ବେଲପାହାଡ଼ ପୌର ପରିଷଦରେ ଟଙ୍କା ହେରଫେର ମାମଲା, ତଦନ୍ତ କରିବ ଇଓଡବ୍ଲୁ

ବେଲପାହାଡ଼-ପୌର-ପରିଷଦରେ-ଟଙ୍କା-ହେରଫେର-ମାମଲା,-ତଦନ୍ତ-କରିବ-ଇଓଡବ୍ଲୁ

ବେଲପାହାଡ଼ ପୌର ପରିଷଦରେ ଟଙ୍କା ହେରଫେର ମାମଲା, ତଦନ୍ତ କରିବ ଇଓଡବ୍ଲୁ

Published By : Prameya-News7 Bureau | August 24, 2025 IST

ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ଼ ପୌର ପରିଷଦରେ ୨୦୨୪-୨୫ ଆର୍ଥିକ ବର୍ଷରେ ହୋଇଥିବା କୋଟି କୋଟି ଟଙ୍କା ହେରଫେର ମାମଲାର ତଦନ୍ତ କରିବ ଅର୍ଥନୈତିକ ଅପରାଧ ଶାଖା (EOW)। ପୁର୍ବରୁ ବେଲପାହାଡ଼ ପୋଲିସ କରୁଥିବା ତଦନ୍ତ EOWକୁ ହସ୍ତାନ୍ତର ହୋଇଛି । ଏହି ଦୁର୍ନୀତି ଘଟଣାକୁ ନେଇ ୧୫ ଦିନିଆ ସ୍ୱତନ୍ତ୍ର ଅଡିଟ୍ ଗତ ୧୮ ତାରିଖରୁ  ଆରମ୍ଭ ହୋଇଛି । ଅନ୍ୟପଟେ ଏହି ଦୁର୍ନୀତିକୁ ନେଇ ବେଲପାହାଡ଼ ପୌରପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ଅଭିଯୋଗ କ୍ରମେ ଆକାଉଣ୍ଟଟାଣ୍ଟ ବିଭୁତି ସାହୁଙ୍କୁ ବେଲପାହାଡ଼ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବାବେଳେ ସାନିଟେସନ ଏକ୍ସପର୍ଟ ସୋମ୍ୟ ବିଶ୍ୱରଂଜନ ମହାଳି ଫେରାର ଅଛନ୍ତି । 

ଦୁଇ ଦିନ ତଳେ EOWର ୨ ଜଣିଆ ଟିମ ବେଲପାହାଡ଼ ଗସ୍ତ କରି ଘଟଣା ସମ୍ପର୍କରେ ପ୍ରାଥମିକ ତଥ୍ୟ ସଂଗ୍ରହ କରି ଭୁବନେଶ୍ୱର ଫେରି ଯାଇଥିଲେ। ଯାହାପରେ ଓଡ଼ିଶା ପୋଲିସ ମୁଖ୍ୟାଳୟ ପକ୍ଷରୁ ଉକ୍ତ ମାମଲାକୁ ଇଓଡବ୍ଲୁକୁ ସ୍ଥାନାନ୍ତର କରାଯାଇଛି। ଦିନେ ଦୁଇଦିନ ମଧ୍ୟରେ ଇଓଡବ୍ଲୁ ଟିମ ବେଲପାହାଡ଼ରେ ପହଞ୍ଚି ତମାମ ଘଟଣାର ଛାନଭିନ କରିବା ନେଇ ସୂଚନା ମିଳିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

ସମ୍ବନ୍ଧିତ ଖବର

Scroll to Top