Bhubaneswar: ଓଏମସି ପକ୍ଷରୁ ୭୯ତମ ସ୍ଵାଧୀନତା ଦିବସ ପାଳିତ, ଭୁବନେଶ୍ୱର ସ୍ଥିତ ମୁଖ୍ୟ କାର୍ଯ୍ୟାଳୟ ପରିସରରେ ଜାତୀୟ ପତାକା ଉତ୍ତୋଳନ

bhubaneswar:-ଓଏମସି-ପକ୍ଷରୁ-୭୯ତମ-ସ୍ଵାଧୀନତା-ଦିବସ-ପାଳିତ,-ଭୁବନେଶ୍ୱର-ସ୍ଥିତ-ମୁଖ୍ୟ-କାର୍ଯ୍ୟାଳୟ-ପରିସରରେ-ଜାତୀୟ-ପତାକା-ଉତ୍ତୋଳନ

ଓଏମସି ଦ୍ଵାରା ପରିଚାଳିତ ଓଡ଼ିଶା ମାଇନିଙ୍ଗ ଆଦର୍ଶ ବିଦ୍ୟାଳୟ, ଡି.ଏ.ଭି ପବ୍ଲିକ ସ୍କୁଲ ଠାରେ ମଧ୍ୟ ଜାତୀୟ ପତାକା ଉତ୍ତୋଳନ ହୋଇଯାଇଅଛି। ଏହି ଅବସରରେ ନିଗମର କର୍ମଚାରୀ ମାନେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରିବା ସହିତ ଉତ୍ସାହ ଓ ଆନନ୍ଦର ସହିତ ୭୯ତମ ସ୍ବାଧୀନତା ଦିବସ ପାଳନ କରିଥିଲେ।

Otv Khabar Bureau

  • Published: Friday, 22 August 2025
  • Last updated: 22 August 2025, 03:53 PM IST

OMCCredit: OTV

OMC

ଓଡ଼ିଶା ଖଣି ନିଗମ (ଓଏମସି) ପକ୍ଷରୁ ୭୯ତମ ସ୍ଵାଧୀନତା ଦିବସ ପାଳନ ହୋଇଯାଇଛି । ଏହି ଉତ୍ସବରେ ଓଏମସି ପରିଚାଳନା ନିର୍ଦ୍ଦେଶକ ଶ୍ରୀ ସୁଧାଂଶୁ ମୋହନ ସାମଲ, ଭୁବନେଶ୍ୱର ସ୍ଥିତ ମୁଖ୍ୟ କାର୍ଯ୍ୟାଳୟ ପରିସରରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ

ଏହି କାର୍ଯ୍ୟକ୍ରମରେ ନିର୍ଦ୍ଦେଶକ (ଅପରେସନ) ଶ୍ରୀ ସବ୍ୟସାଚୀ ମହାନ୍ତି; ନିର୍ଦ୍ଦେଶକ (ମାନବ ସମ୍ବଳ) ଶ୍ରୀ ଆଲୋକ କୁମାର ପାଳ; ନିର୍ଦ୍ଦେଶକ (ବିତ୍ତ) ଶ୍ରୀ ବନ ବିହାରୀ ପାଣିଙ୍କ ସମେତ କମ୍ପାନୀର ବରିଷ୍ଠ ଅଧିକାରୀ ଓ କର୍ମଚାରୀ ପ୍ରମୁଖ ଉପସ୍ଥିତ ରହିଥିଲେ।

ଏଥିସହ ଓଏମସି ର ସମସ୍ତ ଆଞ୍ଚଳିକ ଖଣି କାର୍ଯ୍ୟାଳୟ ଯଥା ଦୈତାରି, ବଡବିଲ, ଗନ୍ଧମାର୍ଦ୍ଦନ, ରାୟଗଡ଼ା, କୋଇଡା, ଯାଜପୁର ରୋଡ ତଥା ନିଗମର ସମସ୍ତ ଖଣି ଅଞ୍ଚଳ ପରିସରରେ ମଧ୍ୟ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା।

Also Read

ଏଥିସହ ଓଏମସି ଦ୍ଵାରା ପରିଚାଳିତ ଓଡ଼ିଶା ମାଇନିଙ୍ଗ ଆଦର୍ଶ ବିଦ୍ୟାଳୟ, ଡି.ଏ.ଭି ପବ୍ଲିକ ସ୍କୁଲ ଠାରେ ମଧ୍ୟ ଜାତୀୟ ପତାକା ଉତ୍ତୋଳନ ହୋଇଯାଇଅଛି। ଏହି ଅବସରରେ ନିଗମର କର୍ମଚାରୀ ମାନେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରିବା ସହିତ ଉତ୍ସାହ ଓ ଆନନ୍ଦର ସହିତ ୭୯ତମ ସ୍ବାଧୀନତା ଦିବସ ପାଳନ କରିଥିଲେ।

ଓଟିଭି ବିଜ୍ଞାପନ

Scroll to Top