B

b

ମହଙ୍ଗା ପଡ଼ିଲା ଅନଲାଇନରେ ମହାପ୍ରସାଦ ବିକ୍ରି ବିଜ୍ଞାପନ। ବିଜ୍ଞାପନ ଦେଇ ଗିରଫ ହେଲେ ବିଲ୍ଡର। ଗିରଫ ଅଭିଯୁକ୍ତ ଜଗତସିଂହପୁରର ଜଣେ ଯୁବକ। ଭୁବନେଶ୍ବର ରସୁଲଗଡ଼ରୁ ଗିରଫ କଲା ସାଇବର ପୋଲିସ।

author-image

MAHAPRASAD-ONLINE

MAHAPRASAD-ONLINE Photograph: (OTV)

ଅନଲାଇନରେ ମହାପ୍ରସାଦ ବିକ୍ରି ବିଜ୍ଞାପନ ଦେଇ ବନ୍ଧାହେଲେ ବିଲ୍ଡର। ଗିରଫ ବିଲଡର୍ ହେଲେ ଜଗତସିଂହପୁର ଅଞ୍ଚଳର ଡିସପୋଜ୍ ପଟ୍ଟନାୟକ । ତାଙ୍କୁ ଭୁବନେଶ୍ବର ରସୁଲଗଡ଼ରୁ ଗିରଫ କରିଛି ସାଇବର ପୋଲିସ । ପୋଲିସର ସୂଚନା ଅନୁସାରେ, ଶ୍ରୀମହାପ୍ରସାଦ ନାମକ ଏକ ୱେବସାଇଟରେ ମହାପ୍ରଭୁଙ୍କ ମହାପ୍ରସାଦ ବିକ୍ରି ଲାଗି ବିଜ୍ଞାପନ ଦେଇଥିଲେ ଡିସପୋଜ୍। 
ଶ୍ରୀମନ୍ଦିର ରୋଷଘରୁ ସିଧାସଳଖ ମହାପ୍ରସାଦ ଆଣି ଯୋଗାଇ ଦିଆଯିବ ବୋଲି ଉଲ୍ଲେଖ କରିଥିଲେ । ଯାହାକୁ ନେଇ ଭକ୍ତ ମହଲରେ ତୀବ୍ର ଅସନ୍ତୋଷ ଦେଖାଦେଇଥିଲା । ଏନେଇ ଅଭିଯୋଗ ପରେ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରିଛି।


•    ମହଙ୍ଗା ପଡ଼ିଲା ଅନଲାଇନରେ ମହାପ୍ରସାଦ ବିକ୍ରି ବିଜ୍ଞାପନ
•    ବିଜ୍ଞାପନ ଦେଇ ଗିରଫ ହେଲେ ବିଲ୍ଡର
•    ଗିରଫ ଅଭିଯୁକ୍ତ ଜଗତସିଂହପୁରର ଡିସପୋଜ୍ ପଟ୍ଟନାୟକ
•    ଭୁବନେଶ୍ବର ରସୁଲଗଡ଼ରୁ ଗିରଫ କଲା ସାଇବର ପୋଲିସ
•    ଅନଲାଇନରେ ମହାପ୍ରସାଦ ବିକ୍ରି ଲାଗି ବିଜ୍ଞାପନ ଦେଇଥିଲେ ଡିସପୋଜ୍
•    ରୋଷଘରୁ ମହାପ୍ରସାଦ ଆଣି ଯୋଗାଇ ଦିଆଯିବ ବୋଲି ଉଲ୍ଲେଖ କରିଥିଲେ

Scroll to Top