B

b

ନକଲି ସୁନା ରଖି ୮୫ ଲକ୍ଷ ଠକେଇ। ବ୍ୟାଙ୍କରେ ସୁନା ଯାଞ୍ଚ କରି ବ୍ୟାଙ୍କକୁ ଚୂନ ମାରିଲେ । ନକଲି ସୁନା ବନ୍ଧକ ରଖି ୮୫ ଲକ୍ଷ ଟଙ୍କା ଠକେଇ । ୟୁକୋ ବ୍ୟାଙ୍କରେ ସୁନା ଯାଞ୍ଚ ପାଇଁ ଥିଲେ ସତ୍ୟରାମ ଆଚାରି

author-image

BANK-FRAUD

BANK-FRAUD Photograph: (OTV)

ବ୍ୟାଙ୍କ କାମରେ ନିୟୋଜିତ ଥିଲେ, ସେଇ ବ୍ୟାଙ୍କକୁ ଠକିଲେ। ଦିନେ ଯେଉଁ ବ୍ୟାଙ୍କରେ ଅସଲି ସୁନା ଚିହ୍ନଟ କରିବା ଲାଗି ନିଯୁକ୍ତି ମିଳିଥିଲା, ସେହି ବ୍ୟାଙ୍କକୁ ହିଁ ଚୂନ ମାରିଲେ। ନକଲି ସୁନା ବନ୍ଧକ ରଖି ୮୫ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗ ବାନ୍ଧିଲା ପୋଲିସ୍। ଏଭଳି କିଛି ଘଟଣା ଘଟିଛି, କନ୍ଧମାଳ ବାଲିଗୁଡ଼ା ଅଞ୍ଚଳରେ। 
ସ୍ଥାନୀୟ ୟୁକୋ ବ୍ୟାଙ୍କରେ ଅସଲି ନକଲି ସୁନା ଚିହ୍ନଟକାରୀ ଭାବେ ଦାୟିତ୍ବରେ ଥିଲେ ବାଲିଗୁଡା ସହରର ସୁନା ବ୍ୟବସାୟୀ ପି.ସତ୍ୟରାମ ଆଚାରି। ସବୁଠାରୁ ବଡ଼ କଥା ହେଉଛି, ଏହି ଠକ ସୁନା ବ୍ୟବସାୟୀ ଜଣକ ନିଜ ସୁନା ଦୋକାନରେ କାମ କରୁଥିବା ୩ ଜଣ କର୍ମଚାରୀଙ୍କ ନାମରେ ବ୍ୟାଙ୍କରେ ନକଲି ସୁନା ବନ୍ଧକ ରଖି ୮୫ ଲକ୍ଷ ଟଙ୍କା ଉଠାଇ ନେଇ ଦୀର୍ଘ ଦିନ ହେଲା ଫେରାର ଥିଲା।


•    ନକଲି ସୁନା ରଖି ୮୫ ଲକ୍ଷ ଠକେଇ 
•    ବ୍ୟାଙ୍କରେ ସୁନା ଯାଞ୍ଚ କରି ବ୍ୟାଙ୍କକୁ ଚୂନ ମାରିଲେ 
•    ନକଲି ସୁନା ବନ୍ଧକ ରଖି ୮୫ ଲକ୍ଷ ଟଙ୍କା ଠକେଇ 
•    ୟୁକୋ ବ୍ୟାଙ୍କରେ ସୁନା ଯାଞ୍ଚ ପାଇଁ ଥିଲେ ସତ୍ୟରାମ ଆଚାରି 
•    ୩ କର୍ମଚାରୀଙ୍କ ସୁନା ବନ୍ଧକ ରଖି ୮୫ ଲକ୍ଷ ଟଙ୍କା ଉଠାଇଥିଲେ 

Scroll to Top