B

b

ବିବାଦରେ ବଲିଉଡ ଫିଲ୍ମ ‘ସ୍ତ୍ରୀ-ଟୁ’ର ସଂଗୀତକାର ସଚିନ ସାଂଘଭି। ମହିଳାଙ୍କୁ ଯୌନ ନିର୍ଯାତନା ଅଭିଯୋଗ ମାମଲାରେ ଗିରଫ। ୨୦ ବର୍ଷିୟା ଯୁବତୀଙ୍କୁ ନାନା ପ୍ରଲୋଭନ ଦେଇ ନିର୍ଯାତନା ଅଭିଯୋଗ।

author-image

Sachin Sanghvi

Sachin Sanghvi Photograph: (OTV)

ବିବାଦରେ ବଲିଉଡର ଅନ୍ୟତମ ଚର୍ଚ୍ଚିତ ଗାୟକ ତଥା ସଂଗୀତକାର ସଚିନ ସାଂଘଭି। ମହିଳାଙ୍କୁ ଯୌନ ନିର୍ଯାତନା ଅଭିଯୋଗ ମାମଲାରେ ତାଙ୍କୁ ଗିରଫ କରିଥିଲା ପୋଲିସ। ପରେ ଜାମିନରେ ସେ ମୁକୁଳିଛନ୍ତି। 20 ବର୍ଷ ବୟସ୍କା ଜଣେ ଯୁବତୀଙ୍କ ଅଭିଯୋଗ,  ଗତ ୨୦୨୪ ଫେବୃଆରୀରେ ସେ ସାଂଘଭିଙ୍କ ସଂସ୍ପର୍ଶରେ ଆସିଥିଲେ। ତାଙ୍କୁ ଇନଷ୍ଟାଗ୍ରାମରେ ଏକ ମେସେଜ୍ ପଠାଇଥିଲେ ସଚିନ। ଏହାପରେ ସଚିନ ମ୍ୟୁଜିକ୍ ଆଲବମରେ ସୁଯୋଗ ଦେବାର ପ୍ରତିଶ୍ରୁତି ଦେଇଥିଲେ। ଏହାପରେ ଫୋନ୍ ନମ୍ବର ଆଦାନପ୍ରଦାନ ହୋଇଥିଲା। ଏପରିକି ବିବାହର ପ୍ରତିଶ୍ରୁତି ଦେଇ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଥିଲା। ବଲିଉଡ୍ ଫିଲ୍ମୀ ସ୍ତ୍ରୀ-ଟୁ ଏବଂ ଭେଡ଼ିଆରେ ହିଟ୍ ଗୀତ ପାଇଁ ସେ ବେଶ୍ ଜଣାଶୁଣା। ତାଙ୍କୁ ଗତକାଲି କରିଥିଲା ପୋଲିସ। ଆଜି ତାଙ୍କୁ ଜାମିନ ମିଳିଛି।
•    ବିବାଦରେ ବଲିଉଡ ଫିଲ୍ମ ‘ସ୍ତ୍ରୀ-ଟୁ’ର ସଂଗୀତକାର ସଚିନ ସାଂଘଭି
•    ମହିଳାଙ୍କୁ ଯୌନ ନିର୍ଯାତନା ଅଭିଯୋଗ ମାମଲାରେ ଗିରଫ 
•    ୨୦ ବର୍ଷିୟା ଯୁବତୀଙ୍କୁ ନାନା ପ୍ରଲୋଭନ ଦେଇ ନିର୍ଯାତନା ଅଭିଯୋଗ
•    ମ୍ୟୁଜିକ ଆଲବମରେ ସୁଯୋଗ ଓ ବିବାହର ପ୍ରତିଶ୍ରୁତି ଦେଇ ନିର୍ଯାତନା ଅଭିଯୋଗ
•    ବଲିଉଡ୍ ଫିଲ୍ମ ‘ସ୍ତ୍ରୀ-ଟୁ’ ଏବଂ ‘ଭେଡ଼ିଆ’ ଗୀତ ପାଇଁ ବେଶ୍ ଜଣାଶୁଣା
•    ଗିରଫ ପରେ ଆଜି ଜାମିନରେ ମୁକୁଳିଛନ୍ତି ସଂଗୀତକାର ସଚିନ ସାଂଘଭି

Scroll to Top