ଏସିଆ କପ ସୁପର ଫୋର୍ ମ୍ୟାଚରେ ଭାରତକୁ ୧୭୨ ରନ ଟାର୍ଗେଟ ଦେଇଥିଲା ପାକିସ୍ତାନ। ଭାରତ ୭ଟି ବଲ୍ ବାକି ଥାଇ ଜିତିଲା। ୧୦୦ ରନ୍ ପର୍ଯ୍ୟନ୍ତ ଭାରତର ଓ୍ୱିକେଟ୍ ପଡ଼ିଲାନି।
Credit: OTV
ଭାରତ
ପୁଣି ପଡ଼ିଆରେ ଧୂଳିଚାଟିଲା ପାକିସ୍ତାନ । ଦମଦାର୍ ବିଜୟ ହାସଲ କଲା ଭାରତ । ଏସିଆ କପ ସୁପର ଫୋର୍ ମ୍ୟାଚରେ ପାକିସ୍ତାନକୁ ପରାସ୍ତ କରିଛି ଟିମ୍ ଇଣ୍ଡିଆ । ୧୭୨ ରନର ଲକ୍ଷ୍ୟକୁ ଭାରତ ୧୮.୫ ଓଭରରେ ହାସଲ କରିନେଇଥିଲା। ଭାରତ ପକ୍ଷରୁ ଅଭିଷେକ ଶର୍ମା ୭୪ ରନ, ଶୁବମନ ଗିଲ ୪୭ ରନ କରିଥିବାବେଳେ ତିଳକ ବର୍ମା ଅପରାଜିତ ୩୦ ରନ କରିଥିଲେ ।
ଭାରତ ଟସ ଜିତି ପ୍ରଥମେ ବୋଲିଂ କରିଥିଲା । ପାକିସ୍ତାନ ନିର୍ଦ୍ଧାରିତ ୨୦ ଓଭରରେ ୫ ଓ୍ବିକେଟ ହରାଇ ୧୭୧ ରନ କରିଥିଲା । ଶିବମ ଦୁବେ ୨ଟି ଓ୍ବିକେଟ ନେଇଥିବାବେଳେ କୂଳଦୀପ ଯାଦବ ଓ ହାର୍ଦ୍ଦିକ ପାଣ୍ଡ୍ୟା ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।
ଭାରତ ଆରମ୍ଭରୁ ହିଁ ଧୂଆଁଧାର୍ ବ୍ୟାଟିଂ କରିଥିଲା । ଓପନର ଅଭିଷେକ ଶର୍ମା ଓ ଶୁବମନ ଗିଲ୍ ଖେଳିଥିଲେ ବିସ୍ଫୋରକ ଇନିଂସ । ୧୦୦ ରନ୍ ପର୍ଯ୍ୟନ୍ତ ପାକିସ୍ତାନ ଗୋଟିଏ ବି ୱିକେଟ୍ ନେଇପାରିନଥିଲା। ଗିଲ୍ ୮ଟି ଚୌକା ସହିତ ୪୭ ରନ୍ କରି ଆଉଟ ହୋଇଥିବାବେଳେ ୫ ଛକା ଓ ୬ଟି ଚୌକା ମାରି ୭୪ରନର ଧୂଆଁଧାର ଇଂନିସ୍ ଖେଳିଥିଲେ ଅଭିଷେକ । ପରେ ତିଳକ ବର୍ମା ଓ ହାର୍ଦ୍ଦିକ ପାଣ୍ଡ୍ୟା ଅପରାଜିତ ରହି ଦଳକୁ ବିଜୟ ଦେଇଥିଲେ । ମ୍ୟାଚ ପରେ ଅଭିଶେକ କହିଛନ୍ତି, ପାକିସ୍ତାନ ଖେଳାଳି ପଡ଼ିଆରେ ସେମାନଙ୍କୁ ବିନା କାରଣରେ ଉସୁକାଉଥିଲେ । ହେଲେ ଖେଳରେ ଜବାବ ଦେଇ ସେମାନଙ୍କୁ ଉଚିତ୍ ଶିକ୍ଷା ଦେଇଛି ଟିମ୍ ଇଣ୍ଡିଆ ।





