Accident: ଚାମ୍ପିଅନ ହୋଇ ଖୁସିରେ ଫେରୁଥିଲେ, କିନ୍ତୁ ବାଟରେ ଜଣକୁ ନେଇଗଲା ଯମ

accident:-ଚାମ୍ପିଅନ-ହୋଇ-ଖୁସିରେ-ଫେରୁଥିଲେ,-କିନ୍ତୁ-ବାଟରେ-ଜଣକୁ-ନେଇଗଲା-ଯମ

ଭାରସାମ୍ୟ ହରାଇ ଡିଳାଇଡରରେ ଚଢ଼ିଗଲା କାର୍ । ନିମିଷକ ମଧ୍ୟରେ ମିଳେଇଗଲା ଖୁସି । ଶୁଭିଲା ଚିତ୍କାର । ତା ପରେ ଶୋକାକୁଳ ପରିବେଶ । ଏମିତି ଘଟିଛି ଏକ ଦୁଃଖଦ ଘଟଣା ।

Tapan Kumar Swain

  • Published: Sunday, 10 August 2025
  • Last updated: 10 August 2025, 05:12 PM IST

Student DeathCredit: OTV

Student Death

ଝାରସୁଗୁଡ଼ାରେ ବଡ଼ ଦୁର୍ଘଟଣା। ଡିଭାଇଡର୍ କୁ ପିଟିଲା କାର୍, ଏଥିରେ ଥିବା ଜଣେ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଛାତ୍ର ଓ ଡ୍ରାଇଭରଙ୍କୁ ମିଶାଇ ୬ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ସରବାହାଲ୍ ପିପୁଲ ଉତ୍କଳ କଣ୍ଟିନେଟ୍ ହୋଟେଲ ନିକଟରେ ଘଟିଛି ଏହି ଦୁର୍ଘଟଣା। ବାଲେଶ୍ବରର ଖୋ ଖୋ ଆନ୍ଥଃସ୍କୁଲ ଟୁର୍ଣ୍ଣାମେଣ୍ଟରେ ଚାମ୍ପିଅନ ହୋଇ ଝାରସୁଗୁଡ଼ା DAV ସ୍କୁଲ ପିଲା ମାନେ ଫେରୁଥିଲା ବେଳେ ଏହି ଦୁର୍ଘଟଣା ଘଟିଛି ।

ସେମାନେ ଟ୍ରେନରେ ବାଲେଶ୍ୱରରୁ ଝାରସୁଗୁଡାରେ ଆସି ପହଞ୍ଚିଥିଲେ । ପରେ ଷ୍ଟେସନରୁ ଘରକୁ ଫେରୁଥିବା ବେଳେ କାର୍ ଟି ଭାରସାମ୍ୟ ହରାଇ ଡିଭାଇଡର୍ କୁ ପିଟି ହୋଇଛି। ଏହି ଛାତ୍ରମାନେ ଚାମ୍ପିଅନ ହେବା ପରେ ଖୁସି ହୋଇ ଘରକୁ ଫେରୁଥିଲେ । କିଛି ସମୟ ପରେ ଘରେ ପହଞ୍ଚିଥାଆନ୍ତେ । କିନ୍ତୁ ତାଙ୍କର ଏହି ଖୁସି ବେଶି ସମୟ ରହିନଥିଲା । ଦୁର୍ଘଟଣାରେ ସେମାନେ ତାଙ୍କର ଜଣେ ସାଙ୍ଗକୁ ହରାଇଛନ୍ତି । ଏବେ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।

Also Read

ଅଧିକ ପଢ଼ନ୍ତୁ: ହାଇୱେ ଡକାୟତି ଯୋଜନା ଭଣ୍ଡୁର, ୮ ଜଣଙ୍କୁ ଗିରଫ କଲା ପୋଲିସ

  • Reported by:
  • Bhagirathi Sahu

ଓଟିଭି ହ୍ଵାଟ୍ସଅପ

Scroll to Top