Dog Terror:କିଲର କୁକୁର ୬ଜଣଙ୍କୁ ଝୁଣିଲା, ପୂରା ଗାଁ ଶୂନଶାନ

dog-terror:କିଲର-କୁକୁର-୬ଜଣଙ୍କୁ-ଝୁଣିଲା,-ପୂରା-ଗାଁ-ଶୂନଶାନ

ପୂରା ଗାଁ ଶୂନଶାନ। ଯିଏ ବି ପଦାକୁ ବାହାରୁଛନ୍ତି ମନରେ ଭରିଯାଉଛି ଡ଼ର। ପୁରୁଷ, ମହିଳା, ପିଲା ସମସ୍ତେ ହାତରେ ଠେଙ୍ଗା ଧରି ଘରୁ ବାହାରକୁ ପାଦ କାଢୁଛନ୍ତି। ତେବେ ଏମାନେ କୌଣସି ଚୋର କିମ୍ବା ଜଂଗଲୀ ଜୀବଜନ୍ତୁଙ୍କ ଭୟରେ ଆତଙ୍କିତ ନୁହଁ। ବରଂ କୁକୁର ପାଇଁ ଭୟରେ ଥରୁଛି ପୁରା ଗାଁ। ମଣିଷର ବିଶ୍ବସ୍ତ ପ୍ରାଣୀ କୁକୁର ଏବେ ପାଳଟିଯାଇଛି ଶତୃ।

Manasranjan Mohanty

  • Published: Sunday, 24 August 2025
  • Last updated: 24 August 2025, 08:12 AM IST

balangirCredit: OTV

balangir

ପୂରା ଗାଁ ଶୂନଶାନ। ଯିଏ ବି ପଦାକୁ ବାହାରୁଛନ୍ତି ମନରେ ଭରିଯାଉଛି ଡ଼ର। ପୁରୁଷ, ମହିଳା, ପିଲା ସମସ୍ତେ ହାତରେ ଠେଙ୍ଗା ଧରି ଘରୁ ବାହାରକୁ ପାଦ କାଢୁଛନ୍ତି। ତେବେ ଏମାନେ କୌଣସି ଚୋର କିମ୍ବା ଜଂଗଲୀ ଜୀବଜନ୍ତୁଙ୍କ ଭୟରେ ଆତଙ୍କିତ ନୁହଁ। ବରଂ କୁକୁର ପାଇଁ ଭୟରେ ଥରୁଛି ପୁରା ଗାଁ। ମଣିଷର ବିଶ୍ବସ୍ତ ପ୍ରାଣୀ କୁକୁର ଏବେ ପାଳଟିଯାଇଛି ଶତୃ। ମଣିଷଙ୍କୁ ଦେଖିଲେ, ଗୋଡାଇ ଗୋଡାଇ ଆକ୍ରମଣ କରୁଛି। ଏହି ଦୃଶ୍ୟ ହେଉଛି ବଲାଙ୍ଗିର ଜିଲ୍ଳା ଗୁଡଭେଳା ବ୍ଳକ ଚିଂଚେଡ ଗାଁର। ଗତ ଗୋଟିଏ ମାସ ହେଲା ଗାଁରେ ଆତଙ୍କ ଖେଲାଇଛନ୍ତି ପାଗଳା କୁକୁର। ଆଉ ଆକ୍ରମଣରେ କରି ଗଡ଼ାଇଛନ୍ତି ଦୁଇ ଦୁଇଟି ମୁଣ୍ଡ। ୪ ଜଣ ଆହତ ମଧ୍ୟ ହୋଇଛନ୍ତି। କୁକୁର କାମୁଡାରେ ୯ ଟି ଛେଲି ଓ ୨ ଟି ମେଣ୍ଡାଙ୍କର ବି ଜୀବନ ଗଲାଣି ।

ଏବେ ବି ଗାଁରେ ଘୁରି ବୁଲୁଛନ୍ତି ପାଗଳା କୁକୁର। ଗୋଟିଏ ମାସ ଧରି କୁକୁର ଆତଙ୍କ ଖେଳାଉଥିଲେ ମଧ୍ୟ ପ୍ରଶାସନ ତରଫରୁ କୌଣସି ଆଖି ଦୃଶିଆ ପଦକ୍ଷେପ ଗ୍ରହଣ କରାଯାଇନଥିଲା। ତେଣୁ ଗାଁ ଲୋକେ ବଲାଙ୍ଗିରକୁ ଆସି ପ୍ରତିବାଦ ଶୋଭାଯାତ୍ରା କରିଥିଲେ। ପରେ ଜିଲ୍ଳାପାଳଙ୍କୁ ଦାବୀପତ୍ର ପ୍ରଦାନ କରିଥିଲେ ।

ଗତ ଜୁଲାଇ ମାସରୁ ହଠାତ ପାଗଳା କୁକୁରଙ୍କ ଆତଙ୍କ ବଢିଯାଇଛି। ପ୍ରଥମେ ଗୃହପାଳିତ ଜୀବଜନ୍ତୁ ଓ ପରେ ଗାଁର ୬ ଜଣଙ୍କୁ ଆକ୍ରମଣ କରିଥିଲେ କୁକୁର। ସେ ମଧ୍ୟରୁ ଯୋଗେନ୍ଦ୍ର ଛତ୍ରିଆ ଏବଂ ହୃଷିକେଶ ରଣାଙ୍କ ଜୀବନ ଚାଲିଯାଇଥିଲା। ଯୋଗେନ୍ଦ୍ର ଜଣେ ଜାତୀୟ ସ୍ତରର ଦିବ୍ୟାଙ୍ଗ ଖେଳାଳୀ। ଫ୍ଳୋର ବଲରେ ସେ ଜାତୀୟ ସ୍ତରରେ ଗୋଲ୍ଡ ମେଡାଲ ମଧ୍ୟ ହାସଲ କରିଥିଲେ। ଏପରିକି ପାରା ଅଲମ୍ପିକରେ ଓଡିଶାର ନେତୃତ୍ବ ବି ନେଇଥିଲେ। ହେଲେ ତାଙ୍କ ଜୀବନ ଦୀପ ଲିଭାଇଦେଲେ କୁକୁର। ତାଙ୍କ ବୁଢିମାଁର ସବୁ ସ୍ବପ୍ନ ଭାଙ୍ଗି ଚୂରମାର ହୋଇଗଲା। ଦୁଃଖର ବିଷୟ, ଜଣେ ମେଡାଲିଷ୍ଟର ଜୀବନ ଯାଇଥିଲେ କୌଣସି ସରକାରୀ ସାହାଯ୍ୟ ଦେଇନାହିଁ ପ୍ରଶାସନ। କେବଳ ରେଡକ୍ରସରୁ ଦଶ ହଜାର ଟଙ୍କା ଲେଖାଏଁ ଦେଇ କାମସାରି ଦେଇଛି।

Also Read

ତେବେ କୁକୁର ଆତଙ୍କ ନେଇ ଉପଜିଲ୍ଲାପଳଙ୍କୁ ପଚାରିବାରୁ ଗାଁ ଲୋକଙ୍କୁ ସୁରକ୍ଷିତ ରଖିବା ପାଇଁ ସବୁ ପଦକ୍ଷେପ ଗ୍ରହଣ କରାଯାଉଥିବା କଥା କହିଛନ୍ତି ।

ଓଟିଭି ବିଜ୍ଞାପନ

Scroll to Top