‘BIGG BOSS 19’ରେ ଅଶନୁରଙ୍କ ଶରୀରକୁ ନେଇ ମଜାକ ଉଡାଇବା ପଡିଲା ମହଙ୍ଗା, ତାନ୍ୟା-ନୀଲମଙ୍କ ଉପରେ ଭଡକିଲେ ସଲମାନ

‘bigg-boss-19’ରେ-ଅଶନୁରଙ୍କ-ଶରୀରକୁ-ନେଇ-ମଜାକ-ଉଡାଇବା-ପଡିଲା-ମହଙ୍ଗା,-ତାନ୍ୟା-ନୀଲମଙ୍କ-ଉପରେ-ଭଡକିଲେ-ସଲମାନ

ନୂଆଦିଲ୍ଲୀ ୦୧।୧୧; ଟିଭିର ସବୁଠାରୁ ଲୋକପ୍ରିୟ ରିଆଲିଟି ଶୋ “ବିଗ୍ ବସ୍ ୧୯” ପ୍ରତିଦିନ ନୂଆ ନୂଆ ଟ୍ଵିଷ୍ଟ-ଟର୍ମସ୍‌ ଦେଖିବାକୁ ମିଳିଛି। ଶେଷ ଏପିସୋଡ୍‌ରେ, ଘରର ସଦସ୍ୟମାନେ ପ୍ରଣୀତ ମୋରେଙ୍କ ନାମରେ ଜଣେ ନୂତନ ଅଧିନାୟକ ପାଇଛନ୍ତି। ପ୍ରଣୀତ ମୋରେ କ୍ୟାପ୍ଟେନ୍ସି ଟାସ୍କ ଜିତି ଶେହବାଜକୁ ରାଇଛନ୍ତି । ନିର୍ମାତା ଏବେ ୱିକେଣ୍ଡ୍ କା ୱାର ପାଇଁ ଏକ ନୂତନ ପ୍ରୋମୋ ରିଲିଜ୍ କରିଛନ୍ତିଯେଉଁଥିରେ ସଲମାନ ଖାନ ତାନ୍ୟା ମିତ୍ତଲ, ନୀଲମ୍ ଗିରି ଏବଂ କୁନିକା ସଦାନନ୍ଦଙ୍କୁ ଭର୍ତ୍ସନା କରୁଥିବାର ଦେଖିବାକୁ ମିଳିଛି। ଅଶନୁରଙ୍କ ଓଜନକୁ ନେଇ ପରିହାସ କରିବା ପାଇଁ ସେମାନଙ୍କୁ ଭର୍ତ୍ସନା କରାଯାଇଥିଲା।

ଣ କହିଥିଲେ ତାନ୍ୟା?

ଗୋଟିଏ ଏପିସୋଡ୍‌ରେ, ତାନ୍ୟା ଏବଂ ନୀଲମ୍ ଅଶନୁର କୌରଙ୍କ ଓଜନକୁ ନେଇ ପରିହାସ କରୁଥିବାର ଦେଖାଯାଇଥିଲା। ନୀଲମ୍ ଏବଂ ତାନ୍ୟାଙ୍କ ସହିତ, କୁନିକା ମଧ୍ୟ ଅଶନୁରଙ୍କ ଓଜନ ଓ ଲୁକ୍‌ ଉପରେ ମନ୍ତବ୍ୟ ଦେଇଥିଲେ। ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଅଶନୁରଙ୍କ ମଜାକ୍‌ ଉଡାଇବା ପାଇଁ ସୋସିଆଲ ମିଡିଆ ୟୁଜର୍ସମାନେ ନୀଲମ, ତାନ୍ୟା ଏବଂ କୁନିକାଙ୍କୁ ପ୍ରବଳ ଟ୍ରୋଲ କରୁଛନ୍ତି।

#WeekendKaVaar Promo: Salman BASHED Tanya, Abhishek, Kunickaa. pic.twitter.com/hMu0xFNPAd

— BBTak (@BiggBoss_Tak) October 31, 2025

ଅଶନୁରଙ୍କ ସମର୍ଥନରେ ସେଲିବ୍ରିଟି

ସୋସିଆଲ ମିଡିଆ ୟୁଜର୍ସଙ୍କ ବ୍ୟତୀତ, ଟିଭି ସେଲିବ୍ରିଟିମାନେ ମଧ୍ୟ ନୀଲମ, ତାନ୍ୟା ଏବଂ କୁନିକାଙ୍କୁ କଡ଼ା ସମାଲୋଚନା କରିଥିଲେ। ଅଶନୁର କୌରଙ୍କୁ ସମର୍ଥନ କରି, ବିଗ୍ ବସ୍ ୧୯ ପ୍ରତିଯୋଗୀ ଅୱେଜ୍ ଏହି ପ୍ରସଙ୍ଗ ଉଠାଇଥିଲେ ଏବଂ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ନୀଲମ, ତାନ୍ୟା ଏବଂ କୁନିକାଙ୍କୁ ନକାରାତ୍ମକ ବୋଲି କହିଥିଲେ। ରୋହନ ମେହରା ଏବଂ ଜନ୍ନତ ଜୁବେର ମଧ୍ୟ ବଡି ସେମିଂ ବିରୁଦ୍ଧରେ କହିଥିଲେ ଯେ କାହାର ଶରୀର ଉପରେ ମନ୍ତବ୍ୟ ଦେବା ଏକ ଲଜ୍ଜାଜନକ କାର୍ଯ୍ୟ।

ସଲମାନ ଖାନଙ୍କ ଭର୍ତ୍ସନା

ସଲମାନ ଖାନ ମଧ୍ୟ ୱିକେଣ୍ଡ କା ୱାରରେ ଏହି ପ୍ରସଙ୍ଗ ଉଠାଇଥିଲେ। ସଲମାନ ଖାନ କହିଥିଲେ, “ନୀଲମ ଏବଂ ତାନ୍ୟା, ତୁମେମାନେ ଅଶନୁରଙ୍କ ଓଜନ ବିଷୟରେ ଏତେ ଖରାପ କଥା କହିଛ। ତୁମେ ଏପରି ଶବ୍ଦ ବ୍ୟବହାର କରିଛ ଯେ ମୁଁ ଏଠାରେ କହିପାରିବି ନାହିଁ। ତାନ୍ୟା, ତୁମେ ଏତେ ସଂସ୍କାରୀ ଦେଖାଅ ଏସବୁ କିପରି କହିପାରୁଛ ?” ସଲମାନ ଖାନ କୁନିକାଙ୍କୁ ମଧ୍ୟ ଭର୍ତ୍ସନା କରିଥିଲେ।

Scroll to Top