ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍‌ଚରାଲ ସାଇନସେସ୍‌ର ଏନ୍‌ଏସ୍‌ଏସ୍‌ ପକ୍ଷରୁ ଗାଜର ଘାସ ନିରାକରଣ ରାଲି

ଇନ୍‌ଷ୍ଟିଚ୍ୟୁଟ୍-ଅଫ୍-ଏଗ୍ରିକଲ୍‌ଚରାଲ-ସାଇନସେସ୍‌ର-ଏନ୍‌ଏସ୍‌ଏସ୍‌-ପକ୍ଷରୁ-ଗାଜର-ଘାସ-ନିରାକରଣ-ରାଲି

ଭୁବନେଶ୍ୱର: ଗାଜର ଘାସ ନିରାକରଣ ସଚେତନତା ସପ୍ତାହ ପାଳନ ଉପଲକ୍ଷେ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍‌ଚରାଲ ସାଇନସେସ୍ (ଆଇଏଏସ୍‌)ର ଏନ୍‌ଏସ୍‌ଏସ୍ ପକ୍ଷରୁ ଏକ ରାଲିର ଆୟୋଜିତ ହୋଇଯାଇଛି । ସୋମବାର ପୂର୍ବାହ୍ନରେ ଭୁବନେଶ୍ୱର ଉପକଣ୍ଠ କଳିଙ୍ଗନଗର କେ-୧ଠାରେ ଏକ ରାଲିର ଆୟୋଜନ କରାଯାଇଥିଲା। 

ସୋଆ ଏନଏସଏସ ପକ୍ଷରୁ ଗାଜର ଘାସ ନିରାକରଣ ରାଲି ଏହି କାର୍ଯ୍ୟକ୍ରମ ଆରମ୍ଭରେ ଆୟୋଜିତ ଏକ ସଭାରେ ଏନ୍‌ଏସ୍‌ଏସ୍ ପ୍ରୋଗ୍ରାମ ଅଫିସର ପ୍ରଫେସର ସରୋଜ କୁମାର ମହାନ୍ତି ସ୍ୱାଗତ ଭାଷଣ ଦେବା ସହ ଗାଜର ଘାସର ଅପକାରିତା ବିଷୟରେ ବର୍ଣ୍ଣନା କରିଥିଲେ ।

ସୋଆ ଏନ୍‌ଏସ୍‌ଏସ୍ କାର୍ଯ୍ୟକ୍ରମର ସଂଯୋଜକ ଡ.କମଳ ଲୋଚନ ମହନ୍ତ, ସ୍ଥାନୀୟ ୱେଲଫେୟାର ଆସୋସିଏସନ୍‌ର ସମ୍ପାଦକ କ୍ଷେତ୍ରମୋହନ ଧଳ, ଡ. ଦିପ୍ତନୁ ଦତ, ଡ. ମୁକେଶ କୁମାର ପାତ୍ର ଏବଂ ଡ. ନେହା ପ୍ରଧାନ ଏଥିରେ ଅଂଶଗ୍ରହଣ କରିଥିଲେ । ପରେ ପରେ ଶୋଭାଯାତ୍ରା ଓ ରାଲି ଅନୁଷ୍ଠିତ ହେବା ସହ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। ରଶ୍ମିପ୍ରଭା ଦାସ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

ଗାଜର ଘାସର ଅପକାରିତାକୁ ଦୃଷ୍ଟିରେ ରଖି ଜାତୀୟ ତୃଣକ ବିଜ୍ଞାନ ଗବେଷଣା କେନ୍ଦ୍ର ଏବଂ ଇଣ୍ଡିଆନ ସୋସାଇଟି ଅଫ୍ ୱିଡ୍ ସାଇନ୍ସ ଆନୁକୁଲ୍ୟରେ ଏ ବିଷୟରେ ପ୍ରତିବର୍ଷ ଅଗଷ୍ଟ ୧୬ ରୁ ୨୨ ପର୍ଯ୍ୟନ୍ତ ସଚେତନତା ସପ୍ତାହ ପାଳନ କରିବାକୁ ନିଷ୍ପତ୍ତି ହୋଇଛି । ଏହି ରାଲିରେ ଶହେ ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀଙ୍କ ସମେତ ସ୍ଥାନୀୟ ବିକାଶ ପରିଷଦର କର୍ମକର୍ତ୍ତାମାନେ ସାମିଲ ହୋଇଥିଲେ । 

Scroll to Top