Aryan Khan: ଆସିଗଲେ କିଙ୍ଗଖାନଙ୍କ ପୁଅ, ପ୍ରଥମ ଟେଷ୍ଟରେ ଫୁଲ ମାର୍କ…୨୦ ଅଗଷ୍ଟରେ ଦ ବ୍ୟାଡସ୍ ଅଫ ବଲିଉଡ୍ ପ୍ରିଭ୍ୟୁ

aryan-khan:-ଆସିଗଲେ-କିଙ୍ଗଖାନଙ୍କ-ପୁଅ,-ପ୍ରଥମ-ଟେଷ୍ଟରେ-ଫୁଲ-ମାର୍କ…୨୦-ଅଗଷ୍ଟରେ-ଦ-ବ୍ୟାଡସ୍-ଅଫ-ବଲିଉଡ୍-ପ୍ରିଭ୍ୟୁ

ଦ ବ୍ୟାଡସ୍ ଅଫ ବଲିଉଡ୍ ପ୍ରିଭ୍ୟୁ ୨୦ ଅଗଷ୍ଟରେ ଆସୁଛି।” ପ୍ରଥମ ଲୁକ୍ ଦେଖିବା ପରେ ଫ୍ୟାନ୍ସ ବେଶ୍ ଉତ୍ସାହିତ ଦେଖାଯାଉଛନ୍ତି। ସେମାନେ କହୁଛନ୍ତି ଯେ ଏହା ନିଶ୍ଚିତ ଭାବେ ସୁପରହିଟ୍ ହେବ।

Manasranjan Mohanty

  • Published: Sunday, 17 August 2025
  • Last updated: 17 August 2025, 03:50 PM IST

aryan khan Credit: OTV

aryan khan

ବଲିଉଡ୍ ସୁପରଷ୍ଟାର ଶାହରୁଖ ଖାନଙ୍କ ଝିଅ ସୁହାନା ଖାନ ନେଟଫ୍ଲିକ୍ସ ଫିଲ୍ମ “ଦ ଆର୍ଚିଜ୍” ସହିତ ଅଭିନୟରେ ଡେବ୍ୟୁ କରିଥିଲେ । ଏବେ କିଙ୍ଗ ଖାନଙ୍କ ପୁଅ ଆର୍ୟନ ଜଣେ ନିର୍ଦ୍ଦେଶକ ଭାବେ ବଲିଉଡ୍‌ରେ ପାଦ ଥାପିବାକୁ ପ୍ରସ୍ତୁତ ଅଛନ୍ତି।

“ଦ ବ୍ୟାଡସ୍ ଅଫ ବଲିଉଡ୍”ର ପ୍ରଥମ ଝଲକ ସାମ୍ନାକୁ ଆସିଛି। ଏବେ ଆର୍ୟନ ଖାନଙ୍କର ବହୁ ପ୍ରତୀକ୍ଷିତ “ବ୍ୟାଡସ୍ ଅଫ ବଲିଉଡ୍”ର ପ୍ରଥମ ଲୁକ୍ ରିଲିଜ୍ ହୋଇଛି, ଯାହା ଫ୍ୟାନ୍ସଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ହୋଇଛି।

ଫ୍ୟାନ୍ସ ଆର୍ୟନ ଖାନଙ୍କର ପ୍ରଶଂସା କରୁଛନ୍ତି । ନେଟଫ୍ଲିକ୍ସ ଇଣ୍ଡିଆର ଓରିଜିନାଲ ସିରିଜ୍ “ବ୍ୟାଡସ୍ ଅଫ ବଲିଉଡ୍”ର ପ୍ରଥମ ଲୁକ୍ ସେୟାର କରି କ୍ୟାପସନରେ ଲେଖାଯାଇଛି, “ବହୁତ ହୋଇ ଗଲା? ଅଭ୍ୟାସ କରି ନିଅ ।

Also Read

ଦ ବ୍ୟାଡସ୍ ଅଫ ବଲିଉଡ୍ ପ୍ରିଭ୍ୟୁ ୨୦ ଅଗଷ୍ଟରେ ଆସୁଛି।” ପ୍ରଥମ ଲୁକ୍ ଦେଖିବା ପରେ ଫ୍ୟାନ୍ସ ବେଶ୍ ଉତ୍ସାହିତ ଦେଖାଯାଉଛନ୍ତି। ସେମାନେ କହୁଛନ୍ତି ଯେ ଏହା ନିଶ୍ଚିତ ଭାବେ ସୁପରହିଟ୍ ହେବ।

ଆର୍ୟନ ଖାନଙ୍କ ସିରିଜ୍‌ରେ ଶାହରୁଖ ଖାନଙ୍କର ଏକ କ୍ୟାମିଓ ମଧ୍ୟ ଦେଖିବାକୁ ମିଳିବ, ଯାହାର ଘୋଷଣା କିଙ୍ଗ ଖାନ ନିକଟରେ କରିଛନ୍ତି।”ବ୍ୟାଡସ୍ ଅଫ ବଲିଉଡ୍”କୁ ରେଡ୍ ଚିଲିଜ୍ ଏଣ୍ଟରଟେନମେଣ୍ଟ ବ୍ୟାନର ଅଧୀନରେ ଗୌରୀ ଖାନ ଦ୍ୱାରା ତିଆରି କରାଯାଇଛି । ଏହି ସିରିଜ୍ ଆର୍ୟନଙ୍କ ପାଇଁ ନିର୍ମାତା ଏବଂ ନିର୍ଦ୍ଦେଶକ ଭାବେ ପ୍ରଥମ ଫିଲ୍ମ।

ଓଟିଭି ହ୍ଵାଟ୍ସଅପ

Scroll to Top