Asha Bhosle Acting Debut Movie: ସ୍ୱର ସାମ୍ରାଜ୍ଞୀ ଆଶା ଭୋସ୍ଲେ ଆଜି ଆଉ ଆମ ଗହଣରେ ନାହାନ୍ତି ସତ, ହେଲେ ପଛରେ ଛାଡ଼ି ଯାଇଛନ୍ତି ସଂଗୀତର ଏକ ବିଶାଳ ସାମ୍ରାଜ୍ୟ। ଯେଉଁଠି ଅଛି ୧୨ ହଜାରୁ ଅଧିକ ଗୀତ। ବିଦେଶୀ ଭାଷା ସମେତ ୨୦ରୁ ଅଧିକ ଭାଷାରେ ଗାୟନ। ଆଉ ଏକାଧିକ ଅବିସ୍ମରଣୀୟ ସ୍ମୃତି। ଏପ୍ରିଲ ୧୨ ତାରିଖରେ ୯୨ ବର୍ଷ ବୟସରେ ମୁମ୍ବାଇର ବ୍ରିଚକାଣ୍ଡି ହସପିଟାଲ୍ରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ ଆଶା। ଏହାପରେ ଭାରତ ସମେତ ସାରା ବିଶ୍ୱରୁ ଛୁଟିଥିଲା ଶୋକବାର୍ତ୍ତା।
ମେଲୋଡି କ୍ୱିନ ଆଶା ଆଉ ଫେରିବେନି ସତ କିନ୍ତୁ ସେ ଯେଉଁସବୁ ଅବଦାନ ଛାଡ଼ିଯାଇଛନ୍ତି, ତାହା ସବୁଦିନ ପାଇଁ ଶ୍ରୋତାଙ୍କ ହୃଦୟରେ ଘର କରି ରହିବ। ଆଶା ଭୋସ୍ଲେଙ୍କୁ ଆପଣ ହୁଏତ ଜଣେ ମହାନ ଗାୟିକା ଭାବରେ ଚିହ୍ନିଥିବେ। ହେଲେ ଆଜି ଆମେ ତାଙ୍କର ଆଉ ଏକ ପ୍ରତିଭା ବିଷୟରେ ଆପଣଙ୍କ ସହ ପରିଚୟ କରାଇବୁ। ଆଶା ଜଣେ ମହାନ ଗାୟିକା ସହିତ ଜଣେ ଖୁବ୍ ଦକ୍ଷ ଅଭିନେତ୍ରୀ ଥିଲେ। ତାଙ୍କର ଡେବ୍ୟୁ ସିନେମାରେ ସେ ଏମିତି ଅଭିନୟ କରିଥିଲେ ଯେ ସମସ୍ତେ ହତବାକ ହୋଇଯାଇଥିଲେ।
Also Read- Akshay Kumar Son: ୨୭୦୦ କୋଟି ଟଙ୍କାର ମାଲିକ ଏହି ସୁପରଷ୍ଟାର, ଗାଁ ଗାଁ ବୁଲି ପୁଅ ଶିଖୁଛି ଫ୍ୟାଶନ
୭୯ ବର୍ଷ ବୟସରେ ଆକ୍ଟିଂରେ ଡେବ୍ୟୁ କରିଥିଲେ ଆଶା। ୨୦୧୩ରେ ମୁକ୍ତିଲାଭ କରିଥିବା ‘ମାଈ’ ଅର୍ଥ ମାଆ ଥିଲା ତାଙ୍କର ପ୍ରଥମ ସିନେମା। ଏହି ସିନେମାରେ ମୁଖ୍ୟ ଚରିତ୍ରରେ ଅଭିନୟ କରିଥିଲେ ଆଶା ଭୋସ୍ଲେ। ଗୋଟେ ଦରଦୀ ମାଆର ଭୂମିକାରେ ଆଶା ଭୋସ୍ଲେଙ୍କର ଏଭଳି ଚମତ୍କାର ଅଭିନୟ ଦେଖିଲେ କାନ୍ଦି ପକାଇଥିଲେ ଅଡିଆନ୍ସ। ଆପଣ ବି ଦେଖିଲେ ଆଖିରୁ ନିଶ୍ଚୟ ଲୁହ ଝରିପଡ଼ିବ। ଜୀବନର ଶେଷ ପାହାଚରେ ବି ଆଶା ଯେ ଏତେ ସୁନ୍ଦର ଆକ୍ଟିଂ କରିପାରନ୍ତି, ସିନେମାର ନିର୍ଦ୍ଦେଶକ ଓ ସାଥୀ କଳାକାରଙ୍କୁ ମଧ୍ୟ ବିଶ୍ୱାସ ହେଉ ନଥିଲା।
ଫିଲ୍ମର କାହାଣୀ ଓ ଆଶା ଭୋସ୍ଲେଙ୍କ ଚରିତ୍ର
‘ମାଈ’ ଚଳଚ୍ଚିତ୍ରରେ ଆଶା ଭୋସ୍ଲେଙ୍କର ଅଭିନୟ ଦେଖି ସମସ୍ତେ ଭାବପ୍ରବଣ ହୋଇଯାଇଥିଲେ। ଆଶା ତାଙ୍କ ଚମତ୍କାର ଅଭିନୟ ବଳରେ ଅଡିଆନ୍ସକୁ କନ୍ଦାଇ ଦେଇଥିଲେ। ସିନେମାରେ ଆଶା ଜଣେ ବୟସ୍କ ମହିଳା ଭୂମିକାରେ ଅଭିନୟ କରିଥିଲେ,ଯାହାଙ୍କୁ ଆଲ୍ଜାଇମର ରୋଗ ହୋଇଥିଲା। ଆଉ ରୋଗରେ ପୀଡ଼ିତ ମାଈ ଧୀରେ ଧୀରେ ତାଙ୍କ ସ୍ମୃତ ଶକ୍ତି ହରାଉଥିଲେ। ମହିଳାଙ୍କ ସ୍ୱାମୀ ମରିଯାଇଥିଲେ। ଏହି ବୟସରେ ଯେତେବେଳେ ପିଲାମାନେ ବୃଦ୍ଧ ମାଆର ସାହାର ହେବା କଥା, ସେତେବେଳେ ତାଙ୍କ ପୁଅ ତାଙ୍କୁ ଏକା ଛାଡ଼ି ଦେଇଥିଲେ। ଏଭଳି କାହାଣୀକୁ ସିନେମାଟି ଗତିଶୀଳ ହୋଇଛି। ସିନେମାର କାହାଣୀରୁ ଏହା ସ୍ପଷ୍ଟ ଯେ ମାଆ ଭୂମିକାରେ ଅଭିନୟ କରିଥିବା ଆଶା ଭୋସ୍ଲେଙ୍କ ଚରିତ୍ର ହିଁ ମୁଖ୍ୟ ଚରିତ୍ର ଥିଲା। ଆଉ ଏଥିରେ ଆଶା କିଭଳି ଆକ୍ଟିଂ କରିଛନ୍ତି, ଆପଣ ନ ଦେଖିଲେ ବିଶ୍ୱାସ କରିପାରିବେ ନାହିଁ।
ଝିଅ ଭୂମିକାରେ ଅଭିନୟ କରିଥିଲେ ପଦ୍ମିନୀ କୋହ୍ଲାପୁରୀ
ଏଭଳି ସ୍ଥିତିରେ ବୟସ୍କ ମହିଳାଙ୍କ ଝିଅ ହିଁ ତାଙ୍କର ସାହାରା ହୁଅନ୍ତି। ପଦ୍ମିନୀ କୋହ୍ଲାପୁରୀ ସିନେମାରେ ଆଶାଙ୍କ ଝିଅ ଭୂମିକାର ଅଭିନୟ କରିଛନ୍ତି। ସିନେମାରେ ମାଆକୁ ସାହାରା ଦେବାକୁ ଯାଇ ଝିଅକୁ ନିଜ ପରିବାର ବିରୁଦ୍ଧରେ ଯିବାକୁ ପଡ଼େ। ହେଲେ ଧୀରେ ଧୀରେ ମାଆ ଝିଅକୁ ବି ଚିହ୍ନିପାରେନି। ହେଲେ ଝିଅ ମାଆକୁ ଛାଡ଼ିପାରେନା। ଏହି ସିନେମା ଲୋକଙ୍କୁ ଭାବପ୍ରବଣ କରିଦେଇଥିଲା। ଆଉ ପ୍ରଥମ ଥର ପାଇଁ ଆଶା ଭୋସ୍ଲେଙ୍କ ଚମତ୍କାର ଅଭିନୟ ଦେଖିଲା ଦେଶ।
ଦେଖନ୍ତୁ ଆଶାଙ୍କ ଅଭିନୀତ ସିନେମା-




