A

a

ଚାଲିଥିଲା ନାଟକ ‘ଏମିତି ବିଚାର କେବେ ଦେଖିନି’, ହଠାତ ତାତିଲେ ଦର୍ଶକ। ଚେୟାର ଫିଙ୍ଗିଲେ, କଳାକାରଙ୍କୁ ମାଡ଼ ମାରିଲେ। ଜୀବନ୍ତ ଅଭିନୟକୁ ଦେଖି ହିତାହିତ ଜ୍ଞାନ ହରାଇଲେ ଦର୍ଶକ।

author-image

Jatra

Jatra Photograph: (OTV)

ଚାଲିଥିଲା ନାଟକ, ହଠାତ ତାତିଗଲେ ଦର୍ଶକ। ପେଣ୍ଡାଲକୁ ଚେୟାର ଫିଙ୍ଗିଲେ ସହ କଳାକାରଙ୍କୁ ମାଡ଼ ମାରିଲେ। ଭଦ୍ରକ ବ୍ଲକର  ସାହାଡ଼ାରେ ମଞ୍ଚସ୍ଥ ହେଉଥିଲା ନାଟକ ‘ଏମିତି ବିଚାର କେବେ ଦେଖିନି’। ନାଟକରେ ନିଜ ଭଊଣୀଟିଏ ଦୁଷ୍କର୍ମ ହୋଇ ଆସିବା ପରେ ଭାଇ, ବାପା, ମାଆ ଆଗରେ ନେହୁରା ହୋଇ ସବୁ ସତ କଥା କହୁଥିବା ବେଳେ ଭାଇ କିନ୍ତୁ ସେ ସବୁ କଥାକୁ ବିଶ୍ୱାସ କରୁ ନଥିଲା।

ଆଉ ବାପା, ମାଆଙ୍କ କଥାକୁ ମଧ୍ୟ ବିଶ୍ଵାସ କରୁନି ଭାଇ। ବାପା ମାଆ  ମଧ୍ୟ ପୁଅ ପାଦ ତଳେ ପଡ଼ିଯାଇଥିଲେ। ଏହାପରେ ବି ଭାଇ କାହା କଥା ଶୁଣୁନଥିଲା। ଏ ଦୃଶ୍ୟ ଦେଖିଲା ପରେ ଦର୍ଶକ ରାଗି ଯାଇ ମଞ୍ଚ ଉପରକୁ ଚଢ଼ି ସେହି ପୁଅକୁ ମାରିବା ସହ ଚେୟାର ଫିଙ୍ଗିଥିଲେ।  ଯାତ୍ରା ରାଜନନ୍ଦିନୀର ଏହି ନାଟକର  ଅଭିନୟରେ ଥିଲେ ମାଆ ଟୁନିଆ ମଲ୍ଲିକ, ବାପା ସଞ୍ଜୟ , ଭଉଣି ମାମା ।

ପୁଅ ଭୂମିକାରେ ଥିବା କାର୍ତ୍ତିକଙ୍କୁ ପିଟିଥିଲେ ଦର୍ଶକ। କଳାକାରଙ୍କ ଜୀବନ୍ତ  ଅଭିନୟକୁ ଦେଖି ଦର୍ଶକ ଆତ୍ମବିଭୋର ହେବା ସହ ନିଜର ହିତାହିତ ଜ୍ଞାନ ହରାଇ ବସିଥିଲେ। ତେବେ ପରେ ଶାନ୍ତ ପଡିଥିଲା ପରିସ୍ଥିତି। ଯାତ୍ରା ଚାଲିଥିବା ବେଳେ ବାରମ୍ବାର ଏଭଳି ଘଟଣା ଘଟୁଛି। ଏଥିପାଇଁ ମହିଳା କଳାକାର ନିଜକୁ ସୁରକ୍ଷିତ ମଣୁ ନଥିବା କହିଛନ୍ତି।

•    ଚାଲିଥିଲା ନାଟକ, ହଠାତ ତାତିଲେ ଦର୍ଶକ
•    ଚେୟାର ଫିଙ୍ଗିଲେ, କଳାକାରଙ୍କୁ ମାଡ଼ ମାରିଲେ
•    ଜୀବନ୍ତ  ଅଭିନୟକୁ ଦେଖି ହିତାହିତ ଜ୍ଞାନ ହରାଇଲେ ଦର୍ଶକ

Scroll to Top