B

b

ଏକ ଭାଇରାଲ ଭିଡିଓରେ ଜଣେ ବ୍ୟାଙ୍କ ଅଧିକାରୀଙ୍କ କଥା ଭାରତର ବ୍ୟାଙ୍କିଙ୍ଗ କ୍ଷେତ୍ରରେ ଥିବା toxic culture ଉପରେ ଏକ ବଡ଼ ପ୍ରଶ୍ନ ଉଠାଇଛି।

author-image

Bank-Toxic-Culture

Bank-Toxic-Culture Photograph: (OTV)

ଭାଡ୍‌ ମେ ଯାଏ ତେରା ଫ୍ୟାମିଲି। ମୋର କ’ଣ ଯାଉଛି। ବ୍ୟାଙ୍କ ଚାକିରି ଦେଇଛି କାମ କରିବା ପାଇଁ। ପରିବାର ନେଇ ବୁଲିବା ପାଇଁ ନୁହେଁ। ଜଣେ ବ୍ୟାଙ୍କ ଅଧିକାରୀଙ୍କ ଏଭଳି କଥା ଭାରତର ବ୍ୟାଙ୍କିଙ୍ଗ କ୍ଷେତ୍ରରେ ଥିବା toxic culture ଉପରେ ଏକ ବଡ଼ ପ୍ରଶ୍ନ ଉଠାଇଛି। ଏ ସମ୍ପର୍କରେ ଏକ ଭିଡିଓ ଇଣ୍ଟରନେଟରେ ଭାଇରାଲ ହେବା ପରେ ସମସ୍ତଙ୍କ ଭିତରେ ଅସନ୍ତୋଷ ଦେଖାଦେଇଛି। ଭିଡିଓରେ ବ୍ୟାଙ୍କ ଅଧିକାରୀ ଲୋକପତି ସ୍ଵାଇଁ ତାଙ୍କ କର୍ମଚାରୀମାନଙ୍କୁ ଚାପ ପକାଉଥିବା ଦେଖାଯାଉଛି। କର୍ମଚାରୀମାନେ ଛୁଟିଦିନରେ ପରିବାର ସହିତ ବୁଲାବୁଲି କରିବାକୁ ଯାଉଥିବାରୁ, ଏ ବାବୁଙ୍କର ଦେହରେ ଯାଉନି। ସେ ବ୍ୟାଙ୍କ କର୍ମଚାରୀମାନଙ୍କୁ କଡା ଭାଷାରେ ଗାଳି ଦେଉଥିବା ଦେଖିବାକୁ ମିଳୁଛି। 
ଏକ ଭିଡିଓ କନ୍‌ଫରେନ୍ସ ମାଧ୍ୟରେ ସେ ତାଙ୍କ ସାଥି କର୍ମଚାରୀଙ୍କୁ କହୁଛନ୍ତି, “ଯଦି ଆପଣମାନେ ପରିବାର ସହିତ ବୁଲାବୁଲି କରିବା ପାଇଁ ଛୁଟିଦିନରେ ରିକଭରୀରେ ଅଂଶଗ୍ରହଣ ନ କରନ୍ତି, ତେବେ ତୁମ ପରିବାର ନର୍କରେ ପଡୁ, ମୋର କଣ ଗଲା।” ସେ ପୁଣି କହୁଛନ୍ତି, “ବ୍ୟାଙ୍କ ତୁମକୁ ଚାକିରି ଦେଇଛି… କାମ କରିବା ପାଇଁ। ତୁମ ପରିବାର ସହିତ ବୁଲାବୁଲା କରିବାକୁ ନୁହେଁ। ମୁଁ ତୁମ ପରିବାରକୁ ନେଇ ଚିନ୍ତା କରେ ନାହିଁ।” 
ଏହା ପରେ ସେ ସମସ୍ତଙ୍କୁ ଚେତାବନୀ ଦେଇଛନ୍ତି, ଆଉ କହିଛନ୍ତି ଯିଏ ବି ମୋ କଥାକୁ ନ ଶୁଣେ ତେବେ ପରିଣାମ ଖରାପ ହେବ। ଜଣେ ବ୍ୟାଙ୍କ ଅଧିକାରୀଙ୍କ ଏଭଳି କଥା ସମସ୍ତଙ୍କୁ ଆଘାତ ଦେଇଛି। ଲୋକମାନେ ଅସନ୍ତୋଷ ପ୍ରକାଶ କରି, “କାମ ନାଁରେ ସେ ମାନବିକତାକୁ ଭୁଲିଯାଇଛନ୍ତି ବୋଲି କହୁଛନ୍ତି।”
ତେବେ ଏହି ବିବାଦ ପରେ, କାନାରା ବ୍ୟାଙ୍କ ଏକ ବିବୃତ୍ତି ଜାରି କରି କହିଛି, “ବ୍ୟାଙ୍କ ଏହାର କର୍ମଚାରୀ ଏବଂ ସେମାନଙ୍କ ପରିବାରର ଯୋଗଦାରର ମୂଲ୍ୟ ଦିଏ। ଏହା ଏକ ବ୍ୟକ୍ତିଗତ ମତ; ବ୍ୟାଙ୍କ ଏପରି ଆଚରଣକୁ ସମର୍ଥନ କରେ ନାହିଁ।” ତଥାପି, ୟୁଜରମାନେ ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଆଉ କହିଛନ୍ତି ‘ଏପରି ମାମଲାରେ କାର୍ଯ୍ୟାନୁଷ୍ଠାନ କେବଳ ବୟାନବାଜୀରେ ସୀମିତ କାହିଁକି?’

ଅଧିକ ଦେଖନ୍ତୁ:

Scroll to Top