ଏସିଆ କପ୍ କ୍ରିକେଟରେ ଆଜି ଶେଷ ଲିଗ୍ ଖେଳିବ ଟିମ୍ ଇଣ୍ଡିଆ। ଆଜି ସନ୍ଧ୍ୟାରେ ଆବୁଧାବିରେ ଓମାନ ସହ ଭାରତର ମୁକାବିଲା ରହିଛି। ପୂର୍ବରୁ ଭାରତ ୨ଟି ଯାକ ଲିଗ୍ ମ୍ୟାଚ ଜିତି ଗ୍ରୁପର ଶୀର୍ଷରେ ରହିଛି।
Credit: OTV
Asia Cup 2025
ଏସିଆ କପ୍ କ୍ରିକେଟରେ ଆଜି ଶେଷ ଲିଗ୍ ଖେଳିବ ଟିମ୍ ଇଣ୍ଡିଆ। ଆଜି ସନ୍ଧ୍ୟାରେ ଆବୁଧାବିରେ ଓମାନ ସହ ଭାରତର ମୁକାବିଲା ରହିଛି। ପୂର୍ବରୁ ଭାରତ ୨ଟି ଯାକ ଲିଗ୍ ମ୍ୟାଚ ଜିତି ଗ୍ରୁପର ଶୀର୍ଷରେ ରହିଛି। ପ୍ରଥମ ମ୍ୟାଚରେ ୟୁଏଇକୁ ୯ ୱିକେଟ୍ ହରାଇଥିବା ବେଳେ ଦ୍ବିତୀୟ ମ୍ୟାଚରେ ପାକିସ୍ତାନକୁ ୭ ୱିକେଟ୍ ହରାଇଛି। ଓମାନ ଶେଷ ଲିଗ୍ ମ୍ୟାଚ ଜିତି ମନୋବଳ ଦୃଢ ଲକ୍ଷରେ ରହିଛି ସୂର୍ଯ୍ୟ ବହିନୀ।…
ସେପଟେ ଏସିଆ କପରେ ପୁଣି ଥରେ ମୁହାଁମୁହିଁ ହେବେ ଦୁଇ ପାରମ୍ପାରିକ ପ୍ରତିଦ୍ବନ୍ଦ୍ବୀ ଭାରତ-ପାକିସ୍ତାନ । ଏଥର ସୁପର-୪ରେ ହେବ ଟକ୍କର । ବୁଧବାର ପାକିସ୍ତାନ ଏବଂ ୟୁଏଇ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ପାକିସ୍ତାନ ୪୧ ରନରେ ବିଜୟୀ ହୋଇଛି । ଏହି ବିଜୟ ସହିତ ପାକିସ୍ତାନ ସୁପର-୪ ପାଇଁ ଯୋଗ୍ୟତା ଅର୍ଜନ କରିଛି ।
Also Read
ଯେତେବେଳେ କି ଆୟୋଜକ ୟୁଏଇର ଯାତ୍ରା ଶେଷ ହୋଇଛି । ଟିମ୍ ଇଣ୍ଡିଆ ଏବଂ ପାକିସ୍ତାନ ଗ୍ରୁପ୍ A ରୁ ଯୋଗ୍ୟତା ଅର୍ଜନ କରିଛି। ଏହା ଭାରତ ଏବଂ ପାକିସ୍ତାନ ମଧ୍ୟରେ ଆଉ ଏକ ମୁକାବିଲା ପାଇଁ ପଥ ପରିଷ୍କାର କରିଛି । ଉଭୟ ଦଳ ମଧ୍ୟରେ ପରବର୍ତ୍ତୀ ମ୍ୟାଚ୍ ରବିବାର, ସେପ୍ଟେମ୍ବର ୨୧ ତାରିଖରେ ଦୁବାଇରେ ଖେଳାଯିବ।





