ଉତ୍ତର ପ୍ରଦେଶରୁ ଆତଙ୍କୀ ସଂଗଠନର ପର୍ଦ୍ଦାଫାସ୍: ସନ୍ଦେହକୁ ଏଡ଼ାଇବା ପାଇଁ ସମ୍ବେଦନଶୀଳ ଅଞ୍ଚଳଗୁଡ଼ିକରେ ହିନ୍ଦୁମାନଙ୍କୁ ଗୁପ୍ତଚର ଭାବରେ ନିଯୁକ୍ତ ଦେଇଥିଲେ, ସେମାନଙ୍କ ପାଇଁ କୋଡ୍ ବ୍ୟବହାର ହେଉଥିଲା।
Published By: abinash – Prameya-News7 Bureau | April 05, 2026 11:52 AM
NEWS7

Terror plot busted in UP: ଉତ୍ତର ପ୍ରଦେଶରେ ଆତଙ୍କବାଦୀ ଆକ୍ରମଣର ପର୍ଦ୍ଦାଫାସ ହୋଇଛି। ପାକିସ୍ତାନ ସହ ଜଡ଼ିତ ଏକ ଆତଙ୍କବାଦୀ ଗ୍ରୁପ୍ ଉତ୍ତର ପ୍ରଦେଶର ମେରଠରୁ ଟିମ୍ ପରିଚାଳନା କରୁଥିବା ଜଣାପଡିଛି। ଏମାନେ ସନ୍ଦେହକୁ ଏଡ଼ାଇବା ପାଇଁ ସମ୍ବେଦନଶୀଳ ଅଞ୍ଚଳଗୁଡ଼ିକରେ ହିନ୍ଦୁମାନଙ୍କୁ ଗୁପ୍ତଚର ଭାବରେ ନିଯୁକ୍ତ ଦେଇଥିଲେ, ସେମାନଙ୍କ ପାଇଁ କୋଡ୍ ବ୍ୟବହାର ହେଉଥିଲା। ଗ୍ରୁପର ଆତଙ୍କବାଦୀ ଶାକିବକୁ ରିମାଣ୍ଡରେ ନେଇ ପଚରାଉଚରା କରିବା ପରେ ଏହିସବୁ ତଥ୍ୟ ସାମ୍ନାକୁ ଆସିଛି।
ପାକିସ୍ତାନରେ ବସି ସଂଗଠନ ପରିଚାଳନା କରୁଥିବା ଆତଙ୍କୀ ଆକାଙ୍କ କଥାରେ ଶାକିବ ଭାରତରେ ଗ୍ରୁପ ପରିଚାଳନା କରୁଥିଲା। ଗଜୱା ହିନ୍ଦ ପାଇଁ କାମ କରିବାକୁ ପାକିସ୍ତାନୀ ଆକାମାନେ ତାଙ୍କୁ ପରାମର୍ଶ ଦେଉଥିଲେ। ଧରା ନପଡ଼ିବାକୁ ଯଥା ସାଧ୍ୟ ଚେଷ୍ଟା କରିବା ଓ ମିଶନ ନ ଛାଡ଼ିବାକୁ ସେମାନେ ଶାକିବଙ୍କୁ ଉସ୍କାଉଥିବା ଶାକିବ ଏଟିଏଏସ ପାଖରେ କହିଛି।
Also Read- ଆତଙ୍କୀ ଦେଶର ଫୁଟାଣି ! ଦିଲ୍ଲୀ ଏବଂ ମୁମ୍ବାଇ ପରେ କୋଲକାତା ଉପରେ କରିବ ଆଟାକ୍
ହିନ୍ଦୁ ମାନଙ୍କୁ ଦିଆଯାଉଥିଲା ନିଯୁକ୍ତି
ସୁରକ୍ଷା ଯାଞ୍ଚରୁ ବର୍ତ୍ତିବା ପାଇଁ ହିନ୍ଦୁମାନଙ୍କୁ ନିଯୁକ୍ତି ଦେବାକୁ ପାକିସ୍ତାନ ଆତଙ୍କୀ ଲିଡରମାନେ ଶାକିବକୁ ନିର୍ଦ୍ଦେଶ ଦେଇଥିଲେ। ନିର୍ଦ୍ଦେଶ ପାଇବା ପରେ ଶାକିବ ବିକାଶ ଓ ଲୋକେଶ ନାମକ ଦୁଇ ହିନ୍ଦୁ ଯୁବକଙ୍କୁ ଗ୍ରୁପ ପରିଚାଳନାରେ ନିଯୁକ୍ତ ଦେଇଥିଲେ। ସେମାନଙ୍କୁ ଉସ୍କାଇବା ଭଳି ମେସେଜ୍ ଦେଇ ଓ ମୋଟା ଅଙ୍କର ଅର୍ଥ ଲୋଭ ଦେଖାଇ ଗ୍ରୁପରେ ସାମିଲ୍ କରାଇଥିଲା। କେହି ଯେମିତି ଧରା ନପଡ଼ନ୍ତି, ଏଥିପାଇଁ ତାଙ୍କ ପ୍ରକୃତ ପରିଚୟ ଲୁଚାଇ ଲୋକେଶକୁ ସଲିମ ଓ ବିକାଶକୁ ଜାହିଦ ନାଁ ଦିଆଯାଇଥିଲା। ପଚରାଉଚରା ସମୟରେ ଏହା ଜଣାପଡ଼ିଲା ଯେ ଶାକିବ ଗୁପ୍ତଚର ପାଇଁ ଲୋକେଶ ଉପରେ ନିର୍ଭର କରୁଥିଲା। ହିନ୍ଦୁ ବୋଲି ପରିଚୟ ଦେଇ ଲୋକେସ ଧାର୍ମିକ ସ୍ଥାନଗୁଡ଼ିକରେ ପ୍ରବେଶ କରିପାରୁଥିବାରୁ ଡାଟା କଲେକ୍ସନ ପାଇଁ ସହଜ ହେଉଥିଲା।
Also Read- India to Ban Chinese CCTV cameras: ସାଂଘାତିକ ଚୀନ ସିସିଟିଭି କ୍ୟାମେରା; ବ୍ୟାନ୍ କଲେ ସରକାର, କାହିଁକି ପଢନ୍ତୁ ପୂରା ରିପୋର୍ଟ
ଦୁବାଇରୁ ଅପରେଟ ହେଉଥିଲା ଆତଙ୍କୀ ଗ୍ରୁପ୍
ତଦନ୍ତରୁ ଏହି ସଂଗଠନର ଲିଙ୍କ ଦୁବାଇରେ ଥିବା ଜଣାପଡ଼ିଛି। ଆକିବ ନାମକ ଜଣେ ବ୍ୟକ୍ତି ଦୁବାଇରେ ରହି ପାକିସ୍ତାନ ଲିଡର ଓ ଶାକିବଙ୍କ ମଧ୍ୟରେ ଯୋଗାଯୋଗ କରାଇବାରେ ସହଯୋଗ କରୁଥିଲା। ଆକିବ୍ ଯୁବକମାନଙ୍କୁ ନିଯୁକ୍ତି ଏବଂ ପ୍ରଭାବିତ କରିବା ପାଇଁ ଇନଷ୍ଟାଗ୍ରାମ୍ ଏବଂ ଟେଲିଗ୍ରାମ ଭଳି ସୋସିଆଲ ମିଡିଆ ପ୍ଲାଟଫର୍ମ ବ୍ୟବହାର କରୁଥିଲା। AK-47 ରାଇଫଲ୍ସ ସମେତ ଅସ୍ତ୍ରଶସ୍ତ୍ର ବିଷୟବସ୍ତୁ ଶେୟାର କରି ଯୁବକଙ୍କୁ ଉସ୍କାଉଥିଲା। ଏହି ଗୋଷ୍ଠୀ ରାଜ୍ୟ ସାରା ଅନେକ ପ୍ରତିରକ୍ଷା ପ୍ରତିଷ୍ଠାନ ଏବଂ କ୍ୟାଣ୍ଟନମେଣ୍ଟ ଅଞ୍ଚଳଗୁଡ଼ିକର ଯାଞ୍ଚ କରୁଥିଲା। ଏହି ସ୍ଥାନଗୁଡ଼ିକର ଭିଡିଓ ରେକର୍ଡ କରାଯାଇ ହ୍ୟାଣ୍ଡଲରମାନଙ୍କୁ ପଠାଯାଇଥିଲାବୋଲି ଏଟିଏସ ଜାଣିବାକୁ ପାଇଛି। ଏହି ମାମଲାରେ ପୁଲିସ ଅଧିକ ତଦନ୍ତ ଜାରି ରଖିଛି।




