A

a

ହ୍ୟୁମାନ ସାଗରଙ୍କ ଫୋନରେ କେଉଁ ପ୍ରମାଣ ରହିଛି ତାକୁ ନେଇ ଉଠିଛି ପ୍ରଶ୍ନ । ଏହାରି ଭିତରେ ଜଣେ ମହିଳା ମଧ୍ୟ ଏଣ୍ଟ୍ରି କରି କହୁଛନ୍ତି, ତୁମ ପରିବାର କେତେ ବଦମାସ ତାହା ସମସ୍ତେ ଜାଣିଛନ୍ତି ବୋଲି କହୁଛନ୍ତି।

author-image

human sagar

human sagar Photograph: (OTV)

ବିଶିଷ୍ଟ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ପରଲୋକ ପରେ ସାମ୍ନାକୁ ଆସିଲା ଆଉ ଏକ ଭାଇରାଲ୍ ଭିଡିଓ । ଯେଉଁଥିରେ ହ୍ୟୁମାନଙ୍କ ମ୍ୟାନେଜର ଦୀନେଶ ଓରଫ ପପୁ ଓ ହ୍ୟୁମାନ ସାଗରଙ୍କ ମା ମଧ୍ୟରେ କଥା କଟାକଟି ହେଉଥିବା ଜଣାପଡିଛି। ଭାଇରାଲ୍ ଭିଡିଓରେ ମ୍ୟାନେଜର ପପୁ ହ୍ୟୁମାନ ସାଗରଙ୍କ ମାଆ ଶେଫାଳି ସୁନାଙ୍କୁ ମିଡିଆ ଆଗରେ ରଙ୍ଗ ଦେଖେଇଲ ବୋଲି କହୁଛନ୍ତି । ଯାହାକୁ ନେଇ ଉଭୟଙ୍କ ଭିତରେ ଯୁକ୍ତିତର୍କ ହେଉଛି।

ପରେ ଦିନେଶ ହ୍ୟୁମାନଙ୍କ ଫୋନ୍ ଖୋଲିବା ନେଇ କହୁଛନ୍ତି । ତେବେ ହ୍ୟୁମାନ ସାଗରଙ୍କ ଫୋନରେ କେଉଁ ପ୍ରମାଣ ରହିଛି ତାକୁ ନେଇ ଉଠିଛି ପ୍ରଶ୍ନ । ଏହାରି ଭିତରେ ଜଣେ ମହିଳା ମଧ୍ୟ ଏଣ୍ଟ୍ରି କରି କହୁଛନ୍ତି, ତୁମ ପରିବାର କେତେ ବଦମାସ ତାହା ସମସ୍ତେ ଜାଣିଛନ୍ତି ବୋଲି କହୁଛନ୍ତି। ସେପଟେ ପୁଅକୁ ହରାଇ ଥିବା ଜଣେ ମାଙ୍କୁ ମ୍ୟାନେଜର ପପୁଙ୍କ ଏଭଳି ବ୍ୟବହାର କେତେ ଠିକ ତାକୁ ନେଇ ପ୍ରଶ୍ନ ଉଠିଛି। 

ସାମ୍ନାକୁ ଆସିଲା ଆଉ ଏକ ଭାଇରାଲ୍ ଭିଡିଓ 
ହ୍ୟୁମାନ ସାଗରଙ୍କ ପରଲୋକ ପରେ ସାମ୍ନାକୁ ଆସିଲା ଭାଇରାଲ୍ ଭିଡିଓ 
ମ୍ୟାନେଜର ପପୁ ଓ ହ୍ୟୁମାନ ସାଗରଙ୍କ ମା’ଙ୍କ ମଧ୍ୟରେ କଥା କଟାକଟି 
ହ୍ୟୁମାନ ସାଗରଙ୍କ ଫୋନରେ ରହିଛି କେଉଁ ପ୍ରମାଣ? 
ମ୍ୟାନେଜର ପପୁଙ୍କ ଏଭଳି ବ୍ୟବହାରକୁ ନେଇ ଉଠିଲା ପ୍ରଶ୍ନ 

Scroll to Top