Arab Islamic Nato: ମୁସଲିମ ରାଷ୍ଟ୍ରନେତାଙ୍କ ମେଳି, ଗଠନ ହେବ ‘ଆରବ ଇସଲାମିକ ନାଟୋ’! ଭାରତ ପାଇଁ ଫାଇଦା ନା କ୍ଷତି

arab-islamic-nato:-ମୁସଲିମ-ରାଷ୍ଟ୍ରନେତାଙ୍କ-ମେଳି,-ଗଠନ-ହେବ-‘ଆରବ-ଇସଲାମିକ-ନାଟୋ’!-ଭାରତ-ପାଇଁ-ଫାଇଦା-ନା-କ୍ଷତି

କତାର ଉପରେ ଇସ୍ରାଏଲର ଆକ୍ରମଣ ପରେ ଅନୁଷ୍ଠିତ ଆରବ ଦେଶଗୁଡ଼ିକର ଜରୁରୀକାଳୀନ ବୈଠକରେ ପାକିସ୍ତାନ, ତୁର୍କୀ, ସାଉଦି ଆରବ ସମେତ ୬୦ଟି ମୁସଲିମ ଦେଶ ଅଂଶଗ୍ରହଣ କରିଥିଲେ।

କତାରର ଦୋହାରେ ଇସ୍ରାଏଲ ଆକ୍ରମଣ ପରେ ମୁସଲିମ ଦେଶମାନେ ଏକଜୁଟ ହୋଇଛନ୍ତି ଏବଂ ନାଟୋ ପରି ମୁସଲିମ ଦେଶମାନଙ୍କର ଏକ ସାମରିକ ସଂଗଠନ ଗଠନ କରିବା ବିଷୟରେ ଆଲୋଚନା କରୁଛନ୍ତି। ମିଶର ଏହାର ପ୍ରସ୍ତାବ ଦେଇଛି, ଯେଉଁଥିରେ ପାକିସ୍ତାନ ବହୁତ ଉତ୍ସାହର ସହ ଭାଗ ନେଉଛି।

ଦୋହାରେ ହୋଇଥିବା ଇସ୍ରାଏଲ ଆକ୍ରମଣ ଆଞ୍ଚଳିକ ସୁରକ୍ଷା ପାଇଁ ଏକ ଟର୍ନିଂ ପଏଣ୍ଟ ସାବ୍ୟସ୍ତ ହେଉଛି। ଇରାକର ପ୍ରଧାନମନ୍ତ୍ରୀ ମହମ୍ମଦ ଶିଆ ଅଲ-ସୁଦାନୀ ଏକ ‘ଇସଲାମିକ ସାମରିକ ଗଠବନ୍ଧନ’ ଗଠନ କରିବାକୁ ଆହ୍ୱାନ ଦେଇଛନ୍ତି। ସେ କହିଛନ୍ତି ଯେ, ମୁସଲିମ ଦେଶମାନେ ମିଳିତ ହୋଇ ନିଜ ସୁରକ୍ଷା ପାଇଁ ଏକ ମିଳିତ ବାହିନୀ ଗଠନ କରିବା ଉଚିତ। ମିଶର ଚାହୁଁଛି ଯେ ସେଣ୍ଟ୍ରାଲ ଟ୍ରିଟି ଅର୍ଗାନାଇଜେସନ (ବାଗଦାଦ ପ୍ୟାକ୍ଟ) ପରି ଏକ ସଂଗଠନ ଗଠନ କରାଯାଉ, ଯେଉଁଥିରେ ସମସ୍ତ ମୁସଲିମ ଦେଶ ସାମିଲ ହୁଅନ୍ତୁ। ପାକିସ୍ତାନ ଏକ ‘ଆରବ ନାଟୋ’ ଗଠନ ପାଇଁ ଜୋର ଦେଉଛି। ପାକିସ୍ତାନ କହିଛି ଯେ, କୌଣସି ଦେଶକୁ ଇସଲାମୀ ଦେଶମାନଙ୍କ ଉପରେ ଆକ୍ରମଣ କରିବା କିମ୍ବା ଲୋକଙ୍କୁ ହତ୍ୟା କରିବାର ଅନୁମତି ଦିଆଯିବା ଉଚିତ ନୁହେଁ।

ସୋମବାର ଅନୁଷ୍ଠିତ ହୋଇଥିବା ଏହି ବୈଠକରେ ୬୦ରୁ ଅଧିକ ଆରବ ଏବଂ ଇସଲାମିକ ରାଷ୍ଟ୍ରର ନେତାମାନେ ଯୋଗ ଦେଇଥିଲେ। ଏହି ବୈଠକରେ ପାକିସ୍ତାନ ଏବଂ ତୁର୍କୀ ଉଭୟ ଯୋଗ ଦେଇଥିଲେ। ଏକମାତ୍ର ପରମାଣୁ ଅସ୍ତ୍ରଶସ୍ତ୍ର ସମ୍ପନ୍ନ ମୁସଲିମ ଦେଶ ହେଉଛି ପାକିସ୍ତାନ। ସେହିଭଳି ଭାରତ ପାକିସ୍ତାନର ଚାରି ଦିନିଆ ଯୁଦ୍ଧ ସମୟରେ ଭାରତ ବିରୁଦ୍ଧରେ ଅସ୍ତ୍ରଶସ୍ତ୍ର ଯୋଗାଇ ଦେବା ସହିତ ଇସଲାମାବାଦକୁ ସମର୍ଥନ କରିଥିବା ନାଟୋ ସଦସ୍ୟ ହେଉଛି ତୁର୍କୀ।

Also Read

ଇସଲାମାବାଦ ସହିତ ଏକ “ଆରବ-ଇସଲାମିକ ନାଟୋ” ଗଠନ ହେଲେ ଭାରତ ପାଇଁ ଚିନ୍ତାର କାରଣ ହୋଇପାରେ। ଯଦି ଏହି ଗୋଷ୍ଠୀ ନାଟୋ ପରି ଗଠିତ ହୁଏ, ତାହାଲେ ପାକିସ୍ତାନକୁ ଅଧିକ ସାହସ ମିଳିପାରେ। ଏହା ଇସଲାମାବାଦକୁ ଭାରତ ବିରୋଧୀ କାର୍ଯ୍ୟକଳାପ ପାଇଁ ଆହୁରି ପ୍ରୋତ୍ସାହିତ କରିବ। ଅନ୍ୟପଟେ ଯଦି ୨୦ରୁ ଅଧିକ ଦେଶ ମିଶି ଏହି ସ୍ବାଧୀନ ମୁସଲିମ୍ ନାଟୋ ଗଠନ କରିବେ, ତାହାଲେ ଭରତ ଓ ମୁସଲିମ୍ ଦେଶ ମଧ୍ୟରେ ଉତ୍ତେଜନା ବଢିପାରେ।

ତେବେ ପୂର୍ବରୁ ମଧ୍ୟ ଆରବ ଏବଂ ମୁସଲିମ ଦେଶମାନଙ୍କ ମଧ୍ୟରେ ଏପରି ଏକ ସଂଗଠନ ଗଠନ ହୋଇଥିଲା। କିନ୍ତୁ ତାହା ଅଧିକ ଦିନ ତିଷ୍ଠି ପାରି ନଥିଲା। ଯାପରିକି, ୧୯୫୫ରୁ ୧୯୭୯ ପର୍ଯ୍ୟନ୍ତ ସେଣ୍ଟ୍ରାଲ ଟ୍ରିଟି ଅର୍ଗାନାଇଜେସନ ଥିଲା, ଯେଉଁଥିରେ ପାକିସ୍ତାନ, ଇରାକ, ଇରାନ, ତୁର୍କୀ ଏବଂ ବ୍ରିଟେନ ସାମିଲ ଥିଲେ, କିନ୍ତୁ ଇରାନର ଇସଲାମିକ କ୍ରାନ୍ତି ପରେ ଏହା ଭାଙ୍ଗିଗଲା। ସେହିପରି ସାଉଦୀ ଆରବ ଏକ ‘ଇସଲାମିକ ମିଲିଟାରୀ କାଉଣ୍ଟର ଟେରୋରିଜମ କୋଏଲିସନ’ ଗଠନ କରିଥିଲା, ଯେଉଁଥିରେ ପାକିସ୍ତାନର ପୂର୍ବତନ ସେନାଧ୍ୟକ୍ଷ ରାହିଲ ଶରୀଫଙ୍କୁ କମାଣ୍ଡର କରାଯାଇଥିଲା, କିନ୍ତୁ ଏହା ମଧ୍ୟ ଅଧିକ ପ୍ରଭାବଶାଳୀ ହୋଇପାରି ନଥିଲା।

ଅଧିକ ପଢ଼ନ୍ତୁ: ଇସ୍ରାଏଲ ସେନାର ପ୍ରଚଣ୍ଡ ଆକ୍ରମଣ, ଗାଜା ସିଟି ଛାଡିଲେ ଲକ୍ଷାଧିକ ଲୋକ

Scroll to Top