କେନ୍ଦୁଝର ଜିଲ୍ଲା ପାଟଣା ଥାନାର ପୋଲସ୍ ଏଏସ୍ଆଇ ସରୋଜ କୁମାର ସେଠୀଙ୍କ ଅଚାନକ ବଦଳିକୁ ନେଇ ଏବେ ଖୁବ୍ ଚର୍ଚ୍ଚା। କୁଆଡେ ଆଗରୁ ବିବାଦରେ ନଥିଲେ, କି ତାଙ୍କ ନାଁରେ ସେମିତି କିଛି ଅଭିଯୋଗ ନଥିଲା। କିନ୍ତୁ ରାତାରାତି କାହିଁକି ହୋଇଗଲେ ପୋଲିସ ମୁଖ୍ୟାଳୟକୁ ବଦଳି? କୁହାଯାଉଛି, ଆଇଟମ ଗାର୍ଲ ନିଶା ମହାରଣାଙ୍କ ସହ ଏମିତି ଫଟୋ ଉଠାଇବା ଯୋଗୁ ତାଙ୍କର ବଦଳି ହୋଇଛି।
Credit: OTV
ASI Transferred
କେନ୍ଦୁଝର ଜିଲ୍ଲା ପାଟଣା ଥାନାର ପୋଲସ୍ ଏଏସ୍ଆଇ ସରୋଜ କୁମାର ସେଠୀଙ୍କ ଅଚାନକ ବଦଳିକୁ ନେଇ ଏବେ ଖୁବ୍ ଚର୍ଚ୍ଚା। କୁଆଡେ ଆଗରୁ ବିବାଦରେ ନଥିଲେ, କି ତାଙ୍କ ନାଁରେ ସେମିତି କିଛି ଅଭିଯୋଗ ନଥିଲା। କିନ୍ତୁ ରାତାରାତି କାହିଁକି ହୋଇଗଲେ ପୋଲିସ ମୁଖ୍ୟାଳୟକୁ ବଦଳି? କୁହାଯାଉଛି, ଆଇଟମ ଗାର୍ଲ ନିଶା ମହାରଣାଙ୍କ ସହ ଏମିତି ଫଟୋ ଉଠାଇବା ଯୋଗୁ ତାଙ୍କର ବଦଳି ହୋଇଛି। ତେବେ ଏଥିରେ କେତ ସତ ରହିଛି, କାହାକୁ ବି ଜଣା ନାହିଁ।
ପାଟଣା ଥାନା ଅଞ୍ଚଳରେ କିଛି ଦିନ ତଳେ ଏକ ଯାତ୍ରା ହୋଇଥିଲା। ଯେଉଁଠି ନିଶା ମହାରଣା ଯିବା ପରେ ଦର୍ଶକ ମାନେ ଏହାକୁ ନାପସନ୍ଦ କରିଥିଲେ। ଏମିତିକି ତାଙ୍କୁ ଜୋରଦାର ବିରୋଧ କରାଯାଇଥିଲା। ପରେ ସ୍ଥିତି ସମ୍ଭାଳିବାକୁ ଯାଇଥିଲେ ASI ସରୋଜ। ହେଲେ ନିଶାଙ୍କ ସହ ତାଙ୍କ ଫଟୋ ଭାଇରାଲ୍ ହେବା ପରେ ନାନା ଚର୍ଚ୍ଚା ହେଉଛି।
ପୋଲିସ ବାବୁଙ୍କ କହିବା କଥା, ଏ ଫଟୋ ସବୁ ବର୍ଷକ ତଳର। ଛୁଟିରେ ଥିବା ବେଳେ କେହି ଜଣେ ଦୁଷ୍ଟ ବ୍ୟକ୍ତି ତାଙ୍କର ଏହି ଫଟୋ ସବୁ ସଂଗ୍ରହ କରିଥିଲେ। ଥାନାକୁ ଆସି ବିଭିନ୍ନ ସମୟରେ ତାଙ୍କୁ ବ୍ଲାକମେଲିଂ କରୁଥିଲେ। ତାଙ୍କ କଥା ନଶୁଣିବାରୁ ସେ ଏହାକୁ ଭାଇରାଲ କରିଥିବା ଅଭିଯୋଗ ଆଣିଛନ୍ତି। ଅନ୍ୟପଟେ କିଛି ଦିନ ତଳେ ଥାନାରେ ASI ସରୋଜ ସେଠୀ କିଛି ଲୋକଙ୍କୁ ଦୁର୍ବବ୍ୟହାର କରିବା ସହ ଗାଳିଗୁଲଜ କରିଥିବା ନେଇ କେନ୍ଦୁଝର ଏସପିଙ୍କ ପାଖରେ ଫେରାଦ ହୋଇଥିଲେ।
Also Read
ତେବେ କେଉଁ ଘଟଣା ପାଇଁ ଏଏସ୍ଆଇଙ୍କୁ ବଦଳି କରାଯାଇଛି ତାହା ଅସ୍ପଷ୍ଟ ରହିଛି। ତାଙ୍କ ବଦଳି ପଛର କ’ଣ ରହିଛି କାରଣ? ତାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି।





