ASI Photo With Nisha: ନିଶା ମହାରାଣାଙ୍କ ସହ ଫଟୋ ଉଠାଇ ଫସିଲେ ପୋଲିସ୍ ବାବୁ

asi-photo-with-nisha:-ନିଶା-ମହାରାଣାଙ୍କ-ସହ-ଫଟୋ-ଉଠାଇ-ଫସିଲେ-ପୋଲିସ୍-ବାବୁ

କେନ୍ଦୁଝର ପାଟଣା ଥାନା ASI ସରୋଜ ସେଠୀଙ୍କ ନିଶା ମହାରଣାଙ୍କ ସହ କିଛି ଫଟୋ ଭାଇରାଲ ହେବା ପରେ ଚର୍ଚ୍ଚା ଜୋର ଧରିଛି।

Chinmayee Sahoo

  • Published: Sunday, 14 September 2025
  • Last updated: 14 September 2025, 02:14 PM IST

Nisa and ASICredit: OTV

ନିଶା

ନିଶା ମହାରାଣାଙ୍କ ସହ ଫଟୋ ଉଠାଇ ବଦଳି ହେଲେ ପୋଲିସ ASI। ଏଭଳି ଘଟଣା ଘଟିଛି କେନ୍ଦୁଝର ପାଟଣା ଥାନାରେ। ପାଟଣା ଥାନାର ASI ସରୋଜ କୁମାର ସେଠୀଙ୍କ କିଛି ଫଟୋ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି। ଯେଉଁଠି ସେ ଆଇଟମ୍ ଗାର୍ଲ ନିଶା ମହାରଣାଙ୍କ ସହ ନଜର ଆସିଛନ୍ତି। ବିଭିନ୍ନ ପୋଜ୍ ଦେଇ ସେ ଫଟୋ ଉଠାଇଛନ୍ତି। ଗୋଟେ କି ଦୁଇଟା ନୁହେଁ ଏକାଧିକ ଭିନ୍ନ ଭିନ୍ନ ଶୈଳୀରେ ଫଟୋ ଉଠାଇଛନ୍ତି।

ଏହି ଘଟଣା ପରେ ଏବେ ଜିଲ୍ଲା ପୋଲିସ୍ ମୁଖ୍ୟାଳୟକୁ ବଦଳି ହୋଇଛି। ପାଟଣା ଥାନା ଅଞ୍ଚଳରେ କିଛି ଦିନ ତଳେ ଏକ ଯାତ୍ରା ହୋଇଥିଲା। ଯେଉଁଠି ନିଶା ମହାରଣା ଯିବା ପରେ ଦର୍ଶକ ମାନେ ଏହାକୁ ନାପସନ୍ଦ କରିଥିଲେ। ଏମିତିକି ତାଙ୍କୁ ବିରୋଧ କରିବା ପରେ ସ୍ଥିତି ସମ୍ଭାଳିବାକୁ ଯାଇଥିଲେ ASI ସରୋଜ। ହେଲେ ନିଶାଙ୍କ ସହ ତାଙ୍କ ଫଟୋ ଭାଇରାଲ୍ ହେବା ପରେ ନାନା ଚର୍ଚ୍ଚା ହେଉଛି।

ଅନ୍ୟପଟେ କିଛି ଦିନ ତଳେ ଥାନାରେ ASI ସରୋଜ ସେଠୀ କିଛି ଲୋକଙ୍କୁ ଦୁର୍ବବ୍ୟହାର କରିଥିବା ନେଇ କେନ୍ଦୁଝର ଏସପିଙ୍କ ପାଖରେ ଫେରାଦ ହୋଇଥିଲେ। ତେଣୁ ତାଙ୍କୁ କେଉଁ ଘଟଣା ପାଇଁ ବଦଳି କରାଯାଇଛି। ତାକୁ ନେଇ ସ୍ପଷ୍ଟ ହୋଇନଥିବା ବେଳେ ଚର୍ଚ୍ଚା କିନ୍ତୁ ଜୋର ଧରିଛି। ସେପଟେ ASI ସରୋଜ ଘଟଣାକୁ ଖଣ୍ଡନ କରିଛନ୍ତି, ନିଶାଙ୍କ ସହ ତାଙ୍କ ଫଟୋ ବର୍ଷେ ତଳର ବୋଲି ସେ ସଫେଇ ଦେଇଛନ୍ତି।

Also Read

ଓଟିଭି ବିଜ୍ଞାପନ

Scroll to Top