ ଆଜିର ଯୁବକଙ୍କ ମଧ୍ୟରେ ଏହି ଧାରଣା ସୃଷ୍ଟି ହୋଇଛି ଭୋଟ ଦେବାକୁ ଯିବାନି, ହେଲେ ସେମାନେ ଭୁଲି ଯାଉଛନ୍ତି ପରିବର୍ତ୍ତନର ଏହା ହିଁ ସବୁଠୁ ବଡ଼ ଶକ୍ତି। ଖାନ ସାର କହିଛନ୍ତି ଏହି ବିଚାରକୁ ବଦଳାଇବାକୁ ପଡିବ। ଯଦି ଯୁବକ ଆଗକୁ ଆସିବେ ବିହାର ଓ ଦେଶ ଆଗକୁ ବଢିବ। ଖାନ ସାରଙ୍କ ବାର୍ତ୍ତା ସ୍ପଷ୍ଟ ଥିଲା ବୁଝି ବିଚାରି ଭୋଟ ଦିଅନ୍ତୁ, କାରଣ ଆପଣଙ୍କ ଗୋଟିଏ ଭୋଟ ବିହାରର ଭବିଷ୍ୟତ ନିର୍ମାଣ କରିବ।

ବିହାର ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣରେ ୧୨୧ ସିଟ୍ ପାଇଁ ମତଦାନ କରାଯାଇଛି। ଏଥିରୁ ୧୦୪ଟି ସିଟ୍ ରେ ପ୍ରାର୍ଥୀଙ୍କ ମଧ୍ୟରେ ସିଧା ପ୍ରତିଦ୍ୱନ୍ଦ୍ୱୀତା ହେଉଥିବା ବେଳେ ୧୭ଟି ଆସନରେ ତ୍ରିକୋଣୀୟ ମୁକାବିଲା ହେଉଛି। ବିହାରର ମୋଟ ୨୪୩ ଆସନ ପାଇଁ ଦୁଇଟି ପର୍ଯ୍ୟାୟରେ ଭୋଟ ଗ୍ରହଣ ହେବ। ଏଥିରେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ଗୁରୁବାର ଶେଷ ହୋଇଛି। ନଭେମ୍ବର ୧୧ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ହେବାକୁ ଥିବା ବେଳେ ୧୪ ତାରିଖରେ ଭୋଟ ଗଣନା ହେବ।    

Scroll to Top