ମାଓବାଦୀ ପ୍ରଭାବିତ ଅଞ୍ଚଳକୁ ହେଲିକପ୍ଟରରେ ଯିବେ ପୋଲିଂ ପାର୍ଟି। ନୂଆପଡ଼ାରେ ପହଞ୍ଚିଲା ବାୟୁସେନାର ହେଲିକପ୍ଟର। ପ୍ରଥମ ଥର ପାଇଁ ରାତିରେ ଗୋତମା ଏୟାରଷ୍ଟ୍ରିପରେ ଅବତରଣ।
![]()
/odishatv-khabar/media/media_files/2025/11/09/nuapada-air-force-helicoptor-2025-11-09-08-34-58.jpg)
NUAPADA-AIR-FORCE-HELICOPTOR Photograph: (OTV)
ମାଓବାଦୀ ପ୍ରଭାବିତ ଅଞ୍ଚଳକୁ ବାୟୁସେନାର ହେଲିକପ୍ଟରରେ ଯିବେ ପୋଲିଂ ପାର୍ଟି । ଏଥିପାଇଁ ନୂଆପଡ଼ାରେ ବ୍ୟବସ୍ଥା କରାଯାଇଛି । ପୋଲିଂ ପାର୍ଟିଙ୍କୁ ନେବା ଆଣିବାରେ ସହାୟତା କରିବା ପାଇଁ ବାୟୁସେନାର ହେଲିକପ୍ଟର ପ୍ରଥମ ଥର ପାଇଁ ରାତିରେ ଗୋତମା ଏୟାରଷ୍ଟ୍ରିପରେ ନିରାପଦ ଭାବେ ଅବତରଣ କରିଛି ।
ନୂଆପଡ଼ା ଉପନିର୍ବାଚନରେ ସାମିଲ ପୋଲିଂ ପାର୍ଟି ସୁନାବେଡା ଅଞ୍ଚଳରେ ଥିବା ବୁଥକୁ ଯିବା ପାଇଁ ପରିବହନ ନିମନ୍ତେ ବାୟୁସେନାର ହେଲିକପ୍ଟର ଉପଯୋଗ କରାଯିବ। ଯେହେତୁ ଏହି ଅଞ୍ଚଳ ମାଓବାଦୀ ପ୍ରଭାବିତ ସମୟ ପରିଚାଳନା ଏଠାରେ ସବୁଠାରୁ ବଡ଼ ସମସ୍ୟା।
ପ୍ରୋଟୋକଲ ଅନୁଯାୟୀ ସୁନାବେଡା ହେଲିପ୍ୟାଡରୁ ଉଡ଼ାଣ ପାଇଁ କଟ-ଅଫ୍ ସମୟ ଅପରାହ୍ନ ୪:୩୦ରେ ଏବଂ ସବୁଠାରୁ ଖରାପ ପରିସ୍ଥିତିରେ ଶେଷ ସମୟ ସନ୍ଧ୍ୟା ୪:୪୫ ରଖାଯାଇଛି।
ଆଗରୁ ଗୋତମା ହେଲିପ୍ୟାଡ୍ ହେଲିକପ୍ଟରର ରାତ୍ରି ଅବତରଣ ପରିଚାଳନା ପାଇଁ ସକ୍ଷମ ନଥିଲା। ଏଥିପାଇଁ NGV (ରାତ୍ରି ଗଗଲ୍ ଭିଜନ୍) ସଜ୍ଜିତ IR ଲାଇଟର ଆବଶ୍ୟକତା ଥିଲା l ଏହାକୁ ବିମାନର ପାଇଲଟ୍ ଅନ୍ଧାର ରାତି ଆକାଶରେ ୫ କିଲୋମିଟର ପର୍ଯ୍ୟନ୍ତ ପରିସରରୁ ଚିହ୍ନଟ କରିପାରିବେ।
ଏହି ଅସୁବିଧାକୁ ଲକ୍ଷ୍ୟ ରଖି ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ପୂର୍ତ୍ତ ବିଭାଗକୁ ଏହାର ସମାଧାନ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏନଜିଭି ଲାଇଟ୍ ଗୁଡ଼ିକୁ୨ ଦିନ ମଧ୍ୟରେ ଦିଲ୍ଲୀରୁ ଆଣି ଏୟାର ଷ୍ଟ୍ରିପରେ ଲଗାଯାଇଥିଲା । ଏହାପରେ ଗତକାଲି ରାତିରେ ଲାଇଟ୍ ସବୁର ପରୀକ୍ଷଣ କରି ଗୋତମା ହେଲିପ୍ୟାଡରେ ସ୍ଥାପନ କରାଯାଇଥିଲା। ଏହାପରେ ବାୟୁସେନା ବିମାନ ଗତକାଲି ରାତି ୮ଟା ୧୦ରେ ଗୋତମା ଏୟାରଷ୍ଟ୍ରିପରେ ସଫଳ ପରୀକ୍ଷଣ ଅବତରଣ କରିଛି ।
• ହେଲିକପ୍ଟରରେ ଯିବେ ପୋଲିଂ ପାର୍ଟି
• ମାଓବାଦୀ ପ୍ରଭାବିତ ଅଞ୍ଚଳକୁ ହେଲିକପ୍ଟରରେ ଯିବେ ପୋଲିଂ ପାର୍ଟି
• ନୂଆପଡ଼ାରେ ପହଞ୍ଚିଲା ବାୟୁସେନାର ହେଲିକପ୍ଟର
• ପ୍ରଥମ ଥର ପାଇଁ ରାତିରେ ଗୋତମା ଏୟାରଷ୍ଟ୍ରିପରେ ଅବତରଣ
• ପୋଲିଂ ପାର୍ଟି ସୁନାବେଡା ବୁଥକୁ ଯିବା ପାଇଁ ହେଲିକପ୍ଟର ବ୍ୟବହାର ହେବ




