ବିହାର ରାସ୍ତାରେ ବୁଲେଟ୍ ଦୌଡାଇଲେ ରାହୁଲ ଗାନ୍ଧି, କର୍ମୀଙ୍କ ଉତ୍ସାହ କାହିଁରେ କଣ

ବିହାର-ରାସ୍ତାରେ-ବୁଲେଟ୍-ଦୌଡାଇଲେ-ରାହୁଲ-ଗାନ୍ଧି,-କର୍ମୀଙ୍କ-ଉତ୍ସାହ-କାହିଁରେ-କଣ

ପୂର୍ଣ୍ଣିୟା ୨୪।୮: ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ଓ ବିହାର ବିଧାନସଭାରେ ବିରୋଧୀ ଦଳ ନେତା ତେଜସ୍ୱୀ ଯାଦବଙ୍କ ନେତୃତ୍ୱରେ ଏବେ ବିହାରରେ ‘ଭୋଟର ଅଧିକାର ଯାତ୍ରା’ ଚାଲିଛି। ରବିବାର ଏହି ଯାତ୍ରା ପୂର୍ଣ୍ଣିୟାରେ ଅନୁଷ୍ଠିତ ହୋଇଛି। ଏଥି ପାଇଁ ରାହୁଲ ଓ ତେଜସ୍ୱୀଙ୍କୁ ଖାସ ଅନ୍ଦାଜ ଓ ରଙ୍ଗରେ ଦେଖାଯାଇଛି। ରାହୁଲ ଗାନ୍ଧିଙ୍କୁ ପୂର୍ଣ୍ଣିୟା ସଡ଼କରେ ବୁଲେଟ ମୋଟର ସାଇକେଲ ଚଳାଉଥିବାର ଦେଖାଯାଇଛି, ଯାହା ପାର୍ଟି କାର୍ଯ୍ୟକର୍ତ୍ତା ଓ କର୍ମୀଙ୍କୁ ବେଶ୍ ଉତ୍ସାହିତ କରିଛି। 

ରାହୁଲ ବୁଲେଟ ଚଳାଉଥିବାର ଭିଡିଓ କଂଗ୍ରେସ ବିଭିନ୍ନ ସୋସିଆଲ ମିଡଆ ପ୍ଲାଟଫର୍ମରେ ଅପଲୋଡ କରିଛି। ରାହୁଲ ସଡକରେ ବୁଲେଟ ଚଳାଉଥିବା ବେଳେ ତାଙ୍କ ପଛ ସିଟ୍ ରେ ବିହାର କଂଗ୍ରେସ ଅଧ୍ୟକ୍ଷ ରାଜେଶ ରାମଙ୍କୁ ବସିଥିବା ଦେଖାଯାଇଛି। ନିଜ ନେତାଙ୍କୁ ବୁଲେଟ ଚଳାଉଥିବା ଦେଖି କଂଗ୍ରେସ ନେତା ଓ କର୍ମୀଙ୍କ ଉତ୍ସାହ ବେଶ ବଢିଯାଇଛି। ଚଳିତବର୍ଷ ବିହାର ବିଧାନସଭା ନିର୍ବାଚନ ହେବ। ଏଣୁ ରାଜ୍ୟରେ ଏବେ ନେତାଙ୍କ ଗତିବିଦ୍ଧି ବଢିଯାଇଛି। 

INDIA हँसते जाना है
आगे बढ़ते जाना है …#VoterAdhikarYatra pic.twitter.com/wPeJiurRqY

— Bihar Congress (@INCBihar) August 24, 2025

ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରତି ମାସରେ ବିହାର ଆସୁଛନ୍ତି। ଅନ୍ୟପଟେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ଏସଆଇଆର ବିରୋଧରେ ଭୋଟର ଅଧିକାର ଯାତ୍ରା ନାମରେ ବିହାରରେ ଏବେ କ୍ୟାମ୍ପ ପକାଇଛନ୍ତି। ବିହାରରେ ରାହୁଲ ଗାନ୍ଧିଙ୍କ ସହିତ ଇଣ୍ଡିଆ କୋ-ଅର୍ଡିନେସନ କମିଟି ଚେୟାରମ୍ୟାନ ତେଜସ୍ୱୀ ଯାଦବ ରାହୁଲଙ୍କୁ ସାଥ ଦେଉଛନ୍ତି। ଏହି କ୍ରମରେ ରାହୁଲ ଗାନ୍ଧି ଓ ତେଜସ୍ୱୀ ଯାଦବଙ୍କ କାର୍ଯ୍ୟକ୍ରମ ରବିବାର ବିହାର ପୂର୍ଣ୍ଣିୟା ଓ ଅରରିୟାରେ ଅନୁଷ୍ଠିତ ହୋଇଛି। 

ପୂର୍ଣ୍ଣିୟାରେ ରାହୁଲ ଗାନ୍ଧିଙ୍କ ବାଇକ୍ ଅବତାର ଦେଖି କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ଅଜବ ଉତ୍ସାହ  ଦେଖାଯାଇଛି। ଏହା ପୂର୍ବରୁ ମଧ୍ୟ ଦେଖାଯାଇଛି ରାହୁଲ ଗାନ୍ଧିଙ୍କ ଜିପରେ ତେଜସ୍ୱୀ ଡ୍ରାଇଭ କରୁଥିଲେ। ଏଥର ରାହୁଲ ଗାନ୍ଧି ନିଜ ଗାଡ଼ିର ହ୍ୟାଣ୍ଡେଲ ନିଜେ ଧରିଥିବା ବେଳେ ପଛରେ ରାଜ୍ୟ କଂଗ୍ରେସ ଅଧ୍ୟକ୍ଷଙ୍କୁ ବସାଇ ନିଜ ଦଳର ବେଶ୍ ପ୍ରଚାର କରିଛନ୍ତି। 

Scroll to Top