ନନ୍ଦନକାନନରେ ଧଳା ବାଘୁଣୀ ମୌସୁମୀର ଅଢ଼େଇ ମାସର ଅଣ୍ଡିରା ଧଳା ଶାବକର ମୃତ୍ୟୁ

ନନ୍ଦନକାନନରେ-ଧଳା-ବାଘୁଣୀ-ମୌସୁମୀର-ଅଢ଼େଇ-ମାସର-ଅଣ୍ଡିରା-ଧଳା-ଶାବକର-ମୃତ୍ୟୁ

ନନ୍ଦନକାନନରେ ଧଳା ବାଘୁଣୀ ମୌସୁମୀର ଅଢ଼େଇ ମାସର ଅଣ୍ଡିରା ଧଳା ଶାବକର ମୃତ୍ୟୁ

Published By : Prameya-News7 Bureau | August 24, 2025 IST

ବାରଙ୍ଗ ୨୪।୮: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଧଳା ବାଘୁଣୀ ମୌସୁମୀର ଅଢେଇ ମାସର ଅଣ୍ଡିରା ଧଳା ଶାବକର ମୃତ୍ୟୁ । ଗତ ଜୁନ୍ ୭ ତାରିଖରେ ଜନ୍ମ ହୋଇଥିବା ବେଳେ ୧୧ ତାରିଖରେ ଅସୁସ୍ଥ ହୋଇପଡ଼ିଥିଲା । ପ୍ରାଣୀ ଚିକିତ୍ସକଙ୍କ ଅଧିନରେ ଚିକିତ୍ସିତ ହେଉଥିଲା । ଗତ ଶନିବାର ସକାଳେ ତାର ହଠାତ ମୃତ୍ୟୁ ହୋଇଥିବା ନନ୍ଦନକାନନ ଉପନିର୍ଦ୍ଦେଶକ ସନଥ କୁମାର୍ ନାରାୟଣ ସୂଚନା ଦେଇଛନ୍ତି । ବର୍ତ୍ତମାନ ପ୍ରାଣୀ ଉଦ୍ୟାନରେ ବାଘ ସଂଖ୍ୟା ୨୮କୁ ଖସିଆସିଛି । 

ପ୍ରାଣୀ ଉଦ୍ୟାନର ୨୮ନଂ ଫିଡ଼ିଂ ଚ୍ୟାମ୍ୱରରେ ରହୁଥିବା ୯ ବର୍ଷିଆ ଧଳା ବାଘୁଣୀ ମୌସୁମୀ ଗତ ଜୁନ୍ ୭ ତାରିଖ ରାତିରେ ଦୁଇ ଘଣ୍ଟା ଅନ୍ତରରେ ଦୁଇଟି ଶାବକ ଜନ୍ମ ଦେଇଥିଲା । ଖୁଆଡରେ ଲାଗିଥିବା ସିସିଟିଭି ମାଧ୍ୟମରେ ତା ଉପରେ ନଜର ରଖାଯାଇଥିଲା । ମୌସୁମୀ ଛୁଆମାନଙ୍କର ଯତ୍ନ ନେବା ସହିତ କ୍ଷୀରପାନ କରୁଥିବା ଦେଖିବାକୁ ମିଳିଥିଲା । ଜୁନ୍ ୧୧ ତାରିଖ ଅପରାହ୍ନ ୧ଟା୩୦ମିନିଟ୍ ସୁଦ୍ଧା ଧଳା ଛୁଆଟି ଅସୁସ୍ଥ ଥିବା ସିସିଟିଭିରେ ଦେଖିବାକୁ ମିଳିଥିଲା । ବାଘୁଣୀ ଦୁଇ ଶାବକକୁ ପାଖରେ ପୂରାଇ ଦେଇ ନଥିଲା । ତେଣୁ ଦୁଇ ଶାବକକୁ ବଞ୍ଚାଇବା ପାଇଁ କର୍ତ୍ତୃପକ୍ଷ   ସନ୍ଧ୍ୟା ୭ଟାରେ ମା’ ଠାରୁ ଦୁଇ ଶାବକଙ୍କୁ ଅଲଗା କରି ଶିଶୁ ଲାଳନ ପାଳନ କେନ୍ଦ୍ରକୁ ସ୍ଥାନାନ୍ତରିତ କରିଥିଲେ । ଧଳା ଅଣ୍ଡିରା ବାଘ ଶାବକ ଓଜନ କମ୍ ଥିବାବେଳେ ଗୁରୁତର ହୋଇଯାଇଥିଲା । ତେଣୁ ତାକୁ ଇନକ୍ୟୁବେଟରରେ ରଖାଯାଇ ତା ଉପରେ ନଜର ରଖାଯାଇଥିଲା । ଚିକିତ୍ସାଧିନ ଅବସ୍ଥାରେ ତାର ଗତ ଶନିବାର ସକାଳୁ ହଠାତ ମୃତ୍ୟୁ ହୋଇଛି ।

You Can Read:

ନୂଆଁଖାଇ ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି, ମା’ ସମଲେଇଙ୍କ ମନ୍ଦିରକୁ ଆସିଲା ନୂଆ ଧାନ

News7 Is Now On WhatsApp Join And Get Latest News Updates Delivered To You Via WhatsApp

ସମ୍ବନ୍ଧିତ ଖବର

Scroll to Top