AU ସ୍ମଲ୍ ଫାଇନାନ୍ସ ବ୍ୟାଙ୍କକୁ ମିଳିଲା ୟୁନିଭର୍ସାଲ ବ୍ୟାଙ୍କ୍‌ର ମାନ୍ୟତା, ଜାଣନ୍ତୁ ଗ୍ରାହକଙ୍କ କ’ଣ ହୋଇଛି ପରିବର୍ତ୍ତନ

au-ସ୍ମଲ୍-ଫାଇନାନ୍ସ-ବ୍ୟାଙ୍କକୁ-ମିଳିଲା-ୟୁନିଭର୍ସାଲ-ବ୍ୟାଙ୍କ୍‌ର-ମାନ୍ୟତା,-ଜାଣନ୍ତୁ-ଗ୍ରାହକଙ୍କ-କ’ଣ-ହୋଇଛି-ପରିବର୍ତ୍ତନ

ନୂଆଦିଲ୍ଲୀ: AU ସ୍ମଲ୍ ଫାଇନାନ୍ସ ବ୍ୟାଙ୍କକୁ ମିଳିଲା ୟୁନିଭର୍ସାଲ ବ୍ୟାଙ୍କ୍‌ର ମାନ୍ୟତା। ଭାରତୀୟ ରିଜର୍ଭ ବ୍ୟାଙ୍କ AU ସ୍ମଲ୍ ଫାଇନାନ୍ସ ବ୍ୟାଙ୍କକୁ ସ୍ମଲ୍ ଫାଇନାନ୍ସ ବ୍ୟାଙ୍କରୁ ୟୁନିଭର୍ସାଲ୍ ବ୍ୟାଙ୍କକୁ ପରିବର୍ତ୍ତନ କରିବା ପାଇଁ ‘ନୀତିଗତ’ ଅନୁମୋଦନ ଦେଇଛି। ୟୁନିଭର୍ସାଲ ବ୍ୟାଙ୍କ୍ ମାନ୍ୟତା ପାଇଁ ଏୟୁ ପକ୍ଷରୁ ଗତ ବର୍ଷ ସେପ୍ଟେମ୍ବର ୩ ତାରିଖରେ ଏନେଇ ଆବେଦନ କରାଯାଇଥିଲା। ତେବେ ଏହି ମଞ୍ଜୁରୀ ମିଳିବା ପରେ ଏୟୁ ସ୍ମଲ ଫାଇନାନ୍ସ ବ୍ୟାଙ୍କ ବଡ଼ ଲୋନ ଜାରି କରିବା, ଅଧିକ ଗ୍ରାହକଙ୍କୁ ଯୋଡ଼ିବା ଏବଂ ସହାୟକ କମ୍ପାନି ଗଢ଼ିବା ପାଇଁ ପରିଚାଳନାର ବିସ୍ତାର କରିବାକୁ ଅନୁମତି ମିଳିବ।

ଏକ ସ୍ମଲ ଫାଇନାନ୍ସ ବ୍ୟାକ୍ଙ୍କୁ ସାର୍ବଜନୀନ ବ୍ୟାଙ୍କରେ ପରିଣତ କରିବା ପାଇଁ ଯୋଗ୍ୟତା ମାନଦଣ୍ଡ ହେଉଛି ଉକ୍ତ ବ୍ୟାଙ୍କ୍‌ର ଅତି କମ୍‌ରେ ପାଞ୍ଚ ବର୍ଷର ସନ୍ତୋଷଜନକ କାର୍ଯ୍ୟଦକ୍ଷତା ରେକର୍ଡ ଥିବ। ଷ୍ଟକ୍ ଏକ୍ସଚେଞ୍ଜରେ ତାଲିକାଭୁକ୍ତ ହୋଇଥିବା ଏବଂ ଏହାର ସର୍ବନିମ୍ନ ୧ ହଜାର କୋଟି ଟଙ୍କା ମୂଲ୍ୟ ଥିବା ଉଚିତ। ଏହା ସହିତ ବିଗତ ଦୁଇଟି ଆର୍ଥିକ ବର୍ଷରେ GNPA ଏବଂ NNPA ଯଥାକ୍ରମେ ୩ ପ୍ରତିଶତ ଏବଂ ୧ ପ୍ରତିଶତରୁ କମ୍ କିମ୍ବା ସମାନ ହେବା ଉଚିତ।

AU ସ୍ମଲ୍ ଫାଇନାନ୍ସ ବ୍ୟାଙ୍କ ଲିମିଟେଡ୍ (AU SFB) ଏକ ସୂଚୀବଦ୍ଧ ବାଣିଜ୍ୟିକ ବ୍ୟାଙ୍କ ଏବଂ ଏପ୍ରିଲ ୨୦୧୭ରେ ଏହାର ବ୍ୟାଙ୍କିଂ ଯାତ୍ରା ଆରମ୍ଭ କରିବା ପରଠାରୁ ଏହା ଭାରତର ସର୍ବବୃହତ ସ୍ମଲ୍ ଫାଇନାନ୍ସ ବ୍ୟାଙ୍କ ଭାବରେ ନିଜକୁ ପ୍ରତିଷ୍ଠିତ କରିପାରିଛି। ଏହା ୧୯୯୬ରେ ସଞ୍ଜୟ ଅଗ୍ରୱାଲଙ୍କ ଦ୍ୱାରା ପ୍ରତିଷ୍ଠିତ ହୋଇଥିଲା।

Scroll to Top