A

a

ଦିଲ୍ଲୀରେ କୃତ୍ରିମ ବର୍ଷା। ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ନୂଆ ପଦକ୍ଷେପ । ରାଜଧାନୀ ଦିଲ୍ଲୀରେ ବଢୁଥିବା ବାୟୁ ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପାଇଁ ଦିଲ୍ଲୀ ସରକାର ଏକ ନୂତନ ପଦକ୍ଷେପ ଗ୍ରହଣ କରିଛନ୍ତି।

author-image

rain

rain Photograph: (OTV)

ଦିଲ୍ଲୀରେ କୃତ୍ରିମ ବର୍ଷା। ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ନୂଆ ପଦକ୍ଷେପ । ରାଜଧାନୀ ଦିଲ୍ଲୀରେ ବଢୁଥିବା ବାୟୁ ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପାଇଁ ଦିଲ୍ଲୀ ସରକାର ଏକ ନୂତନ ପଦକ୍ଷେପ ଗ୍ରହଣ କରିଛନ୍ତି। ପ୍ରଥମ ଥର ପାଇଁ ଦିଲ୍ଲୀରେ କୃତ୍ରିମ ବର୍ଷା ବା କ୍ଲାଉଡ୍ ସିଡିଂ ମାଧ୍ୟମରେ ବାୟୁରେ ଥିବା କ୍ଷତିକାରକ କଣିକା କମାଇବାର ଯୋଜନା କରାଯାଇଛି।

ଆସନ୍ତା ୨୯ ତାରିଖରେ ଦିଲ୍ଲୀରେ ପ୍ରଥମ କୃତ୍ରିମ ବର୍ଷା ହେବାର ସମ୍ଭାବନା ରହିଛି, ଯଦି ପରିସ୍ଥିତି ଅନୁକୂଳ ରହେ ସଫଳ ପରୀକ୍ଷଣ ହେବ ବୋଲି କୁହାଯାଉଛି। ଗତକାଲି ବୁରାଡି ଅଞ୍ଚଳରେ ଏହି କୃତ୍ରିମ ବର୍ଷାର ଏକ ସଫଳ ପରୀକ୍ଷଣ କରାଯାଇଛି। IIT କାନପୁରର ବିଶେଷଜ୍ଞମାନେ ଏହାର ନେତୃତ୍ୱ ନେଇଛନ୍ତି। ଏହି ବର୍ଷା ବାୟୁରେ ଥିବା କ୍ଷତିକାରକ କଣିକାକୁ ଧୋଇ ଦେଇ ପ୍ରଦୂଷଣ ହ୍ରାସ କରିବ।

ଦିଲ୍ଲୀ ସରକାର ଏହି ପରୀକ୍ଷା ପାଇଁ ୩.୨୧ କୋଟି ବ୍ୟୟ ନିର୍ଦ୍ଧାରଣ କରିଛନ୍ତି। ପୂର୍ବରୁ ଜୁଲାଇ ଓ ଅଗଷ୍ଟ-ସେପ୍ଟେମ୍ବରରେ ଏହି ଯୋଜନା କାର୍ଯ୍ୟକାରୀ ହେବାକୁ ଥିଲା, କିନ୍ତୁ ଅନୁକୂଳ ମୌସୁମୀ ପରିସ୍ଥିତି ନଥିବାରୁ ବିଳମ୍ବ ହୋଇଥିଲା। ଏହା ଦିଲ୍ଲୀରେ ପ୍ରଥମ ଥର ପାଇଁ କରାଯାଉଛି, ଯଦିଓ ଭାରତର ଅନ୍ୟାନ୍ୟ ଅଞ୍ଚଳରେ ଏହି ପ୍ରଣାଳୀ ପୂର୍ବରୁ ପରୀକ୍ଷଣ କରାଯାଇଛି। ଦିଲ୍ଲୀର ବାୟୁ ଗୁଣବତ୍ତା ସୁଧାର ପାଇଁ ଏହି ନୂତନ ପ୍ରୟାସ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହେବ ବୋଲି ଆଶା କରାଯାଉଛି। 

ଦିଲ୍ଲୀରେ ହେବ କୃତ୍ରିମ ବର୍ଷା
ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ନୂଆ ପଦକ୍ଷେପ 
ଦିଲ୍ଲୀରେ ବଢୁଥିବା ବାୟୁ ପ୍ରଦୂଷଣକୁ ନିୟନ୍ତ୍ରଣ ପାଇଁ ନୂତନ ପଦକ୍ଷେପ 
ପ୍ରଥମ ଥର ପାଇଁ ଦିଲ୍ଲୀରେ କୃତ୍ରିମ ବର୍ଷା ମାଧ୍ୟମରେ ପ୍ରଦୂଷଣ କମାଇବାକୁ ପ୍ରୟାସ 
ଆସନ୍ତା ୨୯ ତାରିଖରେ ଦିଲ୍ଲୀରେ ପ୍ରଥମ କୃତ୍ରିମ ବର୍ଷା ହେବାର ସମ୍ଭାବନା 
ଯଦି ପରିସ୍ଥିତି ଅନୁକୂଳ ରହେ ସଫଳ ପରୀକ୍ଷଣ ହେବ 
ଗତକାଲି ବୁରାଡି ଅଞ୍ଚଳରେ କୃତ୍ରିମ ବର୍ଷାର ଏକ ସଫଳ ପରୀକ୍ଷଣ 
IIT କାନ୍ପୁରର ବିଶେଷଜ୍ଞମାନେ ଏହାର ନେତୃତ୍ୱ ନେଇଛନ୍ତି 
ବର୍ଷା ବାୟୁରେ ଥିବା କ୍ଷତିକାରକ କଣିକାକୁ ଧୋଇ ଦେଇ ପ୍ରଦୂଷଣ ହ୍ରାସ କରିବ
ଦିଲ୍ଲୀ ସରକାର ପରୀକ୍ଷା ପାଇଁ ୩.୨୧ କୋଟି ବ୍ୟୟ ନିର୍ଦ୍ଧାରଣ କରିଛନ୍ତି 

Scroll to Top