Bhadrak : ପାଉଁଜିର ରୁମଝୁମ୍ ଶବ୍ଦ ଶୁଭିଲା, କେହି ଜଣେ ଆସିଲା ପରି ଲାଗିଲା

bhadrak-:-ପାଉଁଜିର-ରୁମଝୁମ୍-ଶବ୍ଦ-ଶୁଭିଲା,-କେହି-ଜଣେ-ଆସିଲା-ପରି-ଲାଗିଲା

ଭଦ୍ରକ : ପାଉଁଜିର ରୁମଝୁମ୍ ଶବ୍ଦ ଶୁଭିଲା, କେହି ଜଣେ ଆସିଲା ପରି ଲାଗିଲା। ଏମିତି ପରିସ୍ଥିତି ହେଲା ସେ ସମୟରେ ଲାଇଟ୍ ଅଫଡାଉନ୍ ହେଲା। ଯେମିତି କି ବିରାଟ କଳା ଛାଇ ଆମକୁ ମାଡ଼ି ଆସୁଥାଏ । ଅଜବ ଏକ ଶବ୍ଦ। ଛାତି ଆମର ଥରି ଉଠିଲା , ମାଆ ଭଦ୍ରକାଳୀଙ୍କ ମୁକୁଟ ଚୋରି ଆଉ କଣ କରିବୁ । ଭୟରେ ସେଠାରୁ ଖସିବାକୁ ବାଟ ପାଇଲୁନି। ଭଦ୍ରକାଳୀ ମନ୍ଦିରକୁ ଚୋରି କରିବାକୁ ଯାଉଥିବା ଚୋରର ଏ ଅନୁଭୂତି।

କ’ଣ ଥିଲା ପୂରା ଘଟଣା 

ଭଦ୍ରକରେ ମାଆ ଭଦ୍ରକାଳୀଙ୍କ ମନ୍ଦିରରେ ଚୋରି କରିବାକୁ ଯାଇଥିଲେ ଦୁଇ ଚୋର। ହେଲେ ପରିସ୍ଥିତି ଏମିତି ହେଲା ଯେ, ସେମାନେ ଚୋରି ନକରି ଫରେି ଆସନିଥିଲେ । କୋହିଁକି ସେମାନେ ଚୋରି କରିପାରିଲେନି। କେମିତି ଚୋରି ବେଳେ ପରିସ୍ଥିତି ଭୟଙ୍କର ହୋଇଥିଲା ସେସବୁର ଅନୁଭୂତି ପୋଲିସ୍ ଆଗରେ ବଖାଣିଛନ୍ତି ଚୋର। ଚୋରି କରିବାକୁ ଯାଇ ମାଆଙ୍କ କୋଠ ଘର ଗୋଦ୍ରେଜ୍ ଭାଙ୍ଗିଥିଲେ ଚୋର କିନ୍ତୁ କିଛି ଚୋରି କରି ପାରିନଥିଲେ। କାହିଁକିନା ସେଠାରେ ଶୁଭିଥିଲା ପାଉଁଜି ଶବ୍ଦ ଆଉ ଦେଖିଥିଲେ ଏକ ବିରାଟ କଳା ଛାଇ। ସେଥିପାଇଁ ମାଆ ଭଦ୍ର କାଳୀଙ୍କ ଦୁଇଟି ମୁକୁଟ ନେବାକୁ କରିପାରିନଥିଲେ ସାହସ। ଛାତି ଥରିଥିଲା ଓ ଶେଷକୁ କେବଳ ହୁଣ୍ଡି ଟଙ୍କା ନେଇ ଦୌଡି ପଳାଇ ଆସିଥିଲେ । ଦୁଇ ଜଣ ଚୋର ମନ୍ଦିର ନିକଟରେ ପୋଲିସକୁ ଚୋରି ବେଳ ସତ କହୁଥିବାର ଭିଡିଓ ହେଉଛି ଭାଇରାଲ ।

ପୋଲିସ୍ ଓ ଚୋର ଭିତରେ ଥିଲା କିଛି ଏମିତି କାଥାବର୍ତ୍ତା-

ପୋଲିସ୍ – ଭୂତ ବାହାରିଲା କହୁଥିଲୁ ?

ଚୋର- ନା ସାର୍ ଭୂତ ନୁହେଁ ବଡ଼ ଆକାରର ଛାଇ, ମନ୍ଦିର ଭିତରୁ ଝମ୍ ଝମ୍ ଶବ୍ଦ ହେଉଥିଲା

ପୋଲିସ୍ – କେତେବେଳେ ?

ଚୋର- ଯେତେବେଳେ ମୁଁ ମନ୍ଦିର ଭିତର କବାଟ କାଟିବା ଆରମ୍ଭ କଲି

ପୋଲିସ୍ – କାଲି ଝମ୍ ଝମ୍ ଶବ୍ଦ ନା କାହାରି ପାଦର ଶବ୍ଦ

ଚୋର- ନା ସାର୍ ପାଦ ପଡ଼ିବା ସହ ଝମ ଝମ ଶବ୍ଦ ହେଲା

ପୋଲିସ୍ – ସେତିକିରେ ତୋ ମୁଣ୍ଡ ରେ କିଛି ପଶିଲା ନାହିଁ

ଚୋର- ଭୟରେ ମୁଁ ମନ୍ଦିର ଭିତରୁ ବାହାରି ଆସିବି ବୋଲି ଭାବିଲି , ତାପରେ ଆଉ ଏକ ଘରକୁ ଆସି କବାଟ କାଟିବାକୁ ଲାଗିଲି। କିନ୍ତୁ କିଛି ଆଣି ପାରିଲି ନାହିଁ। ମୋ ସାଙ୍ଗ ବେହୋସ ହୋଇ ପଡ଼ିଥିଲା। ତା ପରେ ତାକୁ ଡାକିଲି ସେ ଉଠିଲାନି , ମୁଁ ସେଠାରୁ ଡେଇଁକି ଚାଲି ଆସିଲି ।

ପୋଲିସ୍ – ସେ ଘରକୁ ଯାଇ ଗୋଦ୍ରେଜ ଭାଙ୍ଗିଲୁ।

ଚୋର- ହଁ …ହଁ….

ପୋଲିସ୍ – ଭାଙ୍ଗିଲା ପରେ ମା’ ଙ୍କ ମୁକୁଟ 2 ଟା ଥିଲା କଣ ପାଇଁ ନେଲୁ ନାହିଁ

ଚୋର- ସେଟା କଣ ପାଇଁ ନେବି , ମୁକୁଟ ଠାକୁର ପିନ୍ଧୁଛନ୍ତି । ପଇସା କଣ ଠାକୁର ପିନ୍ଧୁଛନ୍ତି

ପୋଲିସ୍ – କଣ କହୁଥିଲୁ , ଭିତରେ କଣ ଦେଖାହେଲା କହୁଥିଲୁ

ଚୋର- ମାଆଙ୍କର ପାଉଁଜିର ଝମ ଝମ ଶବ୍ଦ ହେଲା

ପୋଲିସ୍ – କଣ ଦେଖିଲୁ

ଚୋର- ଲାଇଟ୍ ଦପ ଦପ୍ ହେଲା , ମୁଁ ସେଇଠୁ ସେଠାରୁ ଦୌଡି ପଲାଇଲି

ପୋଲିସ୍ – କିଏ ଗୋଡାଇଲା କି ?

ଚୋର- ନା କେହି ଗୋଡ଼ାଉ ନାହାନ୍ତି , ମୋତେ ଝମ୍ ଝମ୍ ଶବ୍ଦ ଶୁଭିଲା। ମୋ ଛାତି ପ୍ରବଳ ଥରିଲା। ମୁଁ ଦୌଡ଼ିକି ବାହାରିବା ପାଇଁ ଚେଷ୍ଟା କଲି , ସବୁ ଗେଟ୍ ବନ୍ଦ୍ ଥିଲା । ମୋ ସାଙ୍ଗକୁ ଡାକିଲି ଶୁଣିଲାନି। ମୁଁ ଡରିକି ଡେଇଁକି ପଳାଇ ଆସିଲି ।

ପୋଲିସ୍ – କହୁଥିଲୁ ପା ତୋତେ ଛାଇ ଦେଖା ହେଲା

ଚୋର- ହଁ ସେ ଛାଇ ବାହାରେ ଦେଖାହେଲା , ଯେତେବେଳେ ମନ୍ଦିର କୁ ପଶିଲି ଗୋଡ ପାଦ ଶବ୍ଦ ଆଉ ପାଉଁଜି ଶୁଭିଲା

ପୋଲିସ୍ – ସେ ଛାଇ ତୋତେ ଗୋଡ଼ାଇଲା

ଚୋର- ହଁ

ଚୋରି କରିବାକୁ ଯାଇ ନିଜର ଅନୁଭୂତି ବଖାଣିଛି ଚୋର। କେତେ ସତ୍ୟା ସତ୍ୟ କାହାକୁ ଜଣା ନାହିଁ। କିନ୍ତୁ କିଛି ତ ହୋଇଛି, ନହେଲେ ଚୋରି କରିବାକୁ ଯାଇ ମା’ଙ୍କ ଅଳଙ୍କାରରେ କାହିଁକି ୟଛୁଇଁ ପାରିଲାନି ଚୋର। ନିଶ୍ଚିତ ଭାବେ ମନ୍ଦିରରେ ମାଆଙ୍କର ଏକ ଅଜବ ଶକ୍ତି ଅଛି ବୋଲି କହିପାରିବା।

 Also Read- Child Snatched from Mother’s Lap: ମାଆ କୋଳରେ ଶୋଇଥିଲା ୪ ମାସର ଶିଶୁ ପୁତ୍ର, ଆଖି ଖୋଲିଲା ବେଳକୁ ଗାଏବ

Scroll to Top