ସାବାଡ଼ ହେବେ ଅମାନିଆ। ମନ ଇଚ୍ଛା ଦରରେ ବିକ୍ରି କରୁଥିବା ମହାପ୍ରସାଦ ଉପରେ ଲାଗିବ ରୋକ। ଆନ୍ଦନବଜାରେ ଲାଗିବ ଅବଢ଼ା ଦର ତାଲିକା। ଆନନ୍ଦବଜାରରୁ ଭକ୍ତ ମହାପ୍ରସାଦ କିଣିବା ବେଳେ ଯେପରି ଠକାମୀର ଶିକାର ହେବେନି, ସେନେଇ ନିର୍ଦ୍ଧାରିତ ହେବ ଦର।
Credit: OTV
Anand Bazar
ଭକ୍ତଙ୍କୁ ସୁବିଧାରେ ଏବଂ ସୁଲଭ ଦରରେ ମହାପ୍ରସାଦ ଯୋଗାଇବାକୁ ଖୁବ୍ଶୀଘ୍ର ଆନନ୍ଦବଜାରରେ ଏଭଳି ସଂସ୍କାର ଆଣିବାକୁ ଯାଉଛି ଶ୍ରୀମନ୍ଦିର ପ୍ରଶାସନ। ସୁଆର ମହାସୁଆ ନିଯୋଗ ସହ ବୈଠକ ପରେ ଏଇ ସୂଚନା ଦେଇଚନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ। ନିଷ୍ପତ୍ତି ମୁତାବକ ଏଣିକି ମହାପ୍ରସାଦ ନିକଟରେ ଖଜା ଓ ଅନ୍ୟ ଶୁଖିଲି ଭୋଗ ବିକ୍ରି ନହୋଇ ଏଥିପାଇଁ ପୃଥକ ସ୍ଥାନ ସ୍ଥିରୀକୃତ ହେବା ସହ ମହାପ୍ରସାଦ ସେବନ ପାଇଁ ମଧ୍ୟ ନିର୍ଦ୍ଦିଷ୍ଟ ସ୍ଥାନ ରହିବ।
ମହାପ୍ରସାଦ କିଣିବା ବେଳେ ଭକ୍ତ ଯେଭଳି ଠକାମୀର ଶିକାର ହେବେ ନାହିଁ ସେଥିପାଇଁ ଖୁବ୍ ଶୀଘ୍ର ଦର ନିର୍ଦ୍ଧାରଣ କରାଯାଇ ଆନନ୍ଦବଜାରରେ ଦର ତାଲିକା ବି ଲାଗିବ। ଯାହାଦ୍ବାରା କେଉଁ କୁଡୁଆ ଏବଂ କେଉଁ ବ୍ୟଞ୍ଜନର ଦର କେତେ ତାହା ଜାଣିବାରେ ଦ୍ବନ୍ଦ୍ବ ରହିବନି। ଆନନ୍ଦବଜାରରେ କେବଳ ସୂପକାର ହିଁ ଅବଢ଼ା ବିକ୍ରି କରିବେ ଏବଂ ଅବଢ଼ ଦୋକାନ ସହାୟକଙ୍କ ପାଇଁ ଡ୍ରେସ୍ କୋଡ୍ ସହ ପରିଚୟପତ୍ରର ବି ବ୍ୟବସ୍ଥା କରାଯିବ।
ଆନନ୍ଦବଜାରରେ କୌଣସି ବିଶୃଙ୍ଖଳିତ ଆଚରଣକୁ ବରଦାସ୍ତ କରାଯିବ ନାହିଁ। ସେହିପରି ମହାପ୍ରସାଦଠୁ ନେଇ ଶୁଖିଲି ଭୋଗ ଯାଏଁ ଓମଫେଡ୍ ଛଡ଼ା ଅନ୍ୟ ଘିଅ ଯେମିତି ବ୍ୟବହାର ନହୁଏ ତାହା ସୁନିଶ୍ଚିତ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି।
Also Read
ଶୃଙ୍ଖଳିତ ଭାବେ ମହାପ୍ରସାଦ ସେବନର ସୁଯୋଗ ଦେବା ସହ ଆନନ୍ଦବଜାରର ପରିବେଶକୁ ଆହୁରି ଆନନ୍ଦମୟ କରିବାକୁ ପ୍ରଶାସନର ଏ ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି ଭକ୍ତ।…
ଆନନ୍ଦବଜାରରେ ଶୃଙ୍ଖଳିତ ପରିବେଶ ଫେରାଇ ଆଣିବାକୁ ଦୀର୍ଘବର୍ଷର ଦାବି ଭିତରେ ଏହା କେବେ ବାସ୍ତବତାର ରୂପ ନେଉଛି ଏବଂ ଦରତାଲିକା ଲାଗୁଛି ଏବେ ତା ଉପରେ ସାରା ଜଗନ୍ନାଥପ୍ରେମୀଙ୍କ ନଜର।.





