A

a

ଦିଲ୍ଲୀରେ କାର ବିସ୍ଫୋରଣରେ ଯେଉଁମାନେ ଦୋଷୀ, ସେମାନଙ୍କୁ ମିଳିବ କଠୋରରୁ କଠୋରତମ ଦଣ୍ଡ। ଏଭଳି ଦଣ୍ଡ ଦିଆଯିବ ଯେ, ଭାରତରେ ଆଉ ସେଭଳି ଆକ୍ରମଣ କରିବାକୁ ଯେମିତି କେହି ସାହସ କରିବେନି।

author-image

Amit Shah

Amit Shah Photograph: (OTV)

ଦିଲ୍ଲୀରେ କାର ବିସ୍ଫୋରଣରେ ଯେଉଁମାନେ ଦୋଷୀ, ସେମାନଙ୍କୁ ମିଳିବ କଠୋରରୁ କଠୋରତମ ଦଣ୍ଡ। ଏଭଳି ଦଣ୍ଡ ଦିଆଯିବ ଯେ, ଭାରତରେ ଆଉ ସେଭଳି ଆକ୍ରମଣ କରିବାକୁ ଯେମିତି କେହି ସାହସ କରିବେନି। ଦିଲ୍ଲୀ ଲାଲକିଲ୍ଲୀ ବିସ୍ପୋରଣକାରୀଙ୍କ ଉଦ୍ଦେଶ୍ୟରେ ଆଜି ଏଭଳି ଚରମ ବାର୍ତ୍ତା ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ଗୁଜରାଟର ମୋତି ଭାଇ ଚୌଧୁରୀ ସାଗର ସୈନିକ ସ୍କୁଲର ଏକ କାର୍ଯ୍ୟକ୍ରମରେ ଭିଡିଓ କନଫରନସିଂରେ ଯୋଗ ଦେବା ଅବସରରେ ଏଭଳି କହିଛନ୍ତି ଅମିତ ଶାହ।

ଏହାସହ ବିସ୍ଫୋରଣରେ ମୃତାହତଙ୍କ ପରିବାର ପ୍ରତି ଗଭୀର ସମବେଦନା ଜଣାଇଥିଲେ ଶାହା। ଗତକାଲି ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ବସିଥିବା ଗୁରୁତ୍ବପୂର୍ଣ୍ଣ ସୁରକ୍ଷା ସମ୍ପର୍କିତ କ୍ୟାବିନେଟ୍ ବୈଠକରେ ଦିଲ୍ଲୀ ବିସ୍ଫୋରଣକୁ ଆତଙ୍କବାଦୀ ଆକ୍ରମଣ ଘୋଷଣା କରାଯାଇଥିଲା।

ଆତଙ୍କୀ ଡାକ୍ତର ଉମର ନାବି

ଦିଲ୍ଲୀ ଲାଲକିଲ୍ଲା ବିସ୍ଫୋରଣରେ ଆସିଛି ବଡ଼ ଅପଡେଟ୍। ଡାକ୍ତର ଉମର ନାବି ଚଲାଉଥିଲା କାର୍। DNA ଟେଷ୍ଟ ପରେ ସବୁ କଳ୍ପନାଜଳ୍ପନାରୁ ଉଠିଲା ପରଦା। i20 କାର୍ ଚଲାଉଥିଲା ଆତଙ୍କୀ ଡାକ୍ତର ଉମର। ତା ପରିବାରଲୋକଙ୍କ DNA ସାମ୍ପଲ୍ ଟେଷ୍ଟ କରାଯାଇଥିଲା। ଯେଉଁ ରିପୋର୍ଟ ଆସିବା ପରେ ପୁରା ଘଟଣା ଏବେ ଧିରେ ଧିରେ ସ୍ପଷ୍ଟ ହେବାରେ ଲାଗିଛି।  

i20 କାର୍ ଚଲାଉଥିଲା ଉମର, ସେ ହିଁ ଏହି ବିସ୍ଫୋରଣ କରାଇଛି। ବିସ୍ଫୋରଣ ପରେ ତା ଗୋଡ଼ ଷ୍ଟିୟରିଂରେ ଫସିଥିଲା। ଏସବୁ ଭିତରେ ଆସିଛି ବିସ୍ଫୋରଣର ଛାତିଥରା ଦୃଶ୍ୟ। ଯେଉଁଥିରେ ଟ୍ରାଫିକରେ ଥିବା I20 କାର୍ ଜଳି ଯାଉଛି। ଏହି ଘଟଣାରେ ଏବେ ଯାଏଁ ୧୦ ଜଣଙ୍କ ମୃତ୍ୟୁ ହୋଇଛି। 

ଦିଲ୍ଲୀ ଲାଲକିଲ୍ଲା ବିସ୍ଫୋରଣ ସହ ଆଉ ଏକ ନାଲି ରଙ୍ଗର କାର ଲିଙ୍କ୍। ଘଟଣା ଦିନ ଆଉ କିଛି ସନ୍ଦିଗ୍ଧ ବ୍ୟବହାର କରିଥିବା ଏହି କାରଟି ଘଟଣାସ୍ଥଳରୁ ଫେରାର ମାରିଥିବା ବେଳେ ଏବେ ତାର ପତ୍ତା ମିଳିଛି। ଫରିଦାବାଦରୁ ଏହି ନାଲି ରଙ୍ଗର ଇକୋସ୍ପୋର୍ଟ କାରକୁ ଜବତ କରିଛି ଫରିଦାବାଦ ପୋଲିସ।
 

ଖଣ୍ଡୱାଲି ଗାଁ ପାଖରୁ କାରଟି ମିଳିବା ପରେ ଏନଆଇଏ ଟିମ୍ ଓ କେନ୍ଦ୍ରୀୟ ଫରେନସିକ୍ ଟିମ୍ ପହଞ୍ଚି କାରଟିକୁ ଯା଼ଞ୍ଚ କରିଛନ୍ତି। ଏହି କାରର ନମ୍ବର DL 10 CK 0458। ସନ୍ଦିଗ୍ଧ ଆତଙ୍କୀ ଡା. ଉମର ଉନ୍ ନାବି ନାଁରେ ଏହି କାରର ମାଲିକାନା ରହିଛି। ସେ ହିଁ ଦିଲ୍ଲୀ ବ୍ଲାଷ୍ଟର ମୁଖ୍ୟ ଅଭିଯୁକ୍ତ ବୋଲି କୁହାଯାଉଛି। i20 କାରଟି ବିସ୍ଫୋରଣରେ ଉଡ଼ିଯିବା ପରେ ଲାଲ ରଙ୍ଗର କାରକୁ ଖୋଜା ଚାଲିଥିଲା। ସେହି କାରର ମଧ୍ୟ ବିସ୍ଫୋରକ ଥିବା ସନ୍ଦେହ କରାଯାଉଥିଲା। ଏଥିପାଇଁ 4 ରାଜ୍ୟର ପୋଲିସକୁ ଆଲର୍ଟ କରାଯାଇଥିଲା।…

Scroll to Top