B

b

ବିହାର ଫଳ ଆସିବା ପରେ ଲାଲୁଙ୍କ ଘରେ ଝଡ଼। ଭାଇ ତେଜସ୍ବୀ ଓ ଭଉଣୀ ରୋହିଣୀଙ୍କ ଭିତରେ ଭୟଙ୍କର ଝଗଡ଼ା ପରେ ଲାଲୁଙ୍କ ଫ୍ୟାମିଲି ଫାଳ ଫାଳ ହୋଇଛି। କଥା ସମ୍ପର୍କ କଟାକଟି ଓ ମାରିବାକୁ ଚପଲ ଉଠାଇବା ଯାଏଁ ଗଲା।

author-image

Lalu Family

Lalu Family Photograph: (OTV)

ବିହାର ଫଳ ଆସିବା ପରେ ଲାଲୁଙ୍କ ଘରେ ଝଡ଼। ଭାଇ ତେଜସ୍ବୀ ଓ ଭଉଣୀ ରୋହିଣୀଙ୍କ ଭିତରେ ଭୟଙ୍କର ଝଗଡ଼ା ପରେ ଲାଲୁଙ୍କ ଫ୍ୟାମିଲି ଫାଳ ଫାଳ ହୋଇଛି। କଥା ସମ୍ପର୍କ କଟାକଟି ଓ ମାରିବାକୁ ଚପଲ ଉଠାଇବା ଯାଏଁ ଗଲା। ଶେଷରେ ରାଜନୀତି ଓ ପରିବାରକୁ ବାଏ ବାଏ କହି ଭାଇ ତେଜସ୍ବୀ ଉପରେ ରାଗ ଝାଡିଛନ୍ତି ଉଭଣୀ ରୋହିଣୀ ଆଚାର୍ଯ୍ୟ। ଗତକାଲି ମିଡିଆରେ ମୁହଁ ଖୋଲିଥିବା ବେଳେ ଆଜି ସୋସିଆଲ୍ ମିଡିଆରେ ଆବେଗଭରା ପୋଷ୍ଟ କରିଛନ୍ତି। ଯାହାକୁ ନେଇ ବିହାର ରାଜନୀତିରେ ବଡ଼ ହଲଚଲ ଦେଖାଦେଇଥିବା ବେଳେ ଲାଲୁଙ୍କ ଫ୍ୟାମିଲି ଡ୍ରାମା ଦାଣ୍ଡରେ ପଡ଼ି ହାଟରେ ଗଡ଼ିଛି।…

ଭାଇ-ଉଭଣୀ କଳି, ସମ୍ପର୍କ କଟାକଟି 

ବଡ଼ ପୁଅ ତେଜ ପ୍ରତାପଙ୍କୁ ଘରୁ ଓ ଦଳରୁ ବାହାର କରିବା ପରେ ଲାଲୁଙ୍କୁ କିଡନୀ ଦେଇଥିବା ଝିଅ ରୋହିଣୀ ଆଚାର୍ଯ୍ୟ ବି ପାର୍ଟି ଓ ପରିବାରରୁ ସମ୍ପର୍କ କାଟିଛନ୍ତି। ବିହାରରେ ଶୋଚନୀୟ ପରାଜୟ ପରେ ଲାଲୁଙ୍କ ପରିବାର ଦିଫାଳ। ପୁଅ ତେଜସ୍ବୀ ଓ ଝିଅ ରୋହିଣୀଙ୍କ ଭିତରେ ଝଗଡ଼ା ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି। ରାଜନୀତିରୁ ସନ୍ନ୍ୟାସ ଘୋଷଣା ଓ ପରିବାର ସହ କୌଣସି ସମ୍ପର୍କ ନାହିଁ ବୋଲି ରୋହିଣୀ ଖୁଲମଖୁଲା କହିବା ପରେ ପରିବାର ବିବାଦ ଭିନ୍ନ ମୋଡ଼ ନେଇଛି।…

ଲାଲୁଙ୍କ ପରିବାରରେ ଭୟଙ୍କର ଝଗଡ଼ା

ରୋହିଣୀ ତାଙ୍କୁ ଚପଲରେ ମାଡ଼ ମରାଯାଇଥିବା କଥା କହିଥିଲେ ବି କିଏ ମାରିଲା ନାଁ ନେଇ ନାହାନ୍ତି। କିନ୍ତୁ ଦଳର ଅବସ୍ଥା ପାଇଁ ସାଂସଦ ସଞ୍ଜୟ ଯାଦବ ଓ ତେଜସ୍ବୀଙ୍କ ଅତି ଘନିଷ୍ଠ ବନ୍ଧୁ ରମିଜଙ୍କୁ ଦାୟୀ କରି ରାଗ ଝାଡ଼ିଛନ୍ତି ରୋହିଣୀ। ସେମାନେ ଦୁହେଁ ଥିଲେ ତେଜସ୍ବୀଙ୍କ କୋର ଟିମର ସୂତ୍ରଧର। ନିର୍ବାଚନରେ ପରାଜୟ ପରେ ଲାଲୁଙ୍କ ପାର୍ଟି ଓ ପରିବାରରେ ଝଡ଼ ଆସିଛି। ଯେଉଁମାନେ ଦଳ ପାଇଁ ରଣନୀତି କରୁଥିଲେ ସେମାନଙ୍କ ବିରୋଧରେ ମୁହଁ ଖୋଲିବାରୁ ପରିବାରରୁ ବାହାର କରି ଦିଆଗଲା ବୋଲି ସାଂଘାତିକ ଅଭିଯୋଗ କରିଛନ୍ତି ରୋହିଣୀ।

ଇଏ ସେହି ଝିଅ ଯିଏ ଲାଲଙ୍କୁ କିଡନୀ ଦେଇ ଜୀବନ ବଞ୍ଚାଇଥିଲେ। ଅପମାନ ଓ ଗାଳିଗୁଳଜ କରି ଘରୁ ବିଦା କରାଯିବା ପରେ ଆଜି ସୋସିଆଲ୍ ମିଡିଆରେ ଅସନ୍ତୋଷ ଝାଡିଛନ୍ତି ରୋହିଣୀ। ଲେଖିଛନ୍ତି, ଗତକାଲି ଜଣେ ଝିଅ, ଜଣେ ଭଉଣୀ, ଜଣେ ବିବାହିତ ମହିଳା, ଜଣେ ମାଆଙ୍କୁ ଅପମାନିତ କରାଗଲା। ଖରାପ ଗାଳି ଦେବା ସହ ମାଡ଼ ମାରିବାକୁ ଚପଲ ଉଠାଇଲେ। ଆତ୍ମସମ୍ମାନ ସହିତ ସାଲିସ କରି ନଥିଲି। ମୋତେ ମଇଳା କୁହାଗଲା।

କୋଟି କୋଟି ଟଙ୍କା ଓ ନିର୍ବାଚନୀ ଟିକେଟ ନେଇ ବାପାଙ୍କ ପାଖରେ ମଇଳା କିଡନୀ ଲଗାଇଛି କହିଲେ। ମୋ ପାଇଁ ମୋ ଭଗବାନ ବାପାଙ୍କ ଜୀବନ ପାଇଁ ଏପରି କରିଛି ଯାହାକୁ ଆଜି ମଇଳା କରି ଦିଆଗଲା, ବାପଘର ଛାଡ଼ିବାକୁ ବାଧ୍ୟ କରିବା ସହ ଅନାଥ କରିଦିଆଗଲା ବୋଲି ପୋଷ୍ଟ କରିଛନ୍ତି ରୋହିଣୀ।…

ବିହାର ପରାଜୟ ପରେ ଫ୍ୟାମିଲିରେ ହାଇଡ୍ରାମା

ମିଡିଆରେ ରୋହିଣୀଙ୍କ ପ୍ରତିକ୍ରିୟା ଓ ସୋସିଆଲ୍ ପୋଷ୍ଟ ପରେ ଲାଲୁଙ୍କ ଫ୍ୟାମିଲି ଡ୍ରାମା ବିହାର ରାଜନୀତିରେ ହଲଚଲ ସୃଷ୍ଟି କରିଛି। ବିଜେପି କହିଛି, ଯେଉଁମାନେ ନିଜ ପରିବାରକୁ ଠିକରେ ଚଳାଇ ପାରୁ ନାହାନ୍ତି ସେମାନେ ବିହାରକୁ କିପରି ପରିଚାଳନା କରି ଥାଆନ୍ତେ ? ଅନ୍ୟପଟେ ଆରଜେଡି କହିଛି, ରୋହିଣୀ ରାଜନୀତି ଓ ପରିବାର ଛାଡ଼ିବା ବ୍ୟକ୍ତିଗତ ଓ ପାରିବାରିକ ମାମଲା। କିନ୍ତୁ ତାଙ୍କ ପରି ଝିଅ ଓ ଉଭଣୀ ସମସ୍ତେ ଚାହିଁବେ। …

ବିହାର ନିର୍ବାଚନ ପୂର୍ବରୁ ବିଶୃଙ୍ଖଳିତ ଆଚରଣ ପାଇଁ ବଡ଼ ପୁଅ ତେଜ ପ୍ରତାପଙ୍କୁ ଘରୁ ଓ ପାର୍ଟିରୁ ବାହାର ରାସ୍ତା ଦେଖାଇଥିଲେ ଲାଲୁ। ଏବେ ଝିଅ ରୋହିଣୀଙ୍କୁ ନେଇ ପରିବାରରେ ଉଠିଥିବା ଝଡ଼ ଆଗକୁ କି ରୂପ ନେବ ତା ଉପରେ ନଜର। 

Scroll to Top