Noida Dowry Death:ନିକ୍କି ହତ୍ୟାକାଣ୍ଡରେ ଆସିଲା ବଡ଼ ଅପଡେଟ୍ ….ପୋଲିସ କଲା ଏନକାଉଣ୍ଟର

noida-dowry-death:ନିକ୍କି-ହତ୍ୟାକାଣ୍ଡରେ-ଆସିଲା-ବଡ଼-ଅପଡେଟ୍-….ପୋଲିସ-କଲା-ଏନକାଉଣ୍ଟର

ସାରା ଦେଶକୁ ଦୋହଲାଇ ଦେଇଛି ଗ୍ରେଟର ନୋଏଡାରେ ହୋଇଥିବା ନିକ୍କି ହତ୍ୟାକାଣ୍ଡ । ୩୬ ଲକ୍ଷ ଟଙ୍କା ପାଇଁ ସ୍ବାମୀ ବିପିନ ଜାଳିଦେଇଛି ସ୍ତ୍ରୀକୁ । ନିକ୍କିର ପରିବାର ଲୋକେ ଯେତେବେଳେ ନିଜ ଝିଅର ହାତ ବିପିନଙ୍କୁ ଦେଇଥିଲେ, ସେମାନେ କେବେ ଭାବି ନଥିଲେ ଯେ ଏହି ହାତ ହିଁ ନିକ୍କିକୁ ଜଳାଇଦେବ ।

Manasranjan Mohanty

  • Published: Sunday, 24 August 2025
  • Last updated: 24 August 2025, 03:16 PM IST

encounter Credit: OTV

encounter

ନିକ୍କି ହତ୍ୟାକାଣ୍ଡରେ ଆସିଲା ବଡ଼ ଅପଡେଟ୍ । ଗ୍ରେଟର ନୋଏଡାରେ ଯୌତୁକ ପାଇଁ ପତ୍ନୀ ନିକ୍କିଙ୍କୁ ପୋଡ଼ି ହତ୍ୟା କରିଥିବା ସ୍ୱାମୀ ବିପିନକୁ ପୋଲିସ ଏନକାଉଣ୍ଟର କରିଛି । ଏନକାଉଣ୍ଟରରେ ବିପିନର ଗୋଡରେ ଗୁଳି ବାଜିଛି । କୁହାଯାଉଛି ଯେ ସେ ପୋଲିସର ବନ୍ଧୁକ ଛଡ଼ାଇ ଖସିଯିବାକୁ ଚେଷ୍ଟା କରିଥିଲା । ପୋଲିସ ବିପିନକୁ ଗୋଡାଇଥିଲା । ସେ ନଅଟକିବାରୁ ଗୁଳି ଚଳାଇଥିଲା ପୋଲିସ । ବିପିନ ଗୋଡରେ ଗୁଳି ବାଜିଛି । ପୋଲିସ ତାକୁ ଗିରଫ କରିଛି ।

ସାରା ଦେଶକୁ ଦୋହଲାଇ ଦେଇଛି ଗ୍ରେଟର ନୋଏଡାରେ ହୋଇଥିବା ନିକ୍କି ହତ୍ୟାକାଣ୍ଡ । ୩୬ ଲକ୍ଷ ଟଙ୍କା ପାଇଁ ସ୍ବାମୀ ବିପିନ ଜାଳିଦେଇଛି ସ୍ତ୍ରୀକୁ । ନିକ୍କିର ପରିବାର ଲୋକେ ଯେତେବେଳେ ନିଜ ଝିଅର ହାତ ବିପିନଙ୍କୁ ଦେଇଥିଲେ, ସେମାନେ କେବେ ଭାବି ନଥିଲେ ଯେ ଏହି ହାତ ହିଁ ନିକ୍କିକୁ ଜଳାଇଦେବ ।

ନିକ୍କିର ବାହାଘର ତାର ପରିବାର ପାଇଁ ଏକ ଭୟଙ୍କର ସ୍ବପ୍ନ ଭଳି ଥିଲା । ବିପିନ ତାର ସ୍ତ୍ରୀ ନିକ୍କିକୁ ନିଆଁ ଲଗାଇଦେଲା । ସେହି ଦୃଶ୍ୟ ମନେ ପଡ଼ିଲେ ନିକ୍କିଙ୍କ ମାତାପିତାଙ୍କ ଆତ୍ମା ଥରି ଉଠୁଛି। ସେମାନେ କହିଛନ୍ତି ଯେ ବିପିନ ଏବଂ ତାର ପରିବାର ଲୋକେ ଯୌତୁକ ପାଇଁ ନିକ୍କିକୁ ହଇରାଣ କରୁଥିଲେ। ସେମାନେ କେବେ ଭାବି ନଥିଲେ ଯେ ଏମିତି ଏକ ଦିନ ଆସିବ କି ଟଙ୍କା ଲୋଭୀ ରାକ୍ଷସ ମାନେ ଝିଅକୁ ନିଆଁରେ ପୋଡ଼ି ଦେବେ।

Also Read

ନିକ୍କିର ମାଆ ତାଙ୍କ ଝିଅର ମୃତ୍ୟୁର ଆଘାତରୁ ବାହାରି ପାରି ନାହାଁନ୍ତି। ସେ କାନ୍ଦି କାନ୍ଦି କହିଥିଲେ, “ପୁଅ ଓ ମାଙ୍କୁ ଫାଶୀ ଦେବା ଉଚିତ। ମୋ ଝିଅ ବହୁତ ଯନ୍ତ୍ରଣାରେ ମରିଗଲା ।

ଓଟିଭି ବିଜ୍ଞାପନ

Scroll to Top