Balanga Victim: ସାଂଘାତିକ ଖୁଲାସା: ନିଜେ ପୋଡ଼ି ହୋଇଥିଲେ ବଳଙ୍ଗା ପୀଡ଼ିତା

balanga-victim:-ସାଂଘାତିକ-ଖୁଲାସା:-ନିଜେ-ପୋଡ଼ି-ହୋଇଥିଲେ-ବଳଙ୍ଗା-ପୀଡ଼ିତା

ପୁରୀ ବଳଙ୍ଗା ପୀଡ଼ିତା ନିଜେ ନିଜ ଉପରେ କିରାସିନି ଢ଼ାଳି ନିଆଁ ଲଗାଇଥିଲେ। ଗୃହରେ ଅନନ୍ତ ନାରାୟଣ ଜେନାଙ୍କ ପ୍ରଶ୍ନରେ ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ।

Madhupriya Mistry

  • Published: Monday, 22 September 2025
  • Last updated: 22 September 2025, 03:35 PM IST

Balanga VictimCredit: OTV

ବଳଙ୍ଗା କେସ୍‌ ଅପଡେଟ୍‌

ପୁରୀ ବଳଙ୍ଗା ପୀଡ଼ିତା ନିଜେ ନିଜ ଉପରେ କିରାସିନି ଢ଼ାଳି ନିଆଁ ଲଗାଇଥିଲେ। ଗୃହରେ ଅନନ୍ତ ନାରାୟଣ ଜେନାଙ୍କ ପ୍ରଶ୍ନରେ ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ। ପୁରୀ ବଳଙ୍ଗା ପୀଡ଼ିତା ନିଜେ ନିଜ ଉପରେ କିରାସିନି ଢ଼ାଳି ନିଆଁ ଲଗାଇଥିଲେ।

ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ପୀଡିତାଙ୍କ ମୃତ୍ୟୁକାଳୀନ ଜମାନବନ୍ଦୀ ଲିପିବଦ୍ଧ କରିଥିଲେ । ଆଉ ଏଥିରେ ପୀଡ଼ିତା କହିଥିଲେ ଯେ, ସେ ନିଜେ ନିଜ ଉପରେ କିରୋସିନି ଢାଳି ନିଆଁ ଲଗାଇ ଦେଇଥିଲେ । ସୋମବାର ଗୃହରେ ଅନନ୍ତ ନାରାୟଣ ଜେନାଙ୍କ ପ୍ରଶ୍ନରେ ଉତ୍ତର ରଖି ଏମିତି କିଛି ଚାଞ୍ଚଲ୍ୟକର ତଥ୍ୟ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।

ଜୁଲାଇ ୧୯ ତାରିଖରେ ପୁରୀ ବଳଙ୍ଗା ଥାନାରେ ପୀଡି଼ତାଙ୍କ ମାଆ ଅଭିଯୋଗ କରିଥିଲେ ଯେ, କିଛି ଅଜଣ ଲୋକ ତାଙ୍କ ଝିଅକୁ ବଳପୂର୍ବକ ନଦୀ କୂଳକୁ ନେଇ କିରୋସିନି ଏବଂ ପେଟ୍ରୋଲ ଢାଳି ହତ୍ୟା କରିବାକୁ ଚେଷ୍ଟା କରିଥିଲେ। ଏହି ଆଧାରରେ ମାମଲା ରୁଜୁ କରାଯାଇ ତଦନ୍ତ କରାଯାଇଥିଲା। ପରେ ପରେ ପୀଡ଼ିତାଙ୍କ ଚିକିତ୍ସା ପାଇଁ ତାଙ୍କୁ ଦିଲ୍ଲୀ ଏମ୍ସକୁ ପଠାଇ ଦିଆଯାଇଥିଲା।

Also Read

ଦିଲ୍ଲୀ ଏମ୍ସରେ ୧୪ ଦିନ କାଳ ଚିକିତ୍ସା ଚାଲିଥିବାବେଳେ, ପୀଡ଼ିତା ଜଣକ ଆଖି ବୁଜିଥିଲେ। ତେବେ ଆଖି ବୁଜିବା ପୂର୍ବରୁ ପୀଡ଼ିତାଙ୍କ ଜମାନବନ୍ଦୀ ରେକର୍ଡ କରାଯାଇଥିଲା । ଦିଲ୍ଲୀ କୋର୍ଟ ଓ ଏମ୍ସ ଡାକ୍ତରଙ୍କ ଦ୍ବାରା ବୟାନ ରେକର୍ଡ ସମୟରେ ସେ ନିଜେ ନିଜ ଉପରେ କିରୋସିନି ଢାଳି ନିଆଁ ଲଗାଇଥିବା କଥା କହିଥିଲେ। ଯାହାକୁ ନେଇ ଆଜି ବିଧାନସଭାରେ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

ଓଟିଭି ବିଜ୍ଞାପନ

Scroll to Top