Asim Munir Took Shelter in Bunker: ଭାରତ କରୁଥିଲା ଆକ୍ରମଣ, ବଙ୍କରରେ ଲୁଚିଥିଲେ ଅସୀମ ମୁନିର୍

asim-munir-took-shelter-in-bunker:-ଭାରତ-କରୁଥିଲା-ଆକ୍ରମଣ,-ବଙ୍କରରେ-ଲୁଚିଥିଲେ-ଅସୀମ-ମୁନିର୍

ପଡୁଥିଲା ମିସାଇଲ, ଥରୁଥିଲା ପାକିସ୍ତାନ । କିନ୍ତୁ ବଙ୍କରରେ ପଶିଥିଲେ ମୁନୀର୍ । ‘ଅପରେସନ ସିନ୍ଦୂର’ ବେଳେ ପାକିସ୍ତାନ ସେନା ମୁଖ୍ୟ ଭୟରେ ବଙ୍କର ଭିତରେ ଆତ୍ମଗୋପନ କରିଥିଲେ ବୋଲି ବଡ଼ ଖୁଲାସା କରିଛନ୍ତି ଭାରତୀୟ ସେନା ବାହିନୀର ରିଟାୟର୍ଡ ଲେଫ୍ଟନାଣ୍ଟ ଜେନେରାଲ କନୱାଲ ଜିତ୍ ସିଂ ଢିଲୋନ । ଏକ ଇଣ୍ଟରଭ୍ୟୁରେ ମିଛୁଆ ପାକିସ୍ତାନର ପୋଲ୍ ଖୋଲିଛନ୍ତି ସେ।

‘ଅପରେସନ ସିନ୍ଦୂର’ ବେଳେ ପାକିସ୍ତାନ ସେନା ମୁଖ୍ୟ ଭୟରେ ବଙ୍କର ଭିତରେ ଆତ୍ମଗୋପନ କରିଥିଲେ ବୋଲି ବଡ଼ ଖୁଲାସା କରିଛନ୍ତି ଭାରତୀୟ ସେନା ବାହିନୀର ରିଟାୟର୍ଡ ଲେଫ୍ଟନାଣ୍ଟ ଜେନେରାଲ କନୱାଲ ଜିତ୍ ସିଂ ଢିଲୋନ । ଏକ ଇଣ୍ଟରଭ୍ୟୁରେ ମିଛୁଆ ପାକିସ୍ତାନର ପୋଲ୍ ଖୋଲିଛନ୍ତି ସେ।

ରିଟାୟର୍ଡ ଲେଫ୍ଟନାଣ୍ଟ ଜେନେରାଲ କହିଛନ୍ତି, ପାକିସ୍ତାନ ସେନା ମୁଖ୍ୟ ଅସୀମ ମୁନିର୍ ଏକମାତ୍ର ସେନା ମୁଖ୍ୟ ଯିଏକି ସାମରିକ ଅପରେସନ ବେଳେ ବଙ୍କରରେ ଲୁଚିଥିଲେ ଓ ଦେଶବାସୀଙ୍କୁ ଆକ୍ରୋଶରୁ ବଞ୍ଚିବାକୁ ନିଜକୁ ସେନା ମୁଖ୍ୟରୁ ଫିଲ୍ଡ ମାର୍ଶଲକୁ ପଦୋନ୍ନତି ଦେଇଥିଲେ ।

Also Read

ସେହିପରି ପାକିସ୍ତାନ ସେନା ଦୁନିଆର ଏକମାତ୍ର ସେନା ଯିଏ ଆଜି ଯାଏ କୌଣସି ଯୁଦ୍ଧ ଜିତିନି । ଏହାସହ ପାକିସ୍ତାନ ସେନା ଦ୍ବିତୀୟ ବିଶ୍ୱଯୁଦ୍ଧ ପରେ ସବୁଠୁ ବଡ଼ ସୈନ୍ୟ ଆତ୍ମସମର୍ପଣ କରିବାରେ ମଧ୍ୟ ଦୁନିଆରେ କେବଳ ଏକମାତ୍ର ସେନା ବାହିନୀ । ୧୯୭୧ ଭାରତ-ପାକିସ୍ତାନ ଯୁଦ୍ଧରେ ପାକିସ୍ତାନ ସେନାର ୯୩ ହଜାର ସୈନ୍ୟ ଆତ୍ମସମର୍ପଣ କରିଥିଲେ ।

ମେ’ ୧୦ରେ ଭାରତ ପାକିସ୍ତାନର ୧୧ଟି ଏୟାରବେସକୁ ମିସାଇଲରେ ଉଡାଇ ଦେଇଥିଲା । ପାକିସ୍ତାନ ସୀମାରେ ପଶି ଆତଙ୍କୀ ଆଡ୍ଡାକୁ ଧ୍ୱଂସ କରିଥିଲା । ହେଲେ ପାକିସ୍ତାନର ଦୁର୍ବଳ ଏୟାର ଡିଫେନ୍ସ ସିଷ୍ଟମ ଗୋଟିଏ ହେଲେ ବି ମିସାଇଲକୁ ରୋକିପାରି ନଥିଲା । ଆଉ ପହଲଗାମ୍ ନରସଂହାରର ପ୍ରତିଶୋଧ ନେଇଥିଲା ଭାରତ ।

ଏହାପରେ ଦୁଇ ଦେଶ ଭିତରେ ଯୁଦ୍ଧବିରତି ଘୋଷଣା ହୋଇଥିଲା । ଯୁଦ୍ଧବିରତି ପାଇଁ ଭାରତକୁ ଭିକ ମାଗିଥିଲା ପାକିସ୍ତାନ ବୋଲି କହିଛନ୍ତି ଢିଲୋନ । ମେ’ ୧୦ରେ ପାକିସ୍ତାନ DGMO ଫୋନ କରି ଅସ୍ତ୍ରବିରତି ପାଇଁ ଅନୁରୋଧ କରିଥିଲେ । ତେଣୁ ଏହି ଯୁଦ୍ଧରେ ଭାରତର ବିଜୟ ହୋଇଥିବା ପୂର୍ବତନ ଲେଫ୍ଟନାଣ୍ଟ ଜେନେରାଲ କହିଛନ୍ତି ।

ଅଧିକ ପଢ଼ନ୍ତୁ: ଅପରେସନ ସିନ୍ଦୂରରେ ମାସୁଦ ଆଝାରର ପରିବାର ଧ୍ୱଂସ ହୋଇଛି… ମାନିଲା ଜୈଶର ଟପ୍ କମାଣ୍ଡର

Scroll to Top