ନୂଆପଡ଼ାରେ ବୁଲୁଛି ବାଘ, ବନବିଭାଗ ଲଗାଇଛି ଟ୍ରାପ କ୍ୟାମେରା
Published By : Prameya-News7 Bureau | August 24, 2025 IST

ନୂଆପଡ଼ା ୨୪।୦୮ : ନୂଆପଡ଼ାରେ ପୁଣି ବାଘ ଆତଙ୍କ। ଛେଳିକୁ ମାରି ଖାଇଲା କଲରାପତରିଆ । ନୂଆପଡ଼ା ଜିଲ୍ଲା କୋମନା ରେଞ୍ଜ ସୁନାବେଡ଼ା ଅଭୟାରଣ୍ୟ ଭିତରେ ଥିବା ଖୋଲିଭିତର ଗାଁରେ ଏହି ଘଟଣା ଘଟିଛି। ଜଙ୍ଗଲ ଭିତରେ ଛେଳିକୁ ଆକ୍ରମଣ କରିଥିଲା ବାଘ। ଛେଳି ଚରାଳି ମାନେ ବାଘକୁ ଦେଖି ଚିତ୍କାର କରିବା ପରେ ସେ ଛେଳିକୁ ଛାଡ଼ି ପଳାଇ ଥିଲା। ଖବର ପାଇ ବନ ବିଭାଗ ଗାଁରେ ପହଞ୍ଚି ବାଘର ଗତିବିଧି ଜାଣିବା ପାଇଁ ଲଗାଇଛି ଟ୍ରାପ୍ କ୍ୟାମେରା। ବାଘ ଭୟରେ ଖୋଲି ଭିତର ଲୋକେ ଆତଙ୍କିତ ହୋଇ ରହିଛନ୍ତି। ଦୁଇମାସ ତଳେ ସେହି ଗାଁରେ ପଶି ଏକ ବାଛୁରୀ କୁ ବାଘ ମାରି ଖାଇଥିବା ଅଭିଯୋଗ ହୋଇଥିଲା।





