ଆଉ ନାହାନ୍ତି ଭେଟେରାନ୍ ବଲିଉଡ୍ ଅଭିନେତା ଗୋବର୍ଦ୍ଧନ ଅସରାନି। ୮୪ ବର୍ଷ ବୟସରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି । ହାସ୍ୟ ଅଭିନେତା ଭାବେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ ଅସରାନି ।
/odishatv-khabar/media/media_files/2025/10/21/asrani-passes-away-2025-10-21-08-50-50.jpg)
Asrani Passes Away Photograph: (OTV)
ଆଉ ନାହାନ୍ତି ଭେଟେରାନ୍ ବଲିଉଡ୍ ଅଭିନେତା ଗୋବର୍ଦ୍ଧନ ଅସରାନି। ୮୪ ବର୍ଷ ବୟସରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି । ହାସ୍ୟ ଅଭିନେତା ଭାବେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ ଅସରାନି । ଗତ ୫ ଦିନ ଧରି ମେଡ଼ିକାଲରେ ସେ ଚିକିତ୍ସାଧିନ ଥିଲେ । ଅନେକ ଫିଲ୍ମରେ ହାସ୍ୟ କଳା ଅଭିନୟ କରି ଛାଡ଼ି ଯାଇଛନ୍ତି ପାରଦର୍ଶିତା । ରାଜସ୍ଥାନରେ ଜନ୍ମିତ ଅସରାନି ଗତ ୫ ଦଶନ୍ଧି ଧରି ଅଭିନୟ ଜଗତରେ ନିଜର ସ୍ବତନ୍ତ୍ର ସ୍ଥାନ ତିଆରି କରିଥିଲେ । କମେଡିଆନ୍ ଓ ସପୋର୍ଟିଙ୍ଗ ଆକ୍ଟର ଭାବେ ୩୫୦ରୁ ଅଧିକ ସିନେମାରେ ସେ ଅଭିନୟ କରିଛନ୍ତି । ମେରେ ଆପନେ, କୋସିସ, ଅଭିମାନ, ଚୁପକେ ଚୁପକେ, ଛୋଟି ସି ବାତ୍ ଆଦି ସିନେମାରେ ସେ ନିଜ ଅଭିନୟ ଜାଦୁ ଦେଖାଇଛନ୍ତି । ୭୦ ଦଶକର ବହୁଚର୍ଚ୍ଚିତ ସିନେମା ସୋଲେରେ ଜେଲ୍ ୱାର୍ଡେନ ଭାବେ ଅଭିନୟ କରି ସମସ୍ତଙ୍କ ମନ ଜିଣିଥିଲେ। ୧୯୭୭ ମସିହାରେ ଚଲା ମୁରାରି ହିରୋ ବନନେ ସିନେମାର କାହାଣୀ ସିନେ ଲେଖିଥିବେବେଳେ ନିର୍ଦ୍ଦେଶନା ମଧ୍ୟ ଦେଇଥିଲେ । ତାଙ୍କ ବିୟୋଗରେ ସାରା ବଲିଉଡରେ ଶୋକ ଖେଳିଯାଇଛି ।
ଭେଟେରାନ୍ ବଲିଉଡ୍ ଅଭିନେତା ଗୋବର୍ଦ୍ଧନ ଅସରାନିଙ୍କ ପରଲୋକ
୮୪ ବର୍ଷ ବୟସରେ ଚିକିତ୍ସାଧିନ ଅବସ୍ଥାରେ ଦେହାନ୍ତ
ହାସ୍ୟ ଅଭିନେତା ଭାବେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ ଅସରାନି
ଗତ ୫ ଦିନ ଧରି ମେଡିକାଲରେ ଚିକିତ୍ସାଧିନ ଥିଲେ
୩୫୦ରୁ ଅଧିକ ସିନେମାରେ ଅଭିନୟ କରିଛନ୍ତି
`ସୋଲେ’ରେ ଜେଲ୍ ୱାର୍ଡେନ ଭାବେ ଅଭିନୟ କରି ମନ ଜିଣିଥିଲେ
ମେରେ ଆପନେ, କୋସିସ, ଅଭିମାନ, ଚୁପକେ ଚୁପକେରେ କରିଛନ୍ତି ଅଭିନୟ
ଚଲା ମୁରାରି ହିରୋ ବନନେ ସିନେମାର ନିର୍ଦ୍ଦେଶନା ଦେଇଥିଲେ




