ନୂଆଦିଲ୍ଲୀ: ଗୁରୁବାର ଆମ ଆଦମୀ ପାର୍ଟୀ (AAP) ସାଂସଦ ରାଘବ ଚଡ୍ଡାଙ୍କୁ ଦଳ ରାଜ୍ୟସଭା ଉପନେତା ପଦରୁ ହଟାଇଥିଲା। ଖାଲି ସେତିକି ନୁହେଁ ଏହି କାର୍ଯ୍ୟାନୁଷ୍ଠାନ ବାଦ୍ ଦଳୀୟ ନେତାମାନେ ମଧ୍ୟ ତାଙ୍କ ଉପରେ ଅନେକ ଅଭିଯୋଗ ଆଣିଥିଲେ। ସେମାନେ ଅଭିଯୋଗ ଲଗାଇଥିଲେ ଯେ, ରାଘବ ପାର୍ଟୀ ଅନୁସାରେ କାମ କରୁନାହାଁନ୍ତି। ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ସରକାରଙ୍କ ବିରୋଧ କରୁନାହାଁନ୍ତି କି’ କକ୍ଷତ୍ୟାଗ ସମୟରେ ସଂସଦର ବାହାରକୁ ଯାଉନାହାଁନ୍ତି। ଏମିତିରେ ଏସବୁ ଭିତରେ ଶନିବାର ରାଘବ ଚଡ୍ଡା ଏସବୁ ଅଭିଯୋଗର ଜବାବ ଦେଇଛନ୍ତି। ଏକ ଭିଡିଓ କରି ରାଘବ ନିଜ ଉପରେ ଉପରେ ଲାଗିଥିବା ତିନି ବଡ଼ ଅଭିଯୋଗର ଜବାବ ରଖିଛନ୍ତି। ଶେଷରେ ସେ କହିଛନ୍ତି, ‘ମୁଁ ଆହତ, ଏଥିପାଇଁ ଘାତକ।’
କ’ଣ କହିଲେ ରାଘବ ?
ଭିଡିଓରେ ରାଘବ ଚଡ୍ଡା କହିଛନ୍ତି, କାଲିଠାରୁ ମୋ ବିରୋଧରେ ଏକ ସୁପରିକଳ୍ପିତ କ୍ୟାମ୍ପେନ ଚାଲିଛି। ସମାନ ଭାଷା, ସମାନ କଥା, ସମାନ ଅଭିଯୋଗ। ଏହା କୌଣସି ସଂଯୋଗ ନୁହେଁ। ବରଂ ଏକ ସାମୂହିକ ଆକ୍ରମଣ। ପ୍ରଥମେ ଭାବୁଥିଲି ଏହାର ଜବାବ ଦେବିନାହିଁ। କିନ୍ତୁ ଗୋଟିଏ ମିଛକୁ ୧୦୦ ଥର କହିଲେ କିଛି ଲୋକ ଏହାକୁ ସତ ମାନିନିଅନ୍ତି। ସେଥିପାଇଁ ଏହାର ଜବାବ ଦେଉଛି। ସେ କହିଛନ୍ତି ପାର୍ଟୀ ତିନି ଅଭିଯୋଗ ଆଣିଛି। ଏହି ତିନି ଅଭିଯୋଗ କାରଣରୁ ରାଘବ ଚଡ୍ଡାଙ୍କୁ ସଂସଦରେ କହିବାକୁ ସୁଯୋଗ ଦିଆଯିବ ନାହିଁ।’’
ଅଯଥା ପ୍ରସଙ୍ଗ ଉଠାଇନାହିଁ: ରାଘବଚଡ୍ଡା
ସଂସଦରେ ଫାଲତୁ ପ୍ରସଙ୍ଗ ଉଠାଇବା ଅଭିଯୋଗରେ ରାଘବ ଚଡ୍ଡା କହିଛନ୍ତି, ‘ମୁଁ ସଂସଦରେ ହୋହଲ୍ଲା କରିବା କିମ୍ବା ଗାଳି ଦେବାକୁ ଯାଉନାହିଁ। ମୁଁ ରାଜ୍ୟସଭାରେ ସାଧାରଣ ଲୋକଙ୍କ ସହ ଜଡ଼ିତ ପ୍ରସଙ୍ଗ ଉଠାଇବାକୁ ଯାଉଛି। ମୁଁ ଲୋକଙ୍କ କଥା କହିବାକୁ ଯାଉଛି।’ ସେ କହିଛନ୍ତି ‘ମୁଁ ଚାଲେଞ୍ଜ ଦେଉଛି। ଥରେ ମୋତେ ପ୍ରମାଣ ଦିଅନ୍ତୁ ଯେ, କେତେବଳେ ବିରୋଧୀ ସଦସ୍ୟଙ୍କ ସହ ଓ୍ବକଆଉଟ କରିନାହିଁ। ସଂସଦରେ କ୍ୟାମେରା ଲାଗିଛି। ଆପଣ କ୍ୟାମେରା କାଢ଼ି ଦେଖାନ୍ତୁ।’’
Also Read: AAP removes Raghav Chadha: ରାଘବ ଚଢାଙ୍କୁ ରାଜ୍ୟସଭା ଉପାଧ୍ୟକ୍ଷ ପଦରୁ ହଟାଇଲା ଆପ୍: ପଦାରେ ପଡ଼ିଲା ଦଳୀୟ କନ୍ଦଳ
ସିଇସିଙ୍କ ବିରୋଧରେ ହୋଇଥିବା ପ୍ରସ୍ତାବରେ ଦସ୍ତକ୍ଷତ ନକରିବା ପ୍ରସଙ୍ଗ
ରାଘବ କହିଛନ୍ତି ‘‘ମୋ ଉପରେ ଅଭିଯୋଗ ଲାଗିଛି ଯେ, ମୁଖ୍ୟ ନିର୍ବାଚନ ଆୟୋଗଙ୍କ ବିରୋଧରେ ଆସିଥିବା ପ୍ରସ୍ତାବରେ ଦସ୍ତକ୍ଷତ କରିନାହିଁ। ଏହି ଅଭିଯୋଗ ଉପରେ ଜବାବ ଦେଇ ସେ କହିଛନ୍ତି, ମୁଁ ହସ୍ତାକ୍ଷର ସେତେବେଳେ କରିଥାନ୍ତି , ଯଦି କେହି ମତେ ଏନେଇ ଆନୁଷ୍ଠାନିକ ଭାବରେ କିମ୍ବା ଅଣଆନୁଷ୍ଠାନିକ ଭାବରେ କହିଥାନ୍ତା। ମତେ ଏନେଇ କେହି କିଛି କହିନଥିଲେ।’’ ସେ ଆହୁରି କହିଛନ୍ତି, ‘ରାଜ୍ୟସଭାରେ ଆପ୍ର ୧୦ ସାଂସଦ ଅଛି। ଯେଉଁଥିରୁ ୬ରୁ ୭ ସାଂସଦ ହିଁ ଦସ୍ତକ୍ଷତ କରିନାହାଁନ୍ତି। କିନ୍ତୁ ପ୍ରଶ୍ନ କେବଳ ମୋ ଉପରେ ଉଠାଯାଇଛି।’’
‘ମୋର ଚାରି ବର୍ଷର ସଂସଦର ଟ୍ରାକ୍ ରେକର୍ଡ ଦେଖନ୍ତୁ’
ରାଘବ ଚଡ୍ଡା ଆହୁରି କହିଛନ୍ତି ତୃତୀୟ ଅଭିଯାଗ ହେଉଛି ରାଘବ ଚଡ୍ଡା ଡରିଯାଇଛନ୍ତି। ଏଥିପାଇଁ ବେକାର ପ୍ରସଙ୍ଗ ଉଠାଉଛନ୍ତି। ଏହାର ଜବାବ ଦେଇ ସେ କହିଛନ୍ତି, ପ୍ରଥମତଃ ମୁଁ ସଂସଦକୁ ହୋହାଲ୍ଲା କରିବା, ଚିଲ୍ଲେଇବା, ମାଇକ ଭାଙ୍ଗିବା କିମ୍ବା ଗାଳି ଦେବାକୁ ଯାଇନାହିଁ। ମୁଁ ସେଠାକୁ ଜନତାଙ୍କ ପ୍ରସଙ୍ଗ ଉଠାଇବାକୁ ଯାଇଛି। ଏମିତି କେଉଁ ପ୍ରସଙ୍ଗ ନାହିଁ ଯାହା ମୁଁ ଉଠାଇନାହିଁ। ମୁଁ ଜିଏସଟି ଠାରୁ ଇନକମ ଟ୍ୟାକ୍ସ ପର୍ଯ୍ୟନ୍ତ ସବୁ କଥା ଉଠାଇଛି। ଭାରତୀୟ ରେଳବାଇରେ ଯାତ୍ରା କରୁଥିବା ଲୋକଙ୍କ ସମସ୍ୟା, ଏମିତିକି ମେନଷ୍ଟ୍ରୁଆଲ ହେଲଥ ଭଳି ପ୍ରସଙ୍ଗ ମଧ୍ୟ ଉଠାଇଛି। ବେକାରୀରୁ ନେଇ ଦରବୃଦ୍ଧି ପର୍ଯ୍ୟନ୍ତ ଅନେକ ପ୍ରସଙ୍ଗ ଉଠାଇଛି। ଆପଣ ମୋର ଚାରି ବର୍ଷର ସଂସଦର ଟ୍ରାକ୍ ରେକର୍ଡ ଦେଖିପାରିବେ।
‘ମୁଁ ଆହତ, ଏଥିପାଇଁ ଘାତକ’: ରାଘବ ଚଡ୍ଡା
ଭିଡିଓରେ ସେ ଆହୁରି କହିଛନ୍ତି, ‘‘ମୁଁ ସଂସଦରେ ପ୍ରଭାବ କରିବାକୁ ଯାଇଛି। ମୁଁ ସଂସଦରେ ହଙ୍ଗାମା କରିବା କରିବାକୁ ଯାଉଛି। ଟ୍ୟାକ୍ସପେୟର୍ସଙ୍କ ଟଙ୍କାରୁ ସଂସଦ ଚାଲୁଛି। ତେଣୁ ସେହି ଟ୍ୟାକ୍ସପେୟର୍ସଙ୍କ ପ୍ରସଙ୍ଗ ଉଠାଇବାକୁ ସଂସଦ ଯାଉଛି। ଯେଉଁମାନେ ମୋ ଉପରେ ମିଥ୍ୟା ଅଭିଯୋଗ ଲଗାଉଛନ୍ତି। ସେମାନଙ୍କୁ ମୁଁ କେବଳ ଏତିକି କହିବି ସବୁ ମିଛ ଉପରୁ ପରଦା ହଟିବ। ସବୁ ପ୍ରଶ୍ନର ଉତ୍ତର ଦିଆଯିବ। କାରଣ ମୁଁ ଆହତ, ଏଥିପାଇଁ ଘାତକ। ଜୟ ହିନ୍ଦ।’’




