A

a

୨ ଫେବୃୟାରୀ ୨୦୨୨ରେ ସୁବର୍ଣ୍ଣପୁରର ତତ୍କାଳୀନ ଜିଲ୍ଲାପାଳ ଆବୋଲି ସୁନିଲ ନରଉଆଣେଙ୍କ ସରକାରୀ ଗାଡି ଆଗରେ ଶୋଇଯାଇଥିଲେ। ତାଙ୍କର ଅତି ପ୍ରୀୟ ଗାଈଟିକୁ ତାଙ୍କୁ ଫେରାଇ ଦେବାକୁ ଜିଲ୍ଲାପାଳ ମାଡାମଙ୍କ ଆଗରେ କାନ୍ଦି କାନ୍ଦି କେତେ ନେହୁରା ହୋଇଥିଲେ।

author-image

Subarnapur-Lost-Cow

Subarnapur-Lost-Cow Photograph: (OTV)

ଭୋ… ଭୋ… ହୋଇ କାନ୍ଦୁଛି ବୁଢି ମାଉସୀ। ସେ ଖାଲି କାନ୍ଦୁ ନାହାନ୍ତି, କାନ୍ଦି କାନ୍ଦି କଲେକ୍ଟରଙ୍କୁ କାର୍ ଆଗରେ ବି ପଡିଯାଉଛନ୍ତି। ତାଙ୍କର ପ୍ରୀୟ ଗାଈକୁ ଫେରାଇ ଦେବାକୁ ସେ ଜିଲ୍ଲାପାଳ ମାଡାମଙ୍କୁ ନେହୁରା ହେଉଛନ୍ତି। ଏହା ହେଉଛି ସୁବର୍ଣ୍ଣପୁରର ଜଣେ ଅସହାୟ ବୃଦ୍ଧାଙ୍କ କାହାଣୀ।

ପରିଣତ ବୟସରେ ପହଂଚିଥିବା  ଜଣେ ବୃଦ୍ଧା । ୨ ଫେବୃୟାରୀ ୨୦୨୨ରେ ସୁବର୍ଣ୍ଣପୁରର ତତ୍କାଳୀନ ଜିଲ୍ଲାପାଳ ଆବୋଲି ସୁନିଲ ନରଉଆଣେଙ୍କ ସରକାରୀ ଗାଡି ଆଗରେ ଶୋଇଯାଇଥିଲେ। ତାଙ୍କର ଅତି ପ୍ରୀୟ ଗାଈଟିକୁ ତାଙ୍କୁ ଫେରାଇ ଦେବାକୁ ଜିଲ୍ଲାପାଳ ମାଡାମଙ୍କ ଆଗରେ କାନ୍ଦି କାନ୍ଦି କେତେ ନେହୁରା ହୋଇଥିଲେ। ସେତେବେଳେ ବୁଲା ଗୋରୁ ଗାଈଙ୍କୁ କାଞ୍ଜିଆହୁଦାକୁ ନିଆଯାଇଥିଲା। ଏଥିରେ ରହିଥିଲା ତରାସଙ୍କ ଅତିପ୍ରୀୟା ଗାଈ ଚିନୁ। 

ତେବେ ଏହା ଭିତରେ କାଞ୍ଜିଆହୁଦାରେ ତରାସଙ୍କ ଗାଈ ଚିନୁର ମୃତ୍ୟୁ ହୋଇଗଲା। ଜିଲ୍ଲା ପ୍ରଶାସନ ଚାହିଁଥିଲେ ବି ଆଉ ତରାସଙ୍କୁ ଗାଈଟିକୁ ଫେରାଇ ପାରିଲା ନାହିଁ। ଏହାରି ଭିତରେ ବିତିସାରିଛି ୩ ବର୍ଷ। ହେଲେ ଆଜିବି ତାଙ୍କର ଅତିପ୍ରୀୟ ଗାଈ ଚିନୁକୁ ଭୁଲିପାରି ନାହାଁନ୍ତି ଅସହାୟ ବୃଦ୍ଧା ତରାସ।

କେବଳ ସେତିକି ନୁହେଁ ଚିନୁକୁ ଭୁଲିବାକୁ ଏବେ ପାଖରେ ରଖିଛନ୍ତି ୧୧ଟି ବିରାଡି ଛୁଆ। ଦିନ ତମାମ ଭିକ୍ଷା ବୃତି କରନ୍ତି ଏବଂ ସଧ୍ୟା ହେଲେ ତାଙ୍କର ପ୍ରୀୟ ବିରାଡି ଛୁଆଙ୍କୁ ଆସି ଖାଇବାକୁ ଦିଅନ୍ତି। ସେମାନଙ୍କୁ ସେ ମାମୁଲି ଖାଦ୍ୟ ନୁହେଁ, ଦିଅନ୍ତି ଖିର ଆଉ ଆମିଷ। ଏହାଛଡା ସେ ଚିନୁର ତିନୋଟି ଛୁଆଙ୍କୁ ବି ସ୍ନେହରେ ପାଖରେ ରଖିଛନ୍ତି ଏବଂ ତାଙ୍କୁ ମଧ୍ୟ ଖାଇବାକୁ ଦେଉଛନ୍ତି। 

ହେଲେ ଏବେ ପୁନର୍ବାର ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶରେ ସହରରେ ବୁଲୁଥିବା ଗୋରୁ ଗାଈଙ୍କୁ କାଞ୍ଜିଆହୁଦାକୁ ନେବାକୁ ପ୍ରୟାସ ଆରମ୍ଭ ହୋଇଛି। ଏନେଇ ତରାସଙ୍କ ଚିନ୍ତା ବଢିଯାଇଛି। ନିଜର ରହିବାକୁ ଯାଗା ନଥିବାରୁ ସେ ଏଣେତେଣେ ବୁଲୁଥିବାବେଳେ ତାଙ୍କ ସହ ଗାଈମାନେ ବି ସହରରେ ବୁଲୁଛନ୍ତି। କାଳେ ପୁଣିଥରେ ଏ ତିନି ଗାଈକୁ ପ୍ରଶାସନ ଉଠାଇନେବ ସେହି ଚିନ୍ତା ଏବେ ତାଙ୍କୁ ଘାରିଛି।   

Scroll to Top